ଭିଜିଲାନ୍ସ ଜାଲରେ ଆରଡବ୍ଲୁଏସଏସର ଅତିରିକ୍ତ ମୁଖ୍ୟଯନ୍ତ୍ରୀ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଡିଲେ ପୁଣି ଜଣେ ସରକାରୀ ବାବୁ I ବାବୁ ଜଣକ ହେଉଛନ୍ତି ଭୁବନେଶ୍ୱର RWSS ଅତିରିକ୍ତ ଯନ୍ତ୍ରୀ ନିହାର ରଞ୍ଜନ ଦାସ I ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଆଜି ସକାଳେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘରେ ଚଢ଼ାଉ ଚାଲିଛି I ଏକକାଳୀନ ୬ ଟି ଜାଗାରେ ଚଢ଼ାଉ ଜାରି ରହିଛି I ସୂଚନାନୁସାରେ ନିହାର ରଞ୍ଜନ ଦାସଙ୍କର ଖୋର୍ଦ୍ଧା, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ବାସସ୍ଥାନ ତଥା ସମ୍ପର୍କୀୟଙ୍କ […]
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଡିଲେ ପୁଣି ଜଣେ ସରକାରୀ ବାବୁ I ବାବୁ ଜଣକ ହେଉଛନ୍ତି ଭୁବନେଶ୍ୱର RWSS ଅତିରିକ୍ତ ଯନ୍ତ୍ରୀ ନିହାର ରଞ୍ଜନ ଦାସ I ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଆଜି ସକାଳେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘରେ ଚଢ଼ାଉ ଚାଲିଛି I ଏକକାଳୀନ ୬ ଟି ଜାଗାରେ ଚଢ଼ାଉ ଜାରି ରହିଛି I
ସୂଚନାନୁସାରେ ନିହାର ରଞ୍ଜନ ଦାସଙ୍କର ଖୋର୍ଦ୍ଧା, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ବାସସ୍ଥାନ ତଥା ସମ୍ପର୍କୀୟଙ୍କ ଘରେ ଏହି ଚଢ଼ାଉ କରାଯାଉଛି । ଏହା ସହିତ ଦାସଙ୍କ ଆବାସିକ ଘର ଭୁବନେଶ୍ୱର ସ୍ଥିତ ଖାରବେଳ ନଗରରେ ଥିବା ଶ୍ରୀରାମ ମାନସନ୍ ଫ୍ଲାଟ ନଂ -୨୦, ସମ୍ବଲପୁରର ମୋଦୀପଡାଠାରେ ଅବସ୍ଥିତ ଶ୍ରୀ ଦାସଙ୍କ ଏକ ତିନିମହଲା ପୈତୃକ ଘର, ବରଗଡ଼ ଜିଲ୍ଲାର ରୋହିନିୟାଁ ରେ ତାଙ୍କର ସରକାରୀ କାର୍ଯ୍ୟାଳୟ, ଓ ଖୋର୍ଦ୍ଧାରେ ଥିବା ସଂପର୍କୀୟଙ୍କ ଘରେ ଏହି ଚଢାଉ ହେଉଛି।
ଭୁବନେଶ୍ୱର ସ୍ପେଶାଲ ଭିଜିଲାନ୍ସ ଜଜ୍ଙ୍କ ନିର୍ଦ୍ଦେଶରେ ଚାଲିଛି ଚଢାଉ । ଏହି ଚଢାଉରେ ପାଞ୍ଚ ଜଣ ଡିଏସ୍ପି, ୧୨ ଇନ୍ସପେକ୍ଟର, ୧୧ ଏଏସଆଇ ସାମିଲ ରହିଛନ୍ତି । ତେବେ ଏବେ ଯାଏଁ ଚଢ଼ାଉ ଜାରି ରହିଥିଲେ ମଧ୍ୟ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହାର ସଠିକ ବିବରଣୀ ମିଳିପାରିନାହିଁ I




