ଆର.ଜି କର ମେଡିକାଲ ଦୁଷ୍କର୍ମ ଓ ହତ୍ୟା ଘଟଣା,ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ

କୋଲକାତା : ଆରଜି କର ମେଡିକାଲ କଲେଜ ମହିଳା ଡାକ୍ତଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଶନିବାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ । ଏନେଇ ସୋମବାର ହେବ ଦଣ୍ଡ ଘୋଷଣା । ‘ଅଭୟା’ ମାମଲାରେ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କଲେ ପଶ୍ଚିମବଙ୍ଗ ସିଆଲଦା କୋର୍ଟ । ଆସନ୍ତା ୨୦ ତାରିଖରେ ସଞ୍ଜୟ ରାୟକୁ ଦଣ୍ଡ ଶୁଣାଇବେ କୋର୍ଟ। ଅତି କମରେ ଆଜୀବନ ସଜା ବା ଫାଶୀ ଦଣ୍ଡ ହେପାରେ […]

Samaya Live Picture
Published On

କୋଲକାତା : ଆରଜି କର ମେଡିକାଲ କଲେଜ ମହିଳା ଡାକ୍ତଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଶନିବାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ । ଏନେଇ ସୋମବାର ହେବ ଦଣ୍ଡ ଘୋଷଣା । ‘ଅଭୟା’ ମାମଲାରେ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କଲେ ପଶ୍ଚିମବଙ୍ଗ ସିଆଲଦା କୋର୍ଟ । ଆସନ୍ତା ୨୦ ତାରିଖରେ ସଞ୍ଜୟ ରାୟକୁ ଦଣ୍ଡ ଶୁଣାଇବେ କୋର୍ଟ। ଅତି କମରେ ଆଜୀବନ ସଜା ବା ଫାଶୀ ଦଣ୍ଡ ହେପାରେ ବୋଲି ସୂଚନା ମିଳୁଛି । ଅଭୟା କାଣ୍ଡର ୫ ମାସ ପରେ ଆସିଛି ରାୟ । ଏହି ଘଟଣାରେ ୨ ଟି ତଦନ୍ତ କ।ରି ସଂସ୍ଥା କୋଲକାତା ପୋଲିସ ଏବଂ ସିବିଆଇ ତଦନ୍ତ ଚଳାଇଥିଲେ । ତେବେ ଆଜିବି କୋର୍ଟରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ନିଜକୁ ନିର୍ଦୋଷ ବୋଲି କହିଥିଲା ଏବଂ ତାକୁ ଫସାଇଦିଆଯାଇଥିବା କହିଛି ।

କୋର୍ଟ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ବିଏନଏସ୍‌ ଧାରା ୬୪, ୬୬, ୧୦୩/୧ ଲଗାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ହେଉଛି ଯେ ସେ ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ସେମିନାର ରୁମକୁ ଯାଇ ସେଠାରେ ବିଶ୍ରାମ ନେଉଥିବା ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ଆକ୍ରମଣ କରିଥିଲେ ଏବଂ ପରେ ତାଙ୍କୁ ହତ୍ୟା କରିଥିଲେ। ଡାକ୍ତରଙ୍କ ହତ୍ୟା ଏବଂ ବଳାତ୍କାର ମାମଲାର ଅଭିଯୁକ୍ତ ସଞ୍ଜୟ ରୟଙ୍କ ଶୁଣାଣି ଜାନୁଆରୀ ୯ ତାରିଖରେ ସମାପ୍ତ ହୋଇଥିଲା, ଏହି ସମୟରେ ୫୦ ଜଣ ସାକ୍ଷୀଙ୍କୁ ପଚରାଉଚରା କରାଯାଇଥିଲା।

ସୂଚନା ଯୋଗ୍ୟ, ଅଗଷ୍ଟ ୯ ତାରିଖରେ ସହରର ଉତ୍ତର ଭାଗରେ ଥିବା ଏହି ସରକାରୀ ହସ୍ପିଟାଲରେ ସ୍ନାତକୋତ୍ତର ତାଲିମପ୍ରାପ୍ତ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଏହି ଜଘନ୍ୟ ଅପରାଧ ଘଟାଇଥିବା ସଞ୍ଜୟ ବିରୋଧରେ ଅଭିଯୋଗ ହୋଇଥିଲା। ନଭେମ୍ବର ୧୨ ତାରିଖରେ ଏକ ବନ୍ଦ କୋଠରୀରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା ଏବଂ ୫୭ ଦିନ ପରେ, ସିଆଲଦା କୋର୍ଟ ରେ ଏହାର ରାୟ ଶୁଣାଯାଇଛି ।
ମାମଲାର ତଦନ୍ତ କରୁଥିବା କୋଲକାତା ପୁଲିସ ଅଗଷ୍ଟ ୧୦ ତାରିଖରେ ସଞ୍ଜୟ ରାୟଙ୍କୁ ଗିରଫ କରିଥିଲା। ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ, ହସ୍ପିଟାଲର ସେମିନାର ରୁମରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରେ କଲିକତା ହାଇକୋର୍ଟ ମାମଲାଟିକୁ ସିବିଆଇକୁ ହସ୍ତାନ୍ତର କରିଥିଲେ। ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ପାଇଁ ସଞ୍ଜୟଙ୍କ ବିରୁଦ୍ଧରେ ଶୁଣାଣି ଜାନୁଆରୀ ୯ ତାରିଖରେ ଶେଷ ହୋଇଥିଲା ଏବଂ ଏହି ସମୟରେ ୫୦ ଜଣ ସାକ୍ଷୀଙ୍କୁ ଜେରା କରାଯାଇଥିଲା।

Tags: