ସହଦେଵ ନାୟକ ହତ୍ୟାକାଣ୍ଡ ,ଅଭିଯୁକ୍ତଙ୍କୁ ଫାଶୀ ଦାବିରେ ଧାରଣାରେ ସଫେଇ କର୍ମଚାରୀ
ଭୁବନେଶ୍ବର: ରସୁଲଗଡ଼ ଓଭର ବ୍ରିଜ ନିକଟରେ ସହଦେବ ନାୟକ ହତ୍ୟା ଘଟଣା । ହତ୍ୟାକାଣ୍ଡର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ । ଏହି ଘଟଣାକୁ ନେଇ ଶିଶୁଭବନ ଛକରେ ଏକାଠି ହୋଇଛନ୍ତି ସଫେଇ କର୍ମଚାରୀ ସଂଘ । ସହଦେବ ନାୟକ ହତ୍ୟାରେ ଯେଉଁ ମାନେ ସଂପୃକ୍ତ ତାଙ୍କୁ ଗିରଫ ସହ ତାଙ୍କୁ ଆଜୀବନ ଜେଲ ନହେଲେ ଫାଶୀ ଦାବି କରି ୧୦୦୦ ରୁ ଅଧିକ ସଫେଇ କର୍ମଚାରୀ ଧାରଣାରେ ବସିଥିଲେ । ଏଥିପାଇଁ […]
ଭୁବନେଶ୍ବର: ରସୁଲଗଡ଼ ଓଭର ବ୍ରିଜ ନିକଟରେ ସହଦେବ ନାୟକ ହତ୍ୟା ଘଟଣା । ହତ୍ୟାକାଣ୍ଡର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ । ଏହି ଘଟଣାକୁ ନେଇ ଶିଶୁଭବନ ଛକରେ ଏକାଠି ହୋଇଛନ୍ତି ସଫେଇ କର୍ମଚାରୀ ସଂଘ । ସହଦେବ ନାୟକ ହତ୍ୟାରେ ଯେଉଁ ମାନେ ସଂପୃକ୍ତ ତାଙ୍କୁ ଗିରଫ ସହ ତାଙ୍କୁ ଆଜୀବନ ଜେଲ ନହେଲେ ଫାଶୀ ଦାବି କରି ୧୦୦୦ ରୁ ଅଧିକ ସଫେଇ କର୍ମଚାରୀ ଧାରଣାରେ ବସିଥିଲେ । ଏଥିପାଇଁ ଆଜି ସବୁ ୱାର୍ଡରେ ସଫେଇ କାମ ବନ୍ଦ ଅଛି । ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ଧାରଣାରୁ ଉଠିବେନି ବୋଲି ସଫେଇ କର୍ମଚାରୀ ସଂଘ କହିଛି । ମୃତକଙ୍କ ପତ୍ନୀ ଭୁବନେଶ୍ୱର ଡିସିପିଙ୍କ ସହ କଥାବାର୍ତ୍ତା କରି ଏହି ମାମଲାରେ ନ୍ୟାୟ ଦାବି କରିଛନ୍ତି।
ଅନ୍ୟପଟେ ଗତକାଲି ହତ୍ୟାକାଣ୍ଡ ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । କମିସନରେଟ୍ ପୋଲିସର ସ୍ଵତନ୍ତ୍ର ଟିମ୍ ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ନୟାଗଡ଼ ଜିଲ୍ଲା ଶରଣକୂଳରୁ ଗତକାଲି ସନ୍ଧ୍ୟାରେ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କେଦାରପଲ୍ଲୀର । ଏମାନେ ପୂର୍ବରୁ ଜେଲ୍ ଯାଇଥିଲେ । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା ବୋଲି ଜଣାପଡ଼ିଛି । ବ୍ରାଉନ୍ସୁଗାର ବ୍ୟବସାୟକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଘଟଣା ଘଟିବାର ୧୦ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏଥିସହ ସହଦେବ ନାୟକ ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ ଧରି ସିନ୍ ରିକ୍ରିଏସନ୍ କଲା ପୋଲିସ। ଧଉଳି ନିକଟ ଦୟା ନଦୀ ବ୍ରିଜ୍ ପାଖରେ ସରଜମିନ ତଦନ୍ତ କରାଯାଇଛି। ହତ୍ୟାରେ ବ୍ୟବହୃତ ଖଣ୍ଡା ଏବଂ ରକ୍ତ ଭିଜା ସାର୍ଟକୁ ଦୟା ନଦୀ ବ୍ରିଜ୍ ନିକଟରେ ଫିଙ୍ଗିଥିଲେ ଅଭିଯୁକ୍ତ ।
ସୂଚନାନୁସାରେ,ସଫେଇ କର୍ମଚାରୀ ସହଦେଵ ନାଏକ ବୁଧବାର ସକାଳ ୮ଟା ବେଳେ ଝିଅକୁ ସ୍କୁଲରେ ଛାଡି଼ ଏକ ନାଲି ରଙ୍ଗ ସ୍କୁଟିରେ ନିଜ ଘର ପଳାଶୁଣୀ ଫେରୁଥିଲେ । ଏହି ସମୟରେ ୪ ଜଣ ଅଭିଯୁକ୍ତ ବାଣୀବିହାର ଛକ ପାର ହେବା ପରେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଏହି ସମୟରେ ସହଦେଵ ଦ୍ରୁତ ଗତିରେ ସେଠାରୁ ଖସି ଆସୁଥିବାବେଳେ ରସୁଲଗଡ଼ ରେଳ ଓଭର ବ୍ରିଜ ନିକଟରେ ତାଙ୍କ ଗାଡିକୁ ଧକ୍କା ଦେଇଥିଲେ । ଏହି ସମୟରେ ସହଦେଵ ତଳେ ପଡିଯିବାପରେ ତାଙ୍କ ବେକକୁ ଖଣ୍ଡାରେ ହାଣି ଦେଇଥିଲେ । ସହଦେଵଙ୍କ ମୃତ୍ୟୁ ହେବା ପରେ ଲିପିକା ସହିତ ଅନ୍ୟ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ତେବେ ଘଟଣା ଘଟିବାର ମାତ୍ର ୫ ଘଣ୍ଟା ମଧ୍ୟରେ ଡିସିପି ପିନାକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ‘ସ୍ପେଶାଲ ସ୍କ୍ୱାଡ୍’ ନୟାଗଡ଼ ଜିଲ୍ଲାର ଶରଣକୁଳରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ସମସ୍ତଙ୍କ ଘର କେଦାରପଲ୍ଲୀ ବସ୍ତିରେ । ଫେରାର୍ ଥିବା ଅନ୍ୟଜଣେ ଅଭିଯୁକ୍ତକୁ ଖୋଜା ଚାଲିଛି।




