ବାହାଘର ଖୁସି ଛଡାଇନେଲା ସ୍କର୍ପିଓ
ବ୍ରହ୍ମପୁର : ହସ ଖୁସିରେ ଚାଲୁଥିଲା ବିବାହ ଉତ୍ସବ I କାନ୍ୟଯାତ୍ରୀଙ୍କ ବରଣୀ ପାଇଁ ଘର ଦୁଆରମୁହଁରେ ଘର ଲୋକେ ଅପେକ୍ଷା କରି ରହିଥିଲେ I ମାତ୍ର ବରଣୀ କରିବା ପୂର୍ବରୁ ଘଟି ଗଲା ଭୟଙ୍କର ଦୁର୍ଘଟଣା I ଆଖି ଆଗରେ ଚାଲିଗଲା ତିନି ତିନିଟି ଜୀବନ I ବାହାଘର ପାଇଁ ହସଖୁସିରେ ଫାଟି ପଡୁଥିବା ଘର ହଠାତ କାନ୍ଦ ବୋବାଳୀରେ କମ୍ପି ଉଠିଲା I ଏଇଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ […]
ବ୍ରହ୍ମପୁର : ହସ ଖୁସିରେ ଚାଲୁଥିଲା ବିବାହ ଉତ୍ସବ I କାନ୍ୟଯାତ୍ରୀଙ୍କ ବରଣୀ ପାଇଁ ଘର ଦୁଆରମୁହଁରେ ଘର ଲୋକେ ଅପେକ୍ଷା କରି ରହିଥିଲେ I ମାତ୍ର ବରଣୀ କରିବା ପୂର୍ବରୁ ଘଟି ଗଲା ଭୟଙ୍କର ଦୁର୍ଘଟଣା I ଆଖି ଆଗରେ ଚାଲିଗଲା ତିନି ତିନିଟି ଜୀବନ I ବାହାଘର ପାଇଁ ହସଖୁସିରେ ଫାଟି ପଡୁଥିବା ଘର ହଠାତ କାନ୍ଦ ବୋବାଳୀରେ କମ୍ପି ଉଠିଲା I ଏଇଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଗାଁରେ I
ଘଟନାନୁସାରେ,ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ଅଞ୍ଚଳରୁ ଏକ କନ୍ୟା ଯାତ୍ରୀ ମାଣ୍ଡିଆପଲ୍ଲୀ ଗାଁକୁ ବିବାହ କରିବା ଲାଗି ଯାଇଥିଲେ । ଗାଁରେ ବରର ବିବାହ ପ୍ରୋସେସନ ସରିବା ପରେ ରାସ୍ତା କଡ଼ର ଉଭୟ ପକ୍ଷର ବାଟବରଣ କରିବା ଲାଗି ସଜବାଜ ହେଉଥିଲେ । ଠିକ୍ ଏହି ସମୟରେ ଗୋପାଳପୁର ପଟୁ ଏକ ସ୍କର୍ପିଓ ଗାଡ଼ି ଦୃତ ଗତିରେ ଆସି ଲୋକଙ୍କ ଉପରେ ମାଡିଯାଇଥିଲା । ତେବେ ଦୁର୍ଘଟଣା ଘଟାଇଥିବା ପରେ ସ୍କର୍ପିଓ ଘଟଣାସ୍ଥଳରୁ ଖସି ଯିବାକୁ ଉଦ୍ୟମ କରି ଗାଁ ଭିତରକୁ ପଶି ଏକ ଘରର ବାରଣ୍ଡାରେ ଧକ୍କା ଦେଇଥିଲା।ପରେ ଗାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଗାଡ଼ିରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗାଁ ଲୋକେ କାବୁ କରି ପୋଲିସକୁ ଜିମା ଦେଇଛନ୍ତି ।
ଏହି ଭୟଙ୍କର ଦୁର୍ଘଟଣାରେ ୩ ଜଣ କନ୍ୟା ଘର ଲୋକଙ୍କ ମୃତ୍ୟୁ ଘଟିବା ସହିତ ୧୫ ଜଣ ଆହତ ହୋଇଛନ୍ତି I ମୃତକ ମାନେ ହେଲେ ସ୍ୱପ୍ନା ରେଡ୍ଡୀ ଏବଂ ଭାରତୀ ରେଡ୍ଡୀ ଏବଂ ସଞ୍ଜୁରେଡ୍ଡୀ । ସେହିପରି ଗୁରୁତର ଆହତ ମାନେ ହେଲେ କ୍ୟାମେରାମେନ ରବିନାରାୟଣ ଦାଶ ଓ ସିଏଚ ରାଜେଶ ରେଡ୍ଡୀ । ସମସ୍ତ ଆହତ ମାନେ ବ୍ରହ୍ମପୁର ମେଡିକାଲରେ ପହଞ୍ଚିବା ପରେ ମେଡିକାଲ ପକ୍ଷରୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବା ବେଳେ ତିନି ଜଣ ମୃତ୍ୟୁ ହୋଇଥିବା ଏମକେସିଜି କାଜୁଆଲିଟି ପକ୍ଷରୁ ସୂଚନା ଦିଆଯାଇଛି I




