ଫିଟୁଛି ଆଜେକ୍ସ ମୃତ୍ୟୁ ମାମଲାର ଗୁମର
ଭୁବନେଶ୍ବର: ଦିନକୁ ଦିନ ରହସ୍ୟମୟ ହେଇ ଉଠୁଛି ଡିଜେ ଆଜେକ୍ସ ମୃତ୍ୟୁ ମାମଲା I ଦିନ ଓ ସମୟ ଗଡ଼ିବା ସହିତ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟା ଘଟଣାର ନୂଆ ତଥ୍ୟ ଖାରବେଳନଗର ଥାନା ପୋଲିସ ହାତରେ ଲାଗିଛି । ଡିଜିଟାଲ ଟେକ୍ନୋଲୋଜି ସହାୟତାରେ ଏହି ତଥ୍ୟ ପୋଲିସ ଜାଣିବାକୁ ପାଇଛି I ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ ହୋଇଥିଲା ଏକ ହ୍ଵାଟ୍ସଆପ ଗ୍ରୁପ । ଆଜେକ୍ସର ରହିଥିଲା ତିନି ହୂବତୀଙ୍କ ସହିତ ସମ୍ପର୍କ […]
ଭୁବନେଶ୍ବର: ଦିନକୁ ଦିନ ରହସ୍ୟମୟ ହେଇ ଉଠୁଛି ଡିଜେ ଆଜେକ୍ସ ମୃତ୍ୟୁ ମାମଲା I ଦିନ ଓ ସମୟ ଗଡ଼ିବା ସହିତ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟା ଘଟଣାର ନୂଆ ତଥ୍ୟ ଖାରବେଳନଗର ଥାନା ପୋଲିସ ହାତରେ ଲାଗିଛି । ଡିଜିଟାଲ ଟେକ୍ନୋଲୋଜି ସହାୟତାରେ ଏହି ତଥ୍ୟ ପୋଲିସ ଜାଣିବାକୁ ପାଇଛି I ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ ହୋଇଥିଲା ଏକ ହ୍ଵାଟ୍ସଆପ ଗ୍ରୁପ । ଆଜେକ୍ସର ରହିଥିଲା ତିନି ହୂବତୀଙ୍କ ସହିତ ସମ୍ପର୍କ I ତିନିଜଣ ଯୁବତୀ ଏହି ହ୍ଵାଟ୍ସଆପ ଗ୍ରୁପ କରିଥିଲେ। ଆଜେକ୍ସଙ୍କୁ ନେଇ ଅସଲ ମୁଖା ଖୋଲିବାକୁ ତିନି ଯୁବତୀ ଏକ ହୋଇଥିଲେ। ତିନି ଯୁବତୀ ଏକାଠି ହୋଇ ହ୍ଵାଟ୍ସଆପ ଗ୍ରୁପ ଖୋଲିଥିଲେ । ତିନି ଜଣଙ୍କୁ କିଭଳି ଆଜେକ୍ସ ପ୍ରେମ ଜାଲରେ ଫସାଇ ଥିଲେ ସେନେଇ ହ୍ୱାଟ୍ସଆପ ଗ୍ରୁପରେ କଥା ହୋଉଥିଲେ। ଖୁବ ଶୀଘ୍ର ଅନ୍ୟ ଦୁଇ ଯୁବତୀଙ୍କୁ ପଚରାଉଚରା କରିବ ବୋଲି ଖାରବେଳନଗର ଥାନା ପୁଲିସ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଶନିବାର ୧୮ ତାରିଖ ଦିନ ରାତିରେ ଖାରବେଳ ନଗର ଥାନା ଅଧିନ ୟୁନିଟ୍-୩ ସ୍ଥିତ ବାସଭବନରେ ବେକରେ ବେଡ୍ସିଟ୍ ଲଗାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ ‘ଡିଜେ ଆଜେକ୍ସ’ । ଏହା ପୂର୍ବରୁ ସେ ଶେଷ ଥର ପାଇଁ ପ୍ରେମିକା ଜିଜ୍ଞାସାଙ୍କ ସହ ମୋବାଇଲ ଫୋନରେ ୯୭ ସେକେଣ୍ଡ କଥା ହୋଇଥିଲେ । କଥା ହେବ ପୂର୍ବରୁ ତାଙ୍କ ପ୍ରେମିକକୁ ଇ-ମେଲ ମଧ୍ୟ କରିଥିଲେ ଇ ଯାହା କି ୧୯ ତାରିଖ ଡେଲିଭରି ହୋଇଥିଲା I ବର୍ତ୍ତମାନ ଆଜେକ୍ସ ଓ ଜିଜ୍ଞାସାଙ୍କ ମୋବାଇଲ ଫୋନ ଓ ଇମେଲ ତଥ୍ୟକୁ ନେଇ ବିଭିନ୍ନ ଦିଗରୁ ତଦନ୍ତ କରୁଛି ଖାରବେଳନଗର ଥାନା ପୋଲିସ । ଏହା ସହିତ ଡିଲିଟ ହୋଇଥିବା ଭିଡିଓ, ମେସେଜ ଓ ଫଟୋକୁ ରିଟ୍ରାଇଭ କରିବା ପାଇଁ ଚେଷ୍ଟା କରାଯାଉଛି ।




