ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ,ସ୍କୁଲ ପିଅନ ଗିରଫ
ରାୟଗଡା : ମରିଗଲାଣି ମାନବିକତା I ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରି ପିଅନ ଗିରଫ I ଏପରି ଏକ ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କାଶୀପୁରୁ ବ୍ଲକ ଡ଼ଙ୍ଗାସିଲ ଆବାସିକ ବିଦ୍ୟାଳୟରେ I ଏହି ଘଟଣାପରେ ଗାଁରେ ଉତ୍ତେଜନା ଲାଗି ରହିଛି I ପରିସ୍ଥିତି ଅଣାୟତ୍ତ ହେବାରୁ ଗାଁରେ ୪ ପ୍ଲାଟୁନ ପୋଲିସ ମୁତ୍ତୟନ କରାଯାଇଛି I ଏହା ସହିତ ସ୍କୁଲ ପିଅନ ଶିବ ପ୍ରସାଦ ମିଶ୍ରଙ୍କ ସମେତ ୬ ଜଣଙ୍କୁ ପୋଲିସ ଅଟକ ରଖିଛି। […]
ରାୟଗଡା : ମରିଗଲାଣି ମାନବିକତା I ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରି ପିଅନ ଗିରଫ I ଏପରି ଏକ ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କାଶୀପୁରୁ ବ୍ଲକ ଡ଼ଙ୍ଗାସିଲ ଆବାସିକ ବିଦ୍ୟାଳୟରେ I ଏହି ଘଟଣାପରେ ଗାଁରେ ଉତ୍ତେଜନା ଲାଗି ରହିଛି I ପରିସ୍ଥିତି ଅଣାୟତ୍ତ ହେବାରୁ ଗାଁରେ ୪ ପ୍ଲାଟୁନ ପୋଲିସ ମୁତ୍ତୟନ କରାଯାଇଛି I ଏହା ସହିତ ସ୍କୁଲ ପିଅନ ଶିବ ପ୍ରସାଦ ମିଶ୍ରଙ୍କ ସମେତ ୬ ଜଣଙ୍କୁ ପୋଲିସ ଅଟକ ରଖିଛି।
ଗତକାଲି ସ୍କୁଲ ସରିବା ପରେ ତୃତୀୟ ଶ୍ରେଣୀ ପିଲାଟି ଘରକୁ ଯାଉଥିଲା I ସେହି ସମୟରେ ଅଭିଯୁକ୍ତ ପିଅନ ଛାତ୍ରୀଙ୍କୁ ଡାକି ଦୁଷ୍କର୍ମ କରିଥିଲା । ଘଟଣା ପରେ ଛାତ୍ରୀ ଜଣକ କାନ୍ଦୁଥିବାର ଦେଖି ଅନ୍ୟ ଏକ ଛାତ୍ରୀ ତାକୁ ନେଇ ଘରେ ଛାଡିଥିଲା I ଘଟଣା ସମ୍ପର୍କରେ ପିଲାଟି ନିଜ ଘରେ ଜଣାଇବାରୁ ପରିବାର ଲୋକେ ତାକୁ ପ୍ରଥମେ ଡ଼ଙ୍ଗାସିଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।
ଏହି ଘଟଣାପରେ ଗାଁରେ ଉତ୍ତେଜନା ବଢିବା ସହିତ ଏକ ପୁଲିସ ଜିପ୍କୁ ପୋଡି ଦେଇଥିଲେ ଲୋକେ I ପରିସ୍ଥତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡିଥିଲା I ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ସହିତ ପୋଲିସ ୧୬୪ ବୟାନ ପାଇଁ ରାୟଗଡ଼ା ଅଣାଯାଇଛି।




