SCB ରେ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ !
କଟକ : ସତ ହୋଇଥିଲେ ସାଙ୍ଘାତିକ । କଟକ ବଡ଼ ମେଡିକାଲରେ ଲଜ୍ଜା I ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ । କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତରଙ୍କ ନାଁରେ ଆସିଛି ଏହି ଅଭିଯୋଗ । ଇସିଜି କରିବା ବାହାନାରେ ୨ ଜଣ ରୋଗୀଙ୍କୁ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହାପରେ ରୋଗୀଙ୍କ ସମ୍ପର୍କୀୟଙ୍କ ମାଡ଼ରେ ସମ୍ପୃକ୍ତ ଡାକ୍ତର ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ଆଇସିୟୁରେ ଭର୍ତ୍ତି କରାଯାଇଛି। ଏନେଇ […]
କଟକ : ସତ ହୋଇଥିଲେ ସାଙ୍ଘାତିକ । କଟକ ବଡ଼ ମେଡିକାଲରେ ଲଜ୍ଜା I ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ । କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତରଙ୍କ ନାଁରେ ଆସିଛି ଏହି ଅଭିଯୋଗ । ଇସିଜି କରିବା ବାହାନାରେ ୨ ଜଣ ରୋଗୀଙ୍କୁ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହାପରେ ରୋଗୀଙ୍କ ସମ୍ପର୍କୀୟଙ୍କ ମାଡ଼ରେ ସମ୍ପୃକ୍ତ ଡାକ୍ତର ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ଆଇସିୟୁରେ ଭର୍ତ୍ତି କରାଯାଇଛି। ଏନେଇ ଡାକ୍ତରଙ୍କ ନାଁରେ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ ହୋଇଛି
ସୂଚନାନୁସାରେ ,ରବିବାର ଦିନ କଟକ SCBରେ ଦୁଇ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ହୋଇଛି। କାର୍ଡିଓଲୋଜି ବିଭାଗର ରେସିଡେଣ୍ଟ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କାର୍ଡିଓଲୋଜି ବିଭାଗରେ ଇକୋ ପରୀକ୍ଷା ବେଳେ ଦୁଷ୍କର୍ମ କରାଯାଇଥିବା କୁହାଯାଉଛି । ଘଟଣା ପରେ ଅଭିଯୁକ୍ତ ଡାକ୍ତର ମାଡ଼ ଖାଇ ଗୁରୁତର ହୋଇଥିବାବେଳେ ସମ୍ପୃକ୍ତ ଡାକ୍ତରଙ୍କୁ ICUରେ ଭର୍ତ୍ତି କରାଯାଇଛି। ଘଟଣାପରେ ମଙ୍ଗଳାବାଗ ଥାନାରେ ଏହି ଦୁଷ୍କର୍ମ ମାମଲାରେ ଏତଲା ଦିଆଯାଇଛି। ପୋଲିସ ମାମଲା ରୁଜୁ କରି ୧୬୧,୧୬୪ ଧାରାରେ ପୀଡିତାଙ୍କ ବୟାନ ରେକର୍ଡ କରି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଡାକ୍ତରଙ୍କ ପରିବାର ଲୋକ ମଧ୍ୟ ଥାନାରେ ପ୍ରତିଅଭିଯୋଗ କରିଥିବା ଜଣାପଡିଛି।




