ଗିରଫ ହେବେ ସୌରୀନ ଭଟ୍ଟ
ଭୁବନେଶ୍ୱର : ବଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ଙ୍କ ବଢ଼ିଲା ଅଡୁଆ I ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେବେ ସୌରିନ୍ I ଏନେଇ କଟକ ମହିଳା ଥାନାରେ ଅଭିଯୋଗ ଦାୟର ହୋଇଥିଲା I ସୌରୀନଙ୍କୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ। ଖୁବ ଶୀଘ୍ର ରାଜ୍ୟ ବାହାରକୁ ଯିବ ପୋଲିସ ଟିମ I ଏ ନେଇ ଆଜି ସୂଚନା ଦେଇଛନ୍ତି ଜୋନ ୨ ଏସିପି ଅମିତାଭ ମହାପାତ୍ର। ସୂଚନାନୁସାରେ, ସୌରିନ୍ […]
ଭୁବନେଶ୍ୱର : ବଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ଙ୍କ ବଢ଼ିଲା ଅଡୁଆ I ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେବେ ସୌରିନ୍ I ଏନେଇ କଟକ ମହିଳା ଥାନାରେ ଅଭିଯୋଗ ଦାୟର ହୋଇଥିଲା I ସୌରୀନଙ୍କୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ। ଖୁବ ଶୀଘ୍ର ରାଜ୍ୟ ବାହାରକୁ ଯିବ ପୋଲିସ ଟିମ I ଏ ନେଇ ଆଜି ସୂଚନା ଦେଇଛନ୍ତି ଜୋନ ୨ ଏସିପି ଅମିତାଭ ମହାପାତ୍ର।
ସୂଚନାନୁସାରେ, ସୌରିନ୍ ଭଟ୍ଟଙ୍କ ଆଗୁଆ ଜାମିନ ବାବଦରେ ଆବେଦନକୁ ଖାରଜକରିଛନ୍ତି ହାଇକୋର୍ଟ I ସୌରିନ୍ ଭଟ୍ଟ ବିବାହିତ ହୋଇ ମଧ୍ୟ ୨୦୧୬ ମସିହାରୁ କଟକ ଜଗତପୁର ଅଂଚଳର ଜଣେ ଯୁବତୀଙ୍କ ସହିତ ସମ୍ପର୍କରେ ଥିଲେ I ଯୁବତୀ ଜଣକ ବ୍ୟାଙ୍କ କର୍ମଚାରୀ ଅଟନ୍ତି I ତାଙ୍କୁ ବିବାହର ପ୍ରତିଶୃତି ଏବଂ ବଲିଉଡ ଗାୟିକା କରାଇଦେବା ବାହାନାରେ ସୌରିନ୍ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ I ଏହାସହ ତାଙ୍କ ଠାରୁ ଆର୍ଥିକ ଶୋଷଣ ମଧ୍ୟ କରିଥିଲେ ବୋଲି ଯୁବତୀ ଥାନାରେ ଅଭିଯୋଗ କରିଥିଲେ I ପୀଡିତାଙ୍କ ୧୬୪ ଧାରାରେ ବୟାନ ରେକର୍ଡ ଏବଂ ପ୍ରାରମ୍ଭିକ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି। କେତେବେଳେ ବିବାହର ପ୍ରତିଶୃତି ତ କେତେବେଳେ ଅନ୍ତରଙ୍ଗ ଫଟୋ ଭାଇରଲ କରିବାର ଧମକ ଦେଇ ସେ ପୀଡ଼ିତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ସ୍ପଷ୍ଟ ହୋଇଥିବା କୋର୍ଟ କହିଛନ୍ତି।
ବର୍ତ୍ତମାନ ସୌରିନକୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । କୋଲକାତା ଓ ମୁମ୍ବାଇ ଯାଇ ଅଭିଯୁକ୍ତଙ୍କୁ ଖୋଜିବ ଏହି ଟିମ । ଏସିପିଙ୍କ କହିବା ଅନୁଯାୟୀ, ଗତ ୨୫ ତାରିଖରୁ ତାଙ୍କୁ ଫୋନ ସ୍ୱିଚ ଅଫ ଅଛି ।




