୨ ଦିନିଆ ରିମାଣ୍ଡରେ ସମର୍ଥ ସମ୍ପାଦକ

ସମ୍ବଲପୁର : ରିମାଣ୍ଡରେ ଆସିବେ ସମର୍ଥ ଅନୁଷ୍ଠାନର ସମ୍ପାଦକ ହରିଶ୍ଚନ୍ଦ୍ର ଦାସ । ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଘଟଣାରେ ୨ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ମାନ୍ୟବର କୋର୍ଟ । ସମର୍ଥ ଅନୁଷ୍ଠାନରେ ମାନସିକ ଅନଗ୍ରସର ରୋଗୀଙ୍କୁ ନିର୍ଯାତନା ଦେଉଥିବାନେଇ ଭିଡିଓ ଭାଇରାଲ ପରେ ସେ ଗିରଫ ହୋଇ ଜେଲ୍ ଯାଇଛନ୍ତି । ତେବେ ଅଧିକ ଖୋଳତାଡ ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ । ଏହା ସହ ଦୁଷ୍କର୍ମ ଅଭିଯୋଗ ମାମଲାରେ ମେଡିକାଲ ଚେକଅପ ହେବ । […]

୨ ଦିନିଆ ରିମାଣ୍ଡରେ ସମର୍ଥ ସମ୍ପାଦକ
Samaya Live Picture
Published On

ସମ୍ବଲପୁର : ରିମାଣ୍ଡରେ ଆସିବେ ସମର୍ଥ ଅନୁଷ୍ଠାନର ସମ୍ପାଦକ ହରିଶ୍ଚନ୍ଦ୍ର ଦାସ । ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଘଟଣାରେ ୨ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ମାନ୍ୟବର କୋର୍ଟ । ସମର୍ଥ ଅନୁଷ୍ଠାନରେ ମାନସିକ ଅନଗ୍ରସର ରୋଗୀଙ୍କୁ ନିର୍ଯାତନା ଦେଉଥିବାନେଇ ଭିଡିଓ ଭାଇରାଲ ପରେ ସେ ଗିରଫ ହୋଇ ଜେଲ୍ ଯାଇଛନ୍ତି । ତେବେ ଅଧିକ ଖୋଳତାଡ ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ । ଏହା ସହ ଦୁଷ୍କର୍ମ ଅଭିଯୋଗ ମାମଲାରେ ମେଡିକାଲ ଚେକଅପ ହେବ । ୬ ଜଣ ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ ପଚରାଉଚରା କରାଯିବ ।

‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ର ଦାସଙ୍କୁ ରିମାଣ୍ଡରେ ଆଣି ଖୋଳତାଡ଼ କରିବ ପୋଲିସ୍‌ । ଗତ ଗୁରୁବାର ଦିନ ଏହି ମାମଲାରେ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦାଖଲ କରିଥିଲେ ଉପଜିଲ୍ଲାପାଳ । ଘଟଣାରେ ସମର୍ଥ ଅଧ୍ୟକ୍ଷ ହରିଶ ଚନ୍ଦ୍ର ଦାସଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇଛି। ହରିଶ୍ଚନ୍ଦ୍ର ଦାସଙ୍କ ପୁଅ ଶୁଭ୍ରଜିତ ଦାସ, କେୟାରଟେକର ଶୁଭମ ବେହେରା ଓ ସ୍ୱାଗତିକା ପ୍ରଧାନକୁ ଗିରଫ କରାଯାଇଛି । ଗିରଫ ହେବା ପରେ ହରିଶଙ୍କ ନାଁରେ ବଳାତ୍କାର ମାମଲା ଅଭିଯୋଗ ହୋଇଥିଲା । ଏନେଇ ବୁଧବାର ଧନୁପାଲି ଥାନାରେ ଏତଲା ହେବା ପରେ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଛି । ସେପଟେ ଗତ ବର୍ଷକ ମଧ୍ୟରେ ପ୍ରାଣ ହରାଇଥିବା ୬ ଜଣଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ଖୋଳତାଡ଼ ଆରମ୍ଭ ହୋଇଛି । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀଙ୍କ କାର୍ଯ୍ୟକଳାପ ଓ ଆର୍ଥିକ କାରବାର ଉପରେ ବି ତଦନ୍ତ ହୋଇଛି । ସମର୍ଥ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାଡ ମରାଯାଉଥିବାର ଭିଡିଓ ଭାଇରାଲ ହୋଇଥିଲା ।

Tags: