ସଞ୍ଜୟ ରାୟକୁ ଆଜୀବନ ଜେଲ ଦଣ୍ଡ

କୋଲକତା : ବହୁ ଚର୍ଚ୍ଚିତ କଲକତା ଆର.ଜି. କର ମେଡିକାଲ କଲେଜ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବେ ସଞ୍ଜୟ । ଏହା ସହିତ ୫୦ ହଜାର ଟଙ୍କା ଜୋରିମାନା କରାଯାଇଛି । ମୃତ୍ୟୁଦଣ୍ଡ ପରିବର୍ତ୍ତେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ସିଆଲଦା ଜିଲ୍ଲା ଦୌରା ଜଜ କୋର୍ଟ । ସଞ୍ଜୟ ରାୟକୁ ବିଏନଏସ ସେକ୍ସନ ୬୪, ୬୬ […]

Samaya Live Picture
Published On

କୋଲକତା : ବହୁ ଚର୍ଚ୍ଚିତ କଲକତା ଆର.ଜି. କର ମେଡିକାଲ କଲେଜ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବେ ସଞ୍ଜୟ । ଏହା ସହିତ ୫୦ ହଜାର ଟଙ୍କା ଜୋରିମାନା କରାଯାଇଛି । ମୃତ୍ୟୁଦଣ୍ଡ ପରିବର୍ତ୍ତେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ସିଆଲଦା ଜିଲ୍ଲା ଦୌରା ଜଜ କୋର୍ଟ । ସଞ୍ଜୟ ରାୟକୁ ବିଏନଏସ ସେକ୍ସନ ୬୪, ୬୬ ଏବଂ ୧୦୩(୧) ଅଧିନରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା ଦେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ । ୨ ଟି ପର୍ଯ୍ୟାୟରେ ଏହି ତାଙ୍କ ପ୍ରଦାନ କରିବେ । ପ୍ରଥମ ପର୍ଯାୟରେ ୧୦ ଲକ୍ଷ ଏବଂ ୨ୟ ପର୍ଯ୍ୟାୟରେ ୭ ଲକ୍ଷ ଟଙ୍କା ଦେବେ । ଏହା ସହିତ କୋର୍ଟ କହିଛନ୍ତି ଏହା ବିରଳରୁ ବିରଳତମ ମାମଲା ନଥିବାରୁ ମୃତ୍ୟୁଦଣ୍ଡ ପରିବର୍ତ୍ତେ ଆଜୀବନ କାରାଦଣ୍ଡଦେଶ ହୋଇଛି । ଦଣ୍ଡାଦେଶ ଶୁଣାଇବାବେଳେ ଜଷ୍ଟିସ ଅନିର୍ବାଣ ଦାସ ଏହା କହିଛନ୍ତି । ଗତ ୧୮ ତାରିଖରେ ସିଆଲଦା କୋର୍ଟ ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ସୂଚନାନୁସାରେ,୨୦୨୪ ଅଗଷ୍ଟ ମାସ ୮ ତାରିଖ ବିଳମ୍ବିତ ରାତିରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଅତି ବିଭତ୍ସ ଭାବରେ ହତ୍ୟା କରାଯାଇଥିଲା । ଅଗଷ୍ଟ ୯ ତାରିଖ ସକାଳେ ଏହା ଜଣା ପଡିବା ପରେ ସାରା ଦେଶରେ ଆନ୍ଦୋଳନ ଦେଖାଦେଇଥିଲା । ତେବେ ଘଟଣା ଜୋର ଧରିବା ପରେ କୋଲକାତା ଆରଜି କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଦେଇଥିଲେ । ଅଭୟାଙ୍କୁ ନ୍ୟାୟ ଦେବାକୁ କୋଲକାତାରେ ରାଜରାସ୍ତାକୁ ଓହ୍ଲାଇଥିଲେ ଡାକ୍ତରୀ ସଂଘ। ମମତାଙ୍କ ଆସନ ବି ଦୋହଲିଯାଇଥିଲା। କ୍ରମେ ସମସ୍ତ ପ୍ରମାଣକୁ ଆଧାର କରି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ ହୋଇଥିଲା । ଘଟଣା ଦିନ ରାତିରେ ସେମିନାର୍ ହଲରେ ଅଭୟା ଶୋଇଥିବାବେଳେ ସଞ୍ଜୟ ରୁମକୁ ଯାଇଥିଲା । ସିସିଟିଭି ଫୁଟେଜ ଆଧାରରେ ସଞ୍ଜୟକୁ ଛାଡ଼ିଦେଲେ କୌଣସି ଷ୍ଟାଫ୍ ସେଠାକୁ ଯାଇ ନ ଥିଲେ । ସଞ୍ଜୟର ବ୍ଲଟୁଥ୍ ଅଭୟାଙ୍କ ମୃତଦେହ ନିକଟରେ ପଡ଼ିଥିଲା । ଯାହା ଆଧାରରେ ସଞ୍ଜୟଙ୍କୁ ଗିରଫ କରିଥିଲା ପୋଲିସ ।

Tags: