ଆର.ଜି.କର ମେଡିକାଲ ଘଟଣା, ଗୁରୁବାର ସୁଦ୍ଧା ସିବିଆଇକୁ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ନିର୍ଦେଶ
ନୂଆଦିଲ୍ଲୀ : କୋଲକତା ଆର.ଜି ମେଡିକାଲ ଘଟଣାକୁ ନେଇ ପଶ୍ଚିମବଙ୍ଗ ସରକାରକୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ମହିଳା ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ବିଭତ୍ସ ହତ୍ୟା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି ବେଳେ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି। ଶୁଣାଣିବେଳେ ସେ କହିଛନ୍ତି ଆରଜି କର ହସ୍ପିଟାଲର ଅଧ୍ୟକ୍ଷ କ’ଣ କରୁଥିଲେ? ପୁଲିସ କାହିଁକି ୧୨ ଘଣ୍ଟା ପରେ ମାମଲା ରୁଜୁ କଲା? ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । […]
ନୂଆଦିଲ୍ଲୀ : କୋଲକତା ଆର.ଜି ମେଡିକାଲ ଘଟଣାକୁ ନେଇ ପଶ୍ଚିମବଙ୍ଗ ସରକାରକୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ମହିଳା ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ବିଭତ୍ସ ହତ୍ୟା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି ବେଳେ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି। ଶୁଣାଣିବେଳେ ସେ କହିଛନ୍ତି ଆରଜି କର ହସ୍ପିଟାଲର ଅଧ୍ୟକ୍ଷ କ’ଣ କରୁଥିଲେ? ପୁଲିସ କାହିଁକି ୧୨ ଘଣ୍ଟା ପରେ ମାମଲା ରୁଜୁ କଲା? ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଏହା ସହିତ ପୀଡିତାଙ୍କ ପରିଚୟ ପ୍ରକାଶ କରାଯାଇଥିବାରୁ ସିଜେଆଇ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପୀଡିତାଙ୍କ ପରିଚୟ ସବୁଆଡେ ପ୍ରକାଶ ପାଇଛି। ଯେତେବେଳେ କି ଏହା କରାଯିବା ଠିକ ନୁହେଁ। ଏହା ସହିତ ସିଜେଆଇ ପଶ୍ଚିମବଙ୍ଗ ସରକାରଙ୍କୁ ପଚାରିଛନ୍ତି – ପ୍ରିନ୍ସିପାଲ ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟା ବୋଲି କହିଥିଲେ କି? ବିଳମ୍ବରେ ପୀଡିତାଙ୍କ ମାତାପିତାଙ୍କୁ ସୂଚନା ଦିଆଯାଇଛି କି? ସେମାନଙ୍କୁ ଭେଟିବାକୁ ଅନୁମତି ଦିଆଗଲା ନାହିଁ? ସିଜେଆଇ କହିଛନ୍ତି, ପୋଲିସ କାହିଁକି ଅପରାଧ ଘଟଣାକୁ ସୁରକ୍ଷା ଦେଇନାହିଁ? କାହିଁକି ହଜାର ହଜାର ଲୋକଙ୍କୁ ଭିତରକୁ ଅନୁମତି ଦିଆଗଲା? ଅନ୍ୟ କଲେଜରେ ପ୍ରିନ୍ସିପାଲଙ୍କୁ କାହିଁକି ଜଏନ କରାଯାଇଥିଲା? ହତ୍ୟା ପରେ ମଧ୍ୟ ଏଫଆଇଆର ବିଳମ୍ବିତ ରାତି ପର୍ଯ୍ୟନ୍ତ ପଞ୍ଜୀକୃତ ହୋଇଥିଲା। ପ୍ରିନ୍ସିପାଲ କ’ଣ କରୁଥିଲେ? ଏଫଆଇଆର ଦାଖଲ କରିବାରେ କାହିଁକି ବିଳମ୍ବ ହେଲା? ସିଜେଆଇ କହିଛି ଯେ ଏହା ଏକ ଗମ୍ଭୀର ପ୍ରସଙ୍ଗ।
ଏହାକୁ ନେଇ ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଦୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ସିବିଆଇକୁ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରିବା ସହ ଡାକ୍ତରଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି।
ଡାକ୍ତରଙ୍କ ସୁରକ୍ଷା ପାଇଁ ଏସଓପି ପ୍ରସ୍ତୁତ କରିବାକୁ ନ୍ୟାସନାଲ ଟାସ୍କ ଫୋର୍ସ ଗଠନ କରିବାକୁ କହିଛନ୍ତି କୋର୍ଟ। ଏଥିସହ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି ଖଣ୍ଡପୀଠ। ତଦନ୍ତରେ ଶୀଥିଳତା ଏବଂ ହସ୍ପିଟାଲରେ ଭଙ୍ଗାରୁଜା କରିବା ନେଇ କୋଲକାତା ପୁଲିସ ଉପରେ ବର୍ଷିଛନ୍ତି ପ୍ରଧାନ ବିଚାରପତି।




