ସମ୍ବଲପୁର ରାଜନେତାଙ୍କ ଡବଲ ମର୍ଡର ଘଟଣା,ରିମାଣ୍ଡରେ ଯିବ ଅଭିଯୁକ୍ତ

ସମ୍ବଲପୁର : ୨ ରାଜନେତାଙ୍କୁ ଗାଡି ମଡ଼ାଇ ହତ୍ୟା ଘଟଣା । ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ । ରାଜନେତାଙ୍କ କାରକୁ ଏକ ହାଇୱା ପଛରୁ ଧକ୍କା ଦେବା ଦୃଶ୍ୟ ସିସିଟିଭିରେ ସାମ୍ନାକୁ ଆସିଛି । ସିସିଟିଭିରେ ରେକର୍ଡ ହୋଇଥିବା ଦୃଶ୍ୟ ଅନୁଯାୟୀ, ୧ମ, ୨ୟ ଉଦ୍ୟମରୁ ବର୍ତ୍ତିଯିବା ପରେ ଜାତୀୟ ରାଜପଥ ଭିତର ରାସ୍ତାକୁ ପଶିଥିଲା କାର୍‌ । ପଛେ ପଛେ ହାଇୱା ମଧ୍ୟ ଜାତୀୟ ରାଜପଥରୁ ଭିତର ରାସ୍ତାକୁ ପଶି ଧକ୍କା ଦେଇଥିଲା । […]

Samaya Live Picture
Published On

ସମ୍ବଲପୁର : ୨ ରାଜନେତାଙ୍କୁ ଗାଡି ମଡ଼ାଇ ହତ୍ୟା ଘଟଣା । ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ । ରାଜନେତାଙ୍କ କାରକୁ ଏକ ହାଇୱା ପଛରୁ ଧକ୍କା ଦେବା ଦୃଶ୍ୟ ସିସିଟିଭିରେ ସାମ୍ନାକୁ ଆସିଛି । ସିସିଟିଭିରେ ରେକର୍ଡ ହୋଇଥିବା ଦୃଶ୍ୟ ଅନୁଯାୟୀ, ୧ମ, ୨ୟ ଉଦ୍ୟମରୁ ବର୍ତ୍ତିଯିବା ପରେ ଜାତୀୟ ରାଜପଥ ଭିତର ରାସ୍ତାକୁ ପଶିଥିଲା କାର୍‌ । ପଛେ ପଛେ ହାଇୱା ମଧ୍ୟ ଜାତୀୟ ରାଜପଥରୁ ଭିତର ରାସ୍ତାକୁ ପଶି ଧକ୍କା ଦେଇଥିଲା । ହାଇୱାଟି ଉଦ୍ଦେଶ୍ୟମୂଳକ ଭାବେ ପିଛା କରୁଥିବା ସିସିଟିଭିରେ ଦେଖାଯାଉଛି । ମାତ୍ର ଗତକାଲି ଅଭିଯୁକ୍ତ ହାଇୱା ଚାଳକ ଗଣମାଧ୍ୟମକୁ ଭିନ୍ନ କଥା କହିଥିଲା । ନିୟନ୍ତ୍ରଣ କରିପାରିଲିନି, ଆଖିପତା ଲାଗି ଥିଲା ବୋଲି ଚାଳକ କହିଥିଲା। ସିସିଟିଭିର ଦୃଶ୍ୟ ଓ ଚାଳକ କଥା ସମ୍ପୂର୍ଣ୍ଣ ଭିନ୍ନ ବୋଲି ସିସିିଟିଭିର ଦୃଶ୍ୟରେ ଦେଖାଯାଉଛି।ଏହି ଘଟଣାରେ ଧରାପଡିଛି ମୁଖ୍ୟ ଅଭିଯୁକ୍ତ ହାଇୱା ଡ୍ରାଇଭର ପ୍ରସନ୍ନ କୁମାର ଜେନାମଣି । ଗିରଫ ଅଭିଯୁକ୍ତକୁ ପୁଲିସ ଆଜିଠାରୁ ୩ ଦିନ ରିମାଣ୍ଡରେ ନେଇଛି । ଅଭିଯୁକ୍ତ ବୟାନରେ ତାଳମେଳ ରହୁ ନ ଥିବାରୁ ତାକୁ ରିମାଣ୍ତରେ ନେଇ ଅଧିକ ପଚରାଉଚରା କରାଯାଉଛି । ଅଭିଯୁକ୍ତକୁ ପ୍ରଥମେ ବୁର୍ଲା ଥାନାକୁ ନେଇ ଜେରା କରାଯାଉଥିବା ଜଣାପଡ଼ିଛି । ପୋଲିସ ୭ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ ୩ଦିନ ରିମାଣ୍ଡ ପାଇଁ କୋର୍ଟଙ୍କ ଅନୁମତି ମିଳିଛି।

ଗତକାଲି ଦିନ ତମାମ ଅଭିଯୁକ୍ତ ଡ୍ରାଇଭରକୁ ଜେରା କରାଯାଇଥିଲା । ସେ ଦୁଇ ନେତାଙ୍କୁ କାରକୁ ଧକ୍କା ଦେଇଥିବା ସ୍ୱୀକାର କରିଥିଲା । କିନ୍ତୁ ସେ ବାରମ୍ବାର ବୟାନ ବଦଳାଉଥିବା ଦେଖାଯାଇଥିଲା । ଅଭିଯୁକ୍ତ କହିଛି ଯେ, ଶନିବାର ରାତ୍ରିରେ ମୋର ଅନ୍ୟ ଏକ ଗାଡି ସହିତ ଝଗଡ଼ା ହୋଇଥିଲା। ମୁଁ ସେହି କାରକୁ ସେହି ଗାଡି ଭାବି ଧକ୍କା ଦେଇଥିଲି। ମୁଁ ହିଣ୍ଡାଲକୋରୁ ପାଉଁଶ ବୋଝେଇ କରି ବରଗଡ଼ ଅଞ୍ଚଳକୁ ଯାଉଥିଲି। ମୋର ଟିକିଏ ଆଖି ଲାଗି ଯାଇଥିଲା। ଗାଡିର ବାମ ପଟରେ ବାଜିଛି। ଭୂଲରେ ବାଜି ଯାଇଛି ।

ମୁଁ ୨୦୦୭ ରୁ ଗାଡି ଚଳାଉଥିବା ବେଳେ ଏଭଳି କେବେ ହୋଇ ନାହିଁ। ସେମାନେ ଏନଏଚରୁ ଭିତରକୁ ଯାଇଥିବା ବେଳେ ମୁଁ ଆଗକୁ ଯାଇ ଫେରି ଆସିଥିଲି। କାରଟି ଓଲଟି ପଡ଼ିବାରୁ ମୁଁ ଘଟଣାସ୍ଥଳରେ ଓହ୍ଲାଇ ଗାଡି ମଧ୍ୟରୁ ୨ ଜଣଙ୍କୁ ବାହାର କରିଥିଲି। ଗାଡି ବାଜି ଗଲା ତ ବାଜି ଗଲା। ମୁଁ ଜାଣିକି କାହାରିକୁ ମାରି ନାହିଁ, ଏଣୁ ମୋର ଦୁଃଖ ନାହିଁ। ଲୋକ ମରି ଯାଇଥିବାରୁ ପାପ କରିଛି । ମୋର ଆଖି ଲାଗି ଯିବାରୁ ଗାଡି ବାଜି ଯାଇ ଥିଲା। ମୁଁ ନିଶା କରି ନ ଥିଲି। ମୁଁ କିଛି ଲୁଚାଉ ନାହିଁ ବୋଲି ଅଭିଯୁକ୍ତ ପ୍ରସନ୍ନ କହିଛି । ଏହା ପୂର୍ବରୁ କହିଥିଲା ଯେ ଇଚ୍ଛା ହେଲା ମାରିଦେଲି । ଅନ୍ୟପକ୍ଷରେ ତାର ମୋବାଇଲ ଫୋନ୍ ମଧ୍ୟ ମିଳୁ ନାହିଁ ।

ସୂଚନାନୁସାରେ,ଗତ ୩ ତାରିଖରେ ରେଙ୍ଗାଲିର ପୂର୍ବତନ ବିଧାୟକଙ୍କ ସହ ବିଜେପି ନେତା ମାନେ ଭୁବନେଶ୍ଵର ଆସିଥିଲେ। ଚାଷୀ ସମସ୍ୟା ନେଇ ଭୁବନେଶ୍ଵରରେ ମୁଖ୍ୟମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀଙ୍କୁ ଭେଟିଥିଲେ। ଚାଷୀଙ୍କୁ ଧାନ ବିକ୍ରି ପାଇଁ ଅନୁମତି ମିଳିବା ପରେ ସମ୍ବଲପୁର ଫେରିଯାଇଥିଲେ। ଏତିକିବେଳେ ଏକ ହାଇଓ୍ବା ତାଙ୍କୁ ତିନି ତିନି ଥର ଧକ୍କା ଦେଇଥିଲା। ଏଥିରେ ବିଜେପି ଗୋଶାଳା ମଣ୍ଡଳ ସଭାପତିଙ୍କ ସହ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ହୋଇ ଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି I

Tags: