ସ୍କୁଟିକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରକ୍: ମା’ଝିଅ ମୃତ
ଜଗତସିଂପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଚଷାପଡ଼ା ନିକଟରେ ଆଜି ସକାଳେ ଘଟି ଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା I ଝିଅ ର ଦେହ ଖରାପ ଥିବାରୁ ସ୍କୁଟିରେ ମା’ ନେଇ ଯାଉଥିଲେ ଡାକ୍ତର ଖାନା I କିନ୍ତୁ ବାଟରେ ଏକ ଇଟା ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା I ଘଟଣା ସ୍ଥଳରେ ମା’ ଓ ଝିଅଙ୍କ ମୃତ୍ୟୁ ଘଟିଥିଲା I ମୃତକ ଦ୍ୱୟ ହେଲେ କଲିମା ବିବି ଓ […]
ଜଗତସିଂପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଚଷାପଡ଼ା ନିକଟରେ ଆଜି ସକାଳେ ଘଟି ଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା I ଝିଅ ର ଦେହ ଖରାପ ଥିବାରୁ ସ୍କୁଟିରେ ମା’ ନେଇ ଯାଉଥିଲେ ଡାକ୍ତର ଖାନା I କିନ୍ତୁ ବାଟରେ ଏକ ଇଟା ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା I ଘଟଣା ସ୍ଥଳରେ ମା’ ଓ ଝିଅଙ୍କ ମୃତ୍ୟୁ ଘଟିଥିଲା I ମୃତକ ଦ୍ୱୟ ହେଲେ କଲିମା ବିବି ଓ ତାଙ୍କ ୬ ମାସର ଝିଅ ଅଲିଆ ଖାତୁନ। କଲିମାଙ୍କ ବଡ଼ ଝିଅ ଓ ଶ୍ୱଶୁର ମୁକ୍ତାର ଖାଁ ଆହତ ହୋଇଛନ୍ତି।
ସୂଚନାନୁସାରେ ତିର୍ତ୍ତୋଲ ଥାନା ମୁଲିସିଂ ମିର ମହଲା ଗାଁର ଶେଖ ମୁକ୍ତାର ଖାଁ ଆଜି ସକାଳେ ତାଙ୍କ ବୋହୂ କଲିମା ବିବି ଓ ଦୁଇ ନାତୁଣୀଙ୍କୁ ନେଇ ଡାକ୍ତରଖାନା ଯାଉଥିବା ବେଳେ ଚଷାପଡ଼ା ନିକଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ କଲିମା ବିବି ଓ ତାଙ୍କର ୬ ମାସର ଝିଅ ଅଲିଆ ଖାତୁନଙ୍କର ମୃତ୍ୟୁ ଘଟିଥିଲା।
ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବା ସହ ନିଆଁ ଜାଳି କଟରା ଓ ଢ଼ିଅସାହି ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଖବର ପାଇ ବାଲିକୁଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଥିବା ବାଲିକୁଦା ଆଇଆଇସି ସଲୀଳ ପ୍ରଧାନ କହିଛନ୍ତି।




