ସହଦେବ ନାୟକ ହତ୍ୟାକାଣ୍ଡ , ସଂଗୃହିତ ରକ୍ତ ନମୁନାର ହେବ DNA ଟେଷ୍ଟ
ଭୁବନେଶ୍ୱର : ରାଜଧାନୀରେ ସହଦେବ ନାୟକ ହତ୍ୟାକାଣ୍ଡ ଘଟଣା । ବସ୍ତିରେ ଦବଦବା ପାଇଁ ସହଦେବଙ୍କୁ ହତ୍ୟା କରିଛନ୍ତି ଅଭିଯୁକ୍ତ । ଦୀର୍ଘ ଦିନ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ବସ୍ତିରେ ଚାଲିଥିଲା ଲଢେଇ । ସେପଟେ ରକ୍ତ ନମୁନାର ହେବ DNA ଟେଷ୍ଟ । ଘଟଣାସ୍ଥଳର ରକ୍ତ ସହ ଅଭିଯୁକ୍ତ ପିନ୍ଧିଥିବା ଡ୍ରେସ୍, ବାଇକ୍ରେ ଲାଗିଥିବା ରକ୍ତଛିଟାର ନମୁନାକୁ ରାଜ୍ୟ ଫୋରେନସିକ୍ ପଠାଇଲା ପୋଲିସ । ୫୫ଟି କ୍ୟାମେରା ଯାଞ୍ଚ କଲା ପରେ ଅଭିଯୁକ୍ତକୁ ଧରିବାରେ […]
ଭୁବନେଶ୍ୱର : ରାଜଧାନୀରେ ସହଦେବ ନାୟକ ହତ୍ୟାକାଣ୍ଡ ଘଟଣା । ବସ୍ତିରେ ଦବଦବା ପାଇଁ ସହଦେବଙ୍କୁ ହତ୍ୟା କରିଛନ୍ତି ଅଭିଯୁକ୍ତ । ଦୀର୍ଘ ଦିନ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ବସ୍ତିରେ ଚାଲିଥିଲା ଲଢେଇ । ସେପଟେ ରକ୍ତ ନମୁନାର ହେବ DNA ଟେଷ୍ଟ । ଘଟଣାସ୍ଥଳର ରକ୍ତ ସହ ଅଭିଯୁକ୍ତ ପିନ୍ଧିଥିବା ଡ୍ରେସ୍, ବାଇକ୍ରେ ଲାଗିଥିବା ରକ୍ତଛିଟାର ନମୁନାକୁ ରାଜ୍ୟ ଫୋରେନସିକ୍ ପଠାଇଲା ପୋଲିସ । ୫୫ଟି କ୍ୟାମେରା ଯାଞ୍ଚ କଲା ପରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ପୋଲିସ ।
ସୂଚନାନୁସାରେ,ଗତ ୮ ତାରିଖ ଦିନ ସକାଳୁ ରାଜଧାନୀ ଭୁବନେଶ୍ୱରରେ ଘଟି ଯାଇଥିଲା ଏକ ବିଭତ୍ସ ହତ୍ୟାକାଣ୍ଡ । ପୂର୍ବତନ ପୋଲିସ ମିତ୍ର ତଥା ସଫେଇ କର୍ମଚାରୀ ସଂଘର ସଭାପତି ସହଦେଵ ନାଏକଙ୍କୁ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରସୁଲଗଡ଼ ରେଳ ଲାଇନ ଓଭରବ୍ରିଜ ଉପରେ ମାରଣାସ୍ତ୍ରରେ ହାଣି ଅତି ବିଭତ୍ସ ଭାବରେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ତୁରନ୍ତ ଆକ୍ସନ ମୋଡ଼କୁ ଆସିଥିଲା କମିଶନରେଟ ପୋଲିସ । ଡିସିପି ପିନାକୀ ମିଶ୍ରଙ୍କ ନେତୃତ୍ୱରେ ୩ ଟି ସ୍ପେଶାଲ ସ୍କ୍ୱାର୍ଡ ଗଠନ କରି ଘଟଣା ଘଟିବାର ୫ ଘଣ୍ଟା ଭିତରେ ନୟାଗଡ଼ ଶରଣକୂଳ ଅଂଚଳରୁ ୩ ଅଭିଯୁକ୍ତଂକୁ ଗିରଫ କରାଯାଇଥିଲା । ୮ ତାରିଖରେ ଅଭିଯୁକ୍ତ ରବି ନାୟକ, ଲକ୍ଷ୍ମୀଧର ନାୟକ ଏବଂ ଲିପିକା ନାୟକଙ୍କୁ ଗିରଫ କରିଥିବା ବେଳେ ୯ ତାରିଖରେ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ ।ଭୁବନେଶ୍ବର କେଦାରପଲ୍ଲୀ ବସ୍ତିରେ ବ୍ରାଉନ ସୁଗାର ବେପାରୀଙ୍କୁ ଚେକ୍ ଦେବାରୁ ସହଦେବ ପୋଲିସକୁ ସହାୟତା କରିଥିଲା । ଯାହାକୁ ନେଇ ଏହି ବ୍ରାଉନସୁଗାର ବେପାରୀ ମାନେ ଗତ ତିନି ମାସ ପୂର୍ବରୁ ସହଦେବକୁ ହତ୍ୟା କରିବାକୁ ଯୋଜନା କରିଥିଲେ । ତେବେ ଏହି ଘଟଣାରେ ଆହୁରି ମଧ୍ୟ କିଛି ଅଭିଯୁକ୍ତଙ୍କର ସମ୍ପୃକ୍ତି ନେଇ ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଥିଲା । ମୋବାଇଲରୁ ଅଧିକ ଖୋଳତାଡ଼ ଜାରି ରଖିଥିଲା ପୋଲିସ ।
ଅଭିଯୁକ୍ତମାନେ ମାରଣାସ୍ତ୍ର ଦ୍ୱାରା ହତ୍ୟା କରିବାରୁ ସହଦେବଙ୍କ ଶରୀରରୁ ପ୍ରବଳ ରକ୍ତ ବାହାରିବା ସହ ଅଭିଯୁକ୍ତଙ୍କ ପୋଷାକରେ ଲାଗିଥିଲା। ହତ୍ୟାକାଣ୍ଡ ସ୍ଥାନରୁ ରକ୍ତ ନମୁନା ସଂଗ୍ରହ କରି ପୋଲିସ ସାଇଣ୍ଟିଫିକ ଟିମ୍ ସହାୟତାରେ ରାଜ୍ୟ ଫରେନ୍ସିକ ସାଇନ୍ସ ଲାବୋରେଟୋରି(ଏସ୍ଏଫ୍ଏସ୍ଏଲ୍)କୁ ପଠାଇଛି। ତେଣୁ ଘଟଣାସ୍ଥଳରୁ ମିଳିଥିବା ରକ୍ତର ଛିଟା ଓ ଅଭିଯୁକ୍ତଙ୍କ କପଡ଼ାରେ ଲାଗିଥିବା ରକ୍ତର ମେଳ କରାଯିବା ପାଇଁ ସଂଗୃହୀତ ରକ୍ତର ଡିଏନ୍ଏ ଟେଷ୍ଟ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ହତ୍ୟା କରିଥିବା ସ୍ଥାନରେ କୌଣସି ସିସିଟିଭି ଫୁଟେଜ ନ ଥିବା ସହ ଅଭିଯୁକ୍ତମାନେ ମୁହଁ ସହ ଶରୀରର ସବୁ ଅଙ୍ଗ ଢାଙ୍କି ହୋଇଥିବାରୁ ଡିଏନ୍ଏ ଟେଷ୍ଟ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଇବାରେ ଅନ୍ୟତମ ବଳିଷ୍ଠ ପ୍ରମାଣ ହୋଇପାରିବ ବୋଲି ପୋଲିସ କହିଛି।




