ମୃଦୁ ପାନୀୟରେ ନିଶା ଦେଇ ୩ ଛାତ୍ରଙ୍କୁ ଲୁଟ
ବଲାଙ୍ଗୀର : କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଅଚେତ ଅବସ୍ଥାରେ ୩ ଛାତ୍ର ଉଦ୍ଧାର I ଛାତ୍ର ମାନଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଲୁଟ ହୋଇଥିବା ଜଣା ପଡିଛି I ଛାତ୍ରମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏମାନଙ୍କ ମଧ୍ୟରୁ ଜଣେ ଛାତ୍ର ନିଖୋଜ ଅଛନ୍ତି I ସୂଚନାନୁସାରେ, ଗତ ୪ ତାରିଖ ଦିନ ସମ୍ବଲପୁର ବରାଇପାଲିରେ ଏସଏସସି ପରୀକ୍ଷା ଥିଲା। ସେଥିପାଇଁ ବେଳପଡା ଥାନା ଅଞ୍ଚଳର ରେଙ୍ଗାଲି ଗାଁର ବଳରାମ […]
ବଲାଙ୍ଗୀର : କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଅଚେତ ଅବସ୍ଥାରେ ୩ ଛାତ୍ର ଉଦ୍ଧାର I ଛାତ୍ର ମାନଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଲୁଟ ହୋଇଥିବା ଜଣା ପଡିଛି I ଛାତ୍ରମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏମାନଙ୍କ ମଧ୍ୟରୁ ଜଣେ ଛାତ୍ର ନିଖୋଜ ଅଛନ୍ତି I
ସୂଚନାନୁସାରେ, ଗତ ୪ ତାରିଖ ଦିନ ସମ୍ବଲପୁର ବରାଇପାଲିରେ ଏସଏସସି ପରୀକ୍ଷା ଥିଲା। ସେଥିପାଇଁ ବେଳପଡା ଥାନା ଅଞ୍ଚଳର ରେଙ୍ଗାଲି ଗାଁର ବଳରାମ ମେହେର, ସୁବାଷ ମେହେର, ଥୁଡିବାହାଲ ଗାଁର ଆନନ୍ଦ ଭୋଇ, ପାଲେସିରା ଗାଁର ବଲବନ୍ତ କୁଅର ଓ ପଲ୍ଲୀମାଲ ଗାଁର ସିଶୀଳ ମହାନନ୍ଦ ସମସ୍ତେ ପରୀକ୍ଷା ଦେବାକୁ ଯାଇଥିଲେ। ପରୀକ୍ଷା ସାରି ଛାତ୍ରମାନେ ଗତକାଲି ରାତିରେ ଇସ୍ପାତ ଟ୍ରେନ ଯୋଗେ କଣ୍ଟାବାଞ୍ଜିକୁ ଆସିଥିଲେ। ୫ ଜଣ ଛାତ୍ର କଣ୍ଟାବାଞ୍ଜି ଷ୍ଟେସନରେ ଓହ୍ଲାଇ ୱେଟିଙ୍ଗ ହଲରେ ବସିଥିଲେ । ସେହି ସମୟରେ ଜଣେ ଅଚିହ୍ନା ବ୍ୟକ୍ତି ଥଣ୍ଡା ପାନୀୟରେ ନିଶାଦ୍ରବ୍ୟ ମିଶାଇ ସେମାନଙ୍କୁ ପିଇବାକୁ ଦେଇଥିଲା । ସେମାନଙ୍କୁ ମଧ୍ୟରୁ ୪ଜଣ ଥଣ୍ଡା ପିଇଥିବା ବେଳେ ଜଣେ ଛାତ୍ର ପିଇ ନଥିଲେ। ପରେ ସମସ୍ତ ଛାତ୍ର ଶୋଇପଡ଼ିଥିଲେ । ସକାଳୁ ୩ଜଣ ଛାତ୍ର ଅଚେତ ଅବସ୍ଥାରେ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କର କୌଣସି ପତ୍ତା ମିଳିନଥିଲା । ଅନ୍ୟ ଜଣେ ଛାତ୍ର ଏନେଇ ଜିଆରପି ପୋଲିସକୁ ଜଣାଇଥିଲେ। ଜିଆରପି ୩ ଛାତ୍ରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ହେଲେ ଏହି ଛାତ୍ରଙ୍କ ପାଖରେ ଥିବା ଟଙ୍କା ଓ ମୋବାଇଲକୁ କେହି ଦୁର୍ବୃତ୍ତ ନେଇ ଯାଇଥିବା ଜଣାପଡ଼ିଥିଲା। ଜିଆରପି ପୁଲିସ ନିଖୋଜ ଛାତ୍ରଙ୍କ ଖୋଜାଖୋଜି କରିବା ସହ ଘଟଣାର ତଦନ୍ତ କରୁଛି।




