ସ୍କୁଲରେ ଶୋଇଥିବାବେଳେ ଶିକ୍ଷକଙ୍କୁ ହାଣିଦେଲେ ଦୁର୍ବୁତ୍ତ

ତେଲକୋଇ: ସ୍କୁଲରେ ଶୋଇଥିବା ବେଳେ ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତ ରଗଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଛବିଳ ମହାକୁଡ ଏହି ଆକ୍ରମଣ ର ଶିକାର ହୋଇଛନ୍ତି I ସେ ରଗଡା ଗାଁ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରନ୍ତି। ସୂଚନା ଅନୁଯାୟୀ, ଗତକାଲି ରଗଡା ଗାଁ ନିକଟ ସଂତେଇଭଞ୍ଜ ଗାଁରେ ହିଙ୍ଗୁଳା ମା’ଙ୍କ ଯାତ୍ରା ଦେଖି ଶିକ୍ଷକ ଜଣଙ୍କ ରାତି ଅଧିକା ହେବାରୁ ସ୍କୁଲରେ ଶୋଇପଡିଥିଲେ । ସ୍କୁଲରେ […]

Samaya Live Picture
Published On

ତେଲକୋଇ: ସ୍କୁଲରେ ଶୋଇଥିବା ବେଳେ ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତ ରଗଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଛବିଳ ମହାକୁଡ ଏହି ଆକ୍ରମଣ ର ଶିକାର ହୋଇଛନ୍ତି I ସେ ରଗଡା ଗାଁ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରନ୍ତି।

ସୂଚନା ଅନୁଯାୟୀ, ଗତକାଲି ରଗଡା ଗାଁ ନିକଟ ସଂତେଇଭଞ୍ଜ ଗାଁରେ ହିଙ୍ଗୁଳା ମା’ଙ୍କ ଯାତ୍ରା ଦେଖି ଶିକ୍ଷକ ଜଣଙ୍କ ରାତି ଅଧିକା ହେବାରୁ ସ୍କୁଲରେ ଶୋଇପଡିଥିଲେ । ସ୍କୁଲରେ ଶୋଇଥିବା ବେଳେ କେହି ର୍ଦୁବୃତ୍ତ ସ୍କୁଲର କବାଟ ତାଡି ଶିକ୍ଷକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛି। ଶିକ୍ଷକଙ୍କ ବାଁ ଗୋଡ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ତେଲକୋଇ ମେଡିକାଲ ପରେ କେନ୍ଦୁଝର ଏବଂ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ପ୍ରଥମେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ‌ପରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସେଠାରେ ମଧ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ନହେବାରୁ ଡାକ୍ତର କଟକ ବଡ଼ଡ଼ାକ୍ତରଖାନାକୁ ରେଫର କରିଥିଲେ। ତେବେ କିଏ କାହିଁକି ଆକ୍ରମଣ କରିଛି। କୌଣସି ନିର୍ଦ୍ଦିଷ୍ଟ କାରଣ ଜଣାପଡି ନାହିଁ। ଖବର ପାଇ ପୁଲିସ ଅନୁସନ୍ଧାନ ଆରମ୍ଭ କରିିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

Tags: