ସୈଫ ଅଲ୍ଲୀ ଖାଁ ବିପଦ ମୁକ୍ତ,ମେରୁଦଣ୍ଡରୁ ବାହାରିଲା ଛୁରୀ

ମୁମ୍ବାଇ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାଁଙ୍କୁ ଛୁରାମାଡ଼ ଘଟଣା । ମେରୁଦଣ୍ଡ ନିକଟରୁ ବାହାରିଲା ଛୁରୀ। ଅସ୍ତ୍ରୋପଚାର କରି ମେରୁଦଣ୍ଡ ନିକଟରୁ ୨.୫ ଇଞ୍ଚର ଛୁରୀକୁ କଢ଼ାଯାଇଛି । ବର୍ତ୍ତମାନ ସେ ବିପଦ ମୁକ୍ତ ଅଛନ୍ତି । ICU ରେ ଅଛନ୍ତି ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । ୨୪ ଘଣ୍ଟା ଅବଜରଭେସନ୍‌ରେ ରଖାଯାଇଛି ବୋଲି ଡାକ୍ତର କହିଛନ୍ତି। ସୂଚନାନୁସାରେ,ବୁଧବାର ବିଳମ୍ବିତ ରାତିରେ ମୁମ୍ବଇର ବାନ୍ଦ୍ରା(ପଶ୍ଚିମ)ସ୍ଥିତ ଘରେ ଜଣେ […]

Samaya Live Picture
Published On

ମୁମ୍ବାଇ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାଁଙ୍କୁ ଛୁରାମାଡ଼ ଘଟଣା । ମେରୁଦଣ୍ଡ ନିକଟରୁ ବାହାରିଲା ଛୁରୀ। ଅସ୍ତ୍ରୋପଚାର କରି ମେରୁଦଣ୍ଡ ନିକଟରୁ ୨.୫ ଇଞ୍ଚର ଛୁରୀକୁ କଢ଼ାଯାଇଛି । ବର୍ତ୍ତମାନ ସେ ବିପଦ ମୁକ୍ତ ଅଛନ୍ତି । ICU ରେ ଅଛନ୍ତି ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । ୨୪ ଘଣ୍ଟା ଅବଜରଭେସନ୍‌ରେ ରଖାଯାଇଛି ବୋଲି ଡାକ୍ତର କହିଛନ୍ତି।

ସୂଚନାନୁସାରେ,ବୁଧବାର ବିଳମ୍ବିତ ରାତିରେ ମୁମ୍ବଇର ବାନ୍ଦ୍ରା(ପଶ୍ଚିମ)ସ୍ଥିତ ଘରେ ଜଣେ ଅଜଣା ବ୍ୟକ୍ତି ଚୋରି ଉଦ୍ୟେଶରେ ପଶିଥିଲେ । ଏହି ସମୟରେ ଘରର ସହାୟିକା ପ୍ରଥମେ ଚୋରଙ୍କୁ ଦେଖିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ଯେତେବେଳେ ଅଭିନେତା ଆସି ସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବାବେଳେ ଅଜଣା ବ୍ୟକ୍ତି ଜଣକ ତାଙ୍କୁ ଅତର୍କିତ ଭାବରେ ଏକାଧିକ ଥର ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲା । ଘଟଣା ପରେ ସୈଫଙ୍କୁ ଭୋର ୩ଟା ୩୦ ସମୟରେ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅସ୍ତ୍ରୋପଚାର କରାଯାଉଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସୈଫ୍‌ଙ୍କ ଶରୀରର ୬ଟି ସ୍ଥାନରେ ଆଘାତ ଲାଗିଛି, ସେଥି ମଧ୍ୟରୁ ଦୁଇଟି ସ୍ଥାନରେ ଗଭୀର ଆଘାତ ଲାଗି ଥିଲା । ପ୍ରାୟ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଅପରେସନ ଚାଲିଥିଲା। ବର୍ତ୍ତମାନ ସୈଫ ଅଲୀ ଖାନ ଓଟିର ରିକୋଭରୀ ରୁମରେ ଅଛନ୍ତି । ଏହି ଘଟଣାରେ ମୁମ୍ବାଇ ପୋଲିସ ସୈଫ ଅଲୀ ଖାନଙ୍କ ଘରେ କାମ କରୁଥିବା ତିନି ଜଣଙ୍କୁ ପଚରାଉଚରା ପାଇଁ ଥାନାକୁ ନେଇ ଜେରା ଚଳାଇଛି ।

Tags: