ସଞ୍ଜୟକୁ ସଜା
କୋଲକତା : ଆଉ କିଛି ସମୟ ପରେ ଅଭୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ କୁ ସଜ୍ଜା ଶୁଣାଇବେ ସିଆଲଦା କୋର୍ଟ । ପଶ୍ଚିମବଙ୍ଗ ଆର୍.ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ଏକମାତ୍ର ଅଭିଯୁକ୍ତ ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏନେଇ ରାୟ ଶୁଣାଇଥିଲେ ସିଆଲଦା କୋର୍ଟ । ଶନିବାର ସେସନ କୋର୍ଟ ଏକ ମାତ୍ର ଅଭିଯୁକ୍ତ ସଞ୍ଜୟ ରୟକୁ ଦୋଷୀ ସାବ୍ୟସ୍ତ କରି ରାୟ ସଂରକ୍ଷିତ ରଖିଛନ୍ତି । […]
କୋଲକତା : ଆଉ କିଛି ସମୟ ପରେ ଅଭୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ କୁ ସଜ୍ଜା ଶୁଣାଇବେ ସିଆଲଦା କୋର୍ଟ । ପଶ୍ଚିମବଙ୍ଗ ଆର୍.ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ଏକମାତ୍ର ଅଭିଯୁକ୍ତ ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏନେଇ ରାୟ ଶୁଣାଇଥିଲେ ସିଆଲଦା କୋର୍ଟ । ଶନିବାର ସେସନ କୋର୍ଟ ଏକ ମାତ୍ର ଅଭିଯୁକ୍ତ ସଞ୍ଜୟ ରୟକୁ ଦୋଷୀ ସାବ୍ୟସ୍ତ କରି ରାୟ ସଂରକ୍ଷିତ ରଖିଛନ୍ତି । ମାମଲାରେ ଆଜି ଦୋଷୀକୁ ସଜା ମିଳିବ । ଆଜୀବନ ଜେଲ୍ ନା ମୃତ୍ୟ ଦଣ୍ଡାଦେଶ ମିଳିବ ତାହା ଏବେ ସସ୍ପେନ୍ସ ରହିଛି । ସେପଟେ ଯାଞ୍ଚ ଏଜେନ୍ସି ଦୋଷୀକୁ ଫାଶୀ ଦଣ୍ଡ ଦେବାକୁ ଆଦାଲତରେ ଦାବି କରିଛି ।
ସୂଚନା ଅନୁଯାୟୀ, ୨୦୨୪ ଅଗଷ୍ଟ ୮ ତାରିଖରେ କୋଲକାତା ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟା ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ହସ୍ପିଟାଲର ସେମିନାର ହଲରୁ ପୀଡ଼ିତା ତଥା ଅଭୟାଙ୍କ ମୃତଦେହ ମିଳିଥିଲା । ଏହି ଘଟଣାରେ କୋଲକାତା ପୋଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରିଥିଲା । ତେବେ ଏହି ମାମଲାରେ ୧୬୨ ଦିନ ପରେ ପୀଡିତାଙ୍କୁ ନ୍ୟାୟ ମିଳିଛି । ସିଆଲଦା ସେସନ କୋର୍ଟ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଦୋଷୀ ସାବ୍ୟସ୍ତ କରି ରାୟ ସଂରକ୍ଷିତ କରିଛନ୍ତି । ବିଚାରପତି ଜଷ୍ଟିସ୍ ଅନିର୍ବାନ ଦାସ ଅଭିଯୁକ୍ତ ସଞ୍ଜୟ ରୟକୁ ଭାରତୀୟ ନ୍ୟାୟ ସଂହିତା ଧାରା-୬୪, ଧାରା-୬୬ ଏବଂ ଧାରା-୧୦୩ରେ ଦୋଷୀ ବୋଲି ଘୋଷଣା କରିଛନ୍ତି । ଭାରତୀୟ ନ୍ୟାୟ ସଂହିତାର ଧାରା ୬୪ ଅନୁସାରେ ୧୦ ବର୍ଷର ସଜା ଓ ଧାରା ୬୬ ଅନୁସାରେ ୨୫ ବର୍ଷର ଜେଲ୍, ଆଜୀବନ ବା ପୁଣି ମୃତ୍ୟୁର ସଜା ହୋଇପାରେ । ସେପଟେ ଏହି ଘଟଣାରେ ଅଭିଯୁକ୍ତ ସଞ୍ଜୟ ରାୟ ନିଜକୁ ନିର୍ଦୋଷ ଏବଂ ମୋତେ ଫସାଇ ଦିଆଯାଇଥିବା କହିଛି ।




