ରୁଷ୍‌ର ସାଂସଦ ଆଣ୍ଟୋଭ ପାୱେଲଙ୍କ ମୃତ୍ୟୁ ଘଟଣା, ହୋଟେଲରେ ପହଁଚିଲା କ୍ରାଇମବ୍ରାଞ୍ଚର ସାଇଣ୍ଟିଫିକ୍‌ ଟିମ୍‌

ରାୟଗଡା : ଦୁଇ ରୁଷ୍ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ଟିମ୍ ର ତନାଘନା । ସେମାନେ ରହୁଥିବା ରାୟଗଡାର ସାଇ ଇଣ୍ଟରନେଶନାଲ ହୋଟେଲ ରେ ପହଞ୍ଚିଛି କ୍ରଇମବ୍ରାଞ୍ଚ ର ସାଇଣ୍ଟିଫିକ ଟିମ I ଯେଉଁ ରୁମରେ ବିଦେଶୀ ପର୍ଯ୍ୟଟକ ରହିଥିଲେ ଓ ଯେଉଁ ସ୍ଥାନରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା, ସେ ସବୁ ସ୍ଥାନରେ ଫରେନସିକ୍ ଟିମ୍ ସହାୟତାରେ ତଦନ୍ତ କରାଯାଉଛି । ଏ ସଂକ୍ରାନ୍ତରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି ସାଇଣ୍ଟିଫିକ ଟିମ […]

Samaya Live Picture
Published On

ରାୟଗଡା : ଦୁଇ ରୁଷ୍ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ଟିମ୍ ର ତନାଘନା । ସେମାନେ ରହୁଥିବା ରାୟଗଡାର ସାଇ ଇଣ୍ଟରନେଶନାଲ ହୋଟେଲ ରେ ପହଞ୍ଚିଛି କ୍ରଇମବ୍ରାଞ୍ଚ ର ସାଇଣ୍ଟିଫିକ ଟିମ I ଯେଉଁ ରୁମରେ ବିଦେଶୀ ପର୍ଯ୍ୟଟକ ରହିଥିଲେ ଓ ଯେଉଁ ସ୍ଥାନରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା, ସେ ସବୁ ସ୍ଥାନରେ ଫରେନସିକ୍ ଟିମ୍ ସହାୟତାରେ ତଦନ୍ତ କରାଯାଉଛି । ଏ ସଂକ୍ରାନ୍ତରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି ସାଇଣ୍ଟିଫିକ ଟିମ । ପାୱେଲ ଆଣ୍ଟୋଭଙ୍କ ମୃତଦେହ ଠାବ ହୋଇଥିବା ହୋଟେଲ ରୁମ୍‌ ସହ ସମସ୍ତ ଅଞ୍ଚଳର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରାଯାଉଛି । ତଥ୍ୟ ସଂଗ୍ରହ ପାଇଁ ମୃତ ଦେହ ପଡ଼ିଥିବା ଜାଗାକୁ ମାର୍କିଂ କରାଯାଇଛି। ସେଠାରେ ଏକ ‘ସ୍ପଟ ମ୍ୟାପ’ ଅଙ୍କାଯାଇ କେଉଁଠାରେ ମୃତ ଦେହ ପଡିଥିଲା ତାହାର ଦୃଶ୍ୟପଟ ଆକଳନ କରାଯାଇଥିଲା I ତିନିମହଲା ଛାତ ଉପରକୁ ଯାଇ ଆନ୍ଥେଭଙ୍କ ମୃତଦେହ ପଡ଼ିଥିବା ସ୍ଥାନକୁ ଦେଖିବା ପରେ ତଳକୁ ଓହ୍ଲାଇଥିଲେ ଫରେନ୍ସିକ୍‌ ଟିମ୍ । ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଫରେନ୍ସିକ୍‌ ଟିମ୍ ଘଟଣାସ୍ଥଳ‌କୁ ଯାଞ୍ଚ୍‌ କରିବା ସହିତ ବହୁ ଗୁରୁତ୍ବପୂର୍ଣ୍ଣ ଦିଗକୁ ତଦନ୍ତ ପରିସରଭୁକ୍ତ କରିଥିଲେ। ଘଟଣାସ୍ଥଳରୁ ଆଣ୍ଟୋଭଙ୍କ ଚପଲକୁ ସଂଗ୍ରହ କରାଯାଇଛି।

ସୂଚନାନୁସାରେ ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ଡିଏସ୍‌ପି ସରୋଜକାନ୍ତ ମହIନ୍ତ ଓ ଇନ୍ସ୍ପେକଟର ମମତା ରାଣୀ ପଣ୍ଡାଙ୍କ ଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚ୍‌ର ୧୨ ଜଣିଆ ଟିମ୍‌ ସହ ଫରେନ୍ସିକ୍‌ ଟିମ୍‌ ହୋଟେଲ୍ ସାଇ ଇଣ୍ଟରନ୍ୟାସ୍‌ନାଲରେ ପହଞ୍ଚିଥିଲେ। । ହୋଟେଲ୍‌ ମ୍ୟାନେଜରଙ୍କ ସହ ଆଲୋଚନା ପରେ ସିସିଟିଭି ଫୁଟେଜ୍ ଯାଞ୍ଚ୍‌ କରିଥିଲେ ଟିମ୍। ଏହାପରେ ରୁଷ୍‌ ପର୍ଯ୍ୟଟକ ଓ ସାଂସଦ ରହୁଥିବା ରୁମ୍, ଟୁରିଷ୍ଟ୍‌ ଗାଇଡ୍‌ଙ୍କ ରୁମ୍ ଅନୁଧ୍ୟାନ ସହ ଘଟଣା ଘଟିଥିବା ସ୍ଥାନକୁ ଯାଇଥିଲେ। ଏଥିସହିତ, ଆଣ୍ଟେଭଙ୍କୁ ଶେଷଥର ପାଇଁ ଦେଖିଥିବା ହୋଟେଲ୍ କର୍ମଚାରୀ, ମୃତଦେହ ଜବତ ସମୟରେ ଉପସ୍ଥିତ ଥିବା ହୋଟେଲ୍ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି କ୍ରାଇମବ୍ରାଞ୍ଚ୍‌ ଟିମ୍। ବିଦାନୋଭଙ୍କ ମୃତ୍ୟୁ ସମୟରେ ହୋଟେଲ୍ ରୁମ୍‌ରେ ପଡ଼ିଥିବା ମଦ ବୋତଲ, ଖାଦ୍ୟ ପଦାର୍ଥ ସହ ଅନ୍ୟ ସାମଗ୍ରୀ ଜବତ କରିଛନ୍ତି। ଜବତ ପ୍ରମାଣ ସହ ଦୁଇ ରୁମ୍‌ରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରାଯାଇଛି । ସେହିପରି ରୁଷ ପର୍ଯ୍ୟଟକ ପାଭେଲ ଆଣ୍ଟୋଭଙ୍କ ଶେଷକୃତ୍ୟ ହୋଇଥିବା ଶ୍ମଶାନକୁ ଯାଇ ଆଜି ନମୂନା ସଂଗ୍ରହ କରିବ ବୋଲି ସୂଚନା ଦିଆଯାଇଛି।

ଏହାସହ ଭ୍ଲାଦିମିର ବିଦାନଭ ଙ୍କ ଆକସ୍ମିକ ଦେହାନ୍ତ ପରେ ୨୨ତାରିଖରେ ଆଣ୍ଟୋଭ ପାୱେଲ ଏକୁଟିଆ ରହିଥିବା ୩୦୯ନଂ ରୁମରେ ମଧ୍ୟ ପ୍ରମାଣ ସଂଗ୍ରହ କରିଛି ତଦନ୍ତକାରୀ ଟିମ୍‌। ସେଠାରୁ ପାଣି ପିଆ ଗ୍ଲାସ, ପାଣି ବୋତଲ ଆଦି ସଂଗ୍ରହ କରିଛି। ଗ୍ଲାସରୁ ଫିଙ୍ଗର ପ୍ରିଣ୍ଟକୁ ସତର୍କତାର ସହ ସଂଗ୍ରହ କରି ଏହାର ଫଟୋଗ୍ରାଫ କରାଯାଇଛି। ପରେ କ୍ରାଇମବ୍ରାଞ୍ଚ ଟିମ୍‌ ରାୟଗଡ଼ା ଏସଡିପିଓ ଓ ଆଇଆଇସିଙ୍କ ସହ ଆଲୋଚନା କରିଛନ୍ତି। ଏପଟେ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଦୁଇ ରୁଷୀୟ ନାଗରିକଙ୍କୁ ପଚରାଉଚରା କରାଯିବା ସହ ସେମାନଙ୍କ ବୟାନର ଭିଡିଓ ରେକର୍ଡିଂ କରାଯାଇଛି।

Tags: