ରାଉରକେଲା : ବରିଷ୍ଠ ଆଇନଜୀବିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା: ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆଜି ଭୋରରୁ ଡେଲି ମାର୍କେଟ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ତେବେ କିଭଳି ଓ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କରିଛନ୍ତି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନାନୁସାରେ ରମେଶ ଚନ୍ଦ୍ର ବଳ ଦୀର୍ଘ ବର୍ଷ ହେବ ପତ୍ନୀ ଓ ୨ ପୁଅଙ୍କ ସହ ଶ୍ୱଶୁର ଘରେ ରହୁଥିଲେ। […]

Samaya Live Picture
Published On

ରାଉରକେଲା: ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆଜି ଭୋରରୁ ଡେଲି ମାର୍କେଟ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ତେବେ କିଭଳି ଓ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କରିଛନ୍ତି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ ରମେଶ ଚନ୍ଦ୍ର ବଳ ଦୀର୍ଘ ବର୍ଷ ହେବ ପତ୍ନୀ ଓ ୨ ପୁଅଙ୍କ ସହ ଶ୍ୱଶୁର ଘରେ ରହୁଥିଲେ। ଆଜି ସକାଳେ ପରିବାରର ସଦସ୍ୟମାନେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପ୍ଲାଣ୍ଟସାଇଟ୍‌ ଥାନାରେ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ତେବେ ପୂର୍ବରୁ ୧୬ ଥର ବାର୍‌ ଆସୋସିଏସନ୍‌ର ସଭାପତି ଥିବା ରମେଶ ଚନ୍ଦ୍ର ବଳ ଙ୍କ ମୃତ୍ୟୁ ର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।