ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବନ୍ଧା ହେଲେ ପ୍ରଧାନ ଶିକ୍ଷକ

କେନ୍ଦୁଝର : ଗୁରୁ ନାମରେ କଳଙ୍କ ଲଗାଇଲେ ପ୍ରଧାନ ଶିକ୍ଷକ I ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ପରେ ବନ୍ଧା ହୋଇଛନ୍ତି ପ୍ରଧାନ ଶିକ୍ଷକ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକ ଡିମିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ I ଏହି ସ୍କୁଲର ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ଗିରଫ କରିଛି ପୋଲିସ । ଘଟନାନୁସାରେ,ପ୍ରଧାନ ଶିକ୍ଷକ ଶ୍ରୀ ସେନାପତି ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରୀମାନଙ୍କୁ ବିଭିନ୍ନ ବାହାନାରେ ଅଫିସକୁ ଡାକୁଥିଲେ। ସେଠାରେ ଅଟକାଇ ଛାତ୍ରୀମାନଙ୍କ ସହ […]

Samaya Live Picture
Published On

କେନ୍ଦୁଝର : ଗୁରୁ ନାମରେ କଳଙ୍କ ଲଗାଇଲେ ପ୍ରଧାନ ଶିକ୍ଷକ I ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ପରେ ବନ୍ଧା ହୋଇଛନ୍ତି ପ୍ରଧାନ ଶିକ୍ଷକ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକ ଡିମିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ I ଏହି ସ୍କୁଲର ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ଗିରଫ କରିଛି ପୋଲିସ ।

ଘଟନାନୁସାରେ,ପ୍ରଧାନ ଶିକ୍ଷକ ଶ୍ରୀ ସେନାପତି ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରୀମାନଙ୍କୁ ବିଭିନ୍ନ ବାହାନାରେ ଅଫିସକୁ ଡାକୁଥିଲେ। ସେଠାରେ ଅଟକାଇ ଛାତ୍ରୀମାନଙ୍କ ସହ ଅସଦାଚରଣ କରୁଥିଲେ । ଛାତ୍ରୀମାନେ ଘଟଣା ସମ୍ପର୍କରେ ଘରେ ନିଜ ଅଭିଭାବକ ମାନଙ୍କୁ ଜଣାଇଥିଲେ I ଏହି ଘଟଣାରେ ତେଲକୋଇ ଥାନାରେ ସ୍କୁଲ କମିଟି ଓ ଅଭିଭାବକଙ୍କ ମଧ୍ୟରେ ଏକ ମିଟିଂ ହୋଇଥିଲା I ମାତ୍ର ପ୍ରଧାନ ଶିକ୍ଷକ ଶ୍ରୀ ସେନାପତି ଘଟଣାକୁ ଅସ୍ବୀକାର କରିଥିଲେ I ଏହାର ପ୍ରତିବାଦରେ ଗାଁଳୋକ ସ୍କୁଲ ଘେରାଉ କରିଥିଲେ । ଗତକାଲି ଏବିଇଓ ସୁବାସ ଚନ୍ଦ୍ର ମହାନ୍ତି ଓ ଥାନା ଅଧିକାରୀ ସାଇପ୍ରଭା ରାଉତ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ପୁଲିସ ଅଧିକାରୀ ଓ ବିଇଓ ବୁଝାସୁଝା କରିବା ପରେ ଅଭିଭାବକମାନେ ଧାରଣାରୁ ଉଠିଥିଲେ। ପରେ ଛାତ୍ରୀଙ୍କ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରି ଗତକାଲି ପ୍ରଧାନଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I

Tags: