ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା,୪ ସପ୍ତାହ ମଧ୍ୟରେ ରିପୋର୍ଟ ଦିଅ : ଏନଏଚଆରସି
ଭୁବନେଶ୍ୱର : ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ରିପୋର୍ଟ ମାଗିଛନ୍ତି ଏନଏଚଆରସି I ଋଷୀୟ ସାଂସଦ ପାଭେଲ୍ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭ ଓଡିଶା ପର୍ଯ୍ୟଟନ ରେ ଆସିଥିବା ବେଳେ ରାୟଗଡା ହୋଟେଲରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା I ବର୍ତ୍ତମାନ ଏହି ଘଟଣାରେ ଡ଼ିଏସପି ସରୋଜ କୁମାର ମହାନ୍ତ ଙ୍କ ନେତୃତ୍ୱରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ କରୁଥିବାବେଳେ,୪ ସପ୍ତାହ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ରାୟଗଡା ଏସପିଙ୍କୁ […]
ଭୁବନେଶ୍ୱର : ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ରିପୋର୍ଟ ମାଗିଛନ୍ତି ଏନଏଚଆରସି I ଋଷୀୟ ସାଂସଦ ପାଭେଲ୍ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭ ଓଡିଶା ପର୍ଯ୍ୟଟନ ରେ ଆସିଥିବା ବେଳେ ରାୟଗଡା ହୋଟେଲରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା I ବର୍ତ୍ତମାନ ଏହି ଘଟଣାରେ ଡ଼ିଏସପି ସରୋଜ କୁମାର ମହାନ୍ତ ଙ୍କ ନେତୃତ୍ୱରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ କରୁଥିବାବେଳେ,୪ ସପ୍ତାହ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ରାୟଗଡା ଏସପିଙ୍କୁ ନିର୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ(NHRC)I କିଭଳି ପାଭେଲ ଆଣ୍ଟୋଭଙ୍କ ମୃତ୍ୟୁ ଘଟିଲା ଓ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି ଜଣାଇବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। I
ସୂଚନାନୁସାରେ, ଗତ ଡିସେମ୍ବର ୨୧ ରେ ରୁଷ ରୁ ୪ ଜଣ ପର୍ଯ୍ୟଟକ ରାୟଗଡ଼ାକୁ ପର୍ଯ୍ୟଟନ ରେ ଆସିଥିଲେ I ସେମାନେ ରାୟଗଡା ସ୍ଥିତ ହୋଟେଲ ସାଇ ଇଣ୍ଟରନେଶନାଲ ରେ ୨ ଟି ରୁମ ରହୁଥିଲେ I ଗୋଟିଏ ରୁମ ରେ ୨ ବନ୍ଧୁ ରୁଷୀୟ ସାଂସଦ ପାଭେଲ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମର ବିଦାନୋଭ ରହୁଥିବାବେଳେ ୨୨ ତାରିଖ ରାତିରେ ଭ୍ଲାଦିମର ବିଦାନୋଭ ମୃତ୍ୟୁ ଘଟିଥିଲା I ତେବେ ଏହା ହୃଦ୍ଘାତ ଜନିତ ମୃତ୍ୟୁ ବୋଲି ପ୍ରାଥମିକ ରିପୋର୍ଟରୁ ଜଣା ପଡିଥିଲା I ମାତ୍ର ଏହି ଘଟଣାକୁ ୨ ଦିନ ନ ପୂରୁଣୁ ଗତ ୨୪ ତାରିଖରେ ସାଂସଦ ତଥା ଧନୀକ ବ୍ୟବସାୟୀ ଆଣ୍ଟୋଭ ପାଭେଲଙ୍କ ମୃତ୍ୟୁ ହୋଇଥିଲା। ଏକ ନିର୍ମାଣାଧୀନ କୋଠାଘର ତଳୁ ତାଙ୍କ ମୃତ ଦେହ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା I ବର୍ତ୍ତମାନ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ପୁଲିସ ଡିଜି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ।
ଏହି ଘଟଣାରେ ୪ ପର୍ଯ୍ୟଟକଙ୍କ ମଧ୍ୟରୁ ଅନ୍ୟ ଦୁଇ ପର୍ଯ୍ୟଟକ ତଥା ସ୍ୱାମୀ ସ୍ତ୍ରୀଙ୍କୁ ଅଧିକ ପଚରାଉଚରା ପାଇଁ ଅଟକ ରଖାଯାଇଛି I ରୁଷୀୟ ପର୍ଯ୍ୟଟକଙ୍କ ଉପରେ କେନ୍ଦ୍ରୀୟ ଓ ରାଜ୍ୟ ଗୁଇନ୍ଦା ବିଭାଗ ନଜର ରଖିଛି। ତେଣୁ ଏହି ମାମଲାରେ ଆବଶ୍ୟକ ପଡିଲେ ଇଣ୍ଟରପୋଲର ସହାୟତା ନିଆଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ ।




