ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ
ନୂଆଦିଲ୍ଲୀ : ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ମୁମ୍ବାଇ ପୋଲିସ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଆସିଛି ଧମକପୂର୍ଣ ଫୋନ କଲ । କଲରେ ଲରେନ୍ସ ବିଷ୍ଣୋଇ ନାଁ ନିଆଯାଇଛି । କଲ୍ କରିଥିବା ଲୋକ ସଲମାନଙ୍କୁ ସିଧା ଧମକ ଦେଇଛି । ଏନେଇ ଓ୍ବାର୍ଲି ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଛାନ୍ଭିନ୍ ଚଳାଇଛି। ଗୁରୁବାର ରାତି ପ୍ରାୟ ୧୨ଟାରେ କଣ୍ଟ୍ରୋଲ ରୁମ୍କୁ ଏକ ଧମକପୂର୍ଣ୍ଣ ମେସେଜ ଆସିଥିଲା। ଏଥିରେ ଲେଖାଯାଇଛି […]
ନୂଆଦିଲ୍ଲୀ : ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ମୁମ୍ବାଇ ପୋଲିସ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଆସିଛି ଧମକପୂର୍ଣ ଫୋନ କଲ । କଲରେ ଲରେନ୍ସ ବିଷ୍ଣୋଇ ନାଁ ନିଆଯାଇଛି । କଲ୍ କରିଥିବା ଲୋକ ସଲମାନଙ୍କୁ ସିଧା ଧମକ ଦେଇଛି । ଏନେଇ ଓ୍ବାର୍ଲି ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଛାନ୍ଭିନ୍ ଚଳାଇଛି।
ଗୁରୁବାର ରାତି ପ୍ରାୟ ୧୨ଟାରେ କଣ୍ଟ୍ରୋଲ ରୁମ୍କୁ ଏକ ଧମକପୂର୍ଣ୍ଣ ମେସେଜ ଆସିଥିଲା। ଏଥିରେ ଲେଖାଯାଇଛି ଯେ, ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇ ଉପରେ ଏକ ଗୀତ ଲେଖାଯାଇଛି, ଯିଏ ଲେଖିଛି ତାକୁ ଛଡା ଯିବ ନାହିଁ । ଏକ ମାସ ମଧ୍ୟରେ ଗୀତ ଲେଖକଙ୍କୁ ହତ୍ୟା କରାଯିବ, ଗୀତ ଲେଖକଙ୍କ ଅବସ୍ଥା ଏପରି ହେବ ଯେ ସେ ନିଜ ନାଁରେ ବି ଗୀତ ଲେଖି ପାରିବେ ନାହିଁ। ଯଦି ସଲମାନ ଖାନଙ୍କର ସାହସ ଅଛି ତେବେ ସେ ତାଙ୍କୁ ଆସି ବଞ୍ଚାନ୍ତୁ । ଏବେ ପୁଲିସ କଲର ସୋର୍ସ ସମ୍ପର୍କରେ ଜାଣିବାକୁ ଓ ସଲମାନ ଖାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସକ୍ରିୟ ହୋଇଯାଇଛି । ବର୍ତ୍ତମାନ ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ କରୁଛି।
କେଉଁ ଗୀତକୁ ଟାର୍ଗେଟ କରି ଏପରି ଧମକ ଦିଆଯାଇଛି ଓ କିଏ ଏହାକୁ ଲେଖିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନି । ତେବେ ଏପରି ଧମକପୂର୍ଣ୍ଣ ମେସେଜକୁ ନେଇ ପୂରା ବି-ଟାଉନ୍ରେ ଚହଳ ସୃଷ୍ଟି ହୋଇଥିବା ବେଳେ ବଲିଉଡର ଦବଙ୍ଗ ଖାନ ସଲମାନ ହାଇଦ୍ରାବାଦରେ ନିଜ ଅପକମିଙ୍ଗ ଫିଲ୍ମ ‘ସିକନ୍ଦର’ ର ଶୁଟିଂରେ ବ୍ୟସ୍ତ ଅଛନ୍ତି।
ଅନ୍ୟପଟେ ଗତକାଲି ଶାହରୁଖ ଖାନଙ୍କୁ ଧମକ ମିଳିଥିଲା । ଏନେଇ ପୁଲିସର ଯାଞ୍ଚ ଚାଲିଛି । ଶାହରୁଖ ଖାନଙ୍କୁ ୫୦ ଲକ୍ଷ ଟଙ୍କା ଦାବି କରାଯିଥିଲା । ଏବେ ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି । ତେବେ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନି କି ପୁଣି ଥରେ ସଲମାନଙ୍କଠୁ କେତେ ଟଙ୍କା ଦାବି କରାଯାଇଛି।




