ଭିଜିଲାନ୍ସ ଜାଲରେ ସଦର ରେଞ୍ଜର , ୮ ସ୍ଥାନରେ ରେଡ୍

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ରେଞ୍ଜର। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଢେ଼ଙ୍କାନାଳ ବାସ ଭବନରେ ଭିଜିଲାନ୍ସ ରେଡ କରୁଛି। କଟକର ସ୍ବତନ୍ତ୍ର ଟିମ୍ ଦ୍ୱାରା ବିଭୁଦାନନ୍ଦଙ୍କର ଆଠଟି ଜାଗାରେ ଏକକାଳୀନ ରେଡ୍ କରାଯାଉଛି। ଢେ଼ଙ୍କାନାଳର ଷ୍ଟେସନ ବଜାର ଘରେ ଓ ତାଙ୍କ ଭାଇଙ୍କ ସହିତ ତାଙ୍କ ସରକାରି କ୍ୱାର୍ଟର ,କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ଜିଜିପି କଲୋନୀରେ ଥିବା ଫ୍ଲାଟରେ ଭିଜିଲାନ୍ସ ରେଡ୍ ଜାରି ରହିଛି I ଚଢ଼ାଉରେ ୭ […]

Samaya Live Picture
Published On

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ରେଞ୍ଜର। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଢେ଼ଙ୍କାନାଳ ବାସ ଭବନରେ ଭିଜିଲାନ୍ସ ରେଡ କରୁଛି। କଟକର ସ୍ବତନ୍ତ୍ର ଟିମ୍ ଦ୍ୱାରା ବିଭୁଦାନନ୍ଦଙ୍କର ଆଠଟି ଜାଗାରେ ଏକକାଳୀନ ରେଡ୍ କରାଯାଉଛି। ଢେ଼ଙ୍କାନାଳର ଷ୍ଟେସନ ବଜାର ଘରେ ଓ ତାଙ୍କ ଭାଇଙ୍କ ସହିତ ତାଙ୍କ ସରକାରି କ୍ୱାର୍ଟର ,କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ଜିଜିପି କଲୋନୀରେ ଥିବା ଫ୍ଲାଟରେ ଭିଜିଲାନ୍ସ ରେଡ୍ ଜାରି ରହିଛି I ଚଢ଼ାଉରେ ୭ DSP, ୬ ଇନ୍ସପେକ୍ଚର, ୬ASI ଓ ଜଣେ ସହକାରୀ କମାଣ୍ଡାଣ୍ଟ ସାମିଲ ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ସମସ୍ତ ସମ୍ପତ୍ତିର ବିବରଣୀ ମିଳିପାରିନାହିଁ I

Tags: