ଭିଜିଲାନ୍ସ ଜାଲରେ ରେଭିନ୍ୟୁ ସୁପରଭାଇଜର

ନୂଆପଡା : ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଉ ଜଣେ ସରକାରୀ ବାବୁ I ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅଫିସର ରେଭିନ୍ୟୁ ସୁପରଭାଇଜର ଅକ୍ଷୟ କୁମାର ନାଏକ I ଜବରଦଖଲ ଜମିର ସରକାରୀ ପଟ୍ଟା କରିବାକୁ ସେ ଏହି ଲାଞ୍ଚ ନେଉଥିବାବେଳେ ଟଙ୍କା ସହିତ ଧରିଛି ଭିଜିଲାନ୍ସ I ସୂଚନାନୁସାରେ,କୋମନା ତହସିଲର ମିଛାପାଲି ଆରଆଇ ସେକସନର ୩୦ ଜଣ ଲୋକ ଦୀର୍ଘ ୨୦ ବର୍ଷ ହେବ […]

Samaya Live Picture
Published On

ନୂଆପଡା : ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଉ ଜଣେ ସରକାରୀ ବାବୁ I ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅଫିସର ରେଭିନ୍ୟୁ ସୁପରଭାଇଜର ଅକ୍ଷୟ କୁମାର ନାଏକ I ଜବରଦଖଲ ଜମିର ସରକାରୀ ପଟ୍ଟା କରିବାକୁ ସେ ଏହି ଲାଞ୍ଚ ନେଉଥିବାବେଳେ ଟଙ୍କା ସହିତ ଧରିଛି ଭିଜିଲାନ୍ସ I
ସୂଚନାନୁସାରେ,କୋମନା ତହସିଲର ମିଛାପାଲି ଆରଆଇ ସେକସନର ୩୦ ଜଣ ଲୋକ ଦୀର୍ଘ ୨୦ ବର୍ଷ ହେବ ସରକାରୀ ଜମିକୁ ଜବରଦଖଳ କରି ଚାଷବାସ କରି ଆସୁଥିଲେ । ଏହି ଜବରଦଖଲ ଜମିର ଜୋରିମାନା କମ ତଥା ପଟ୍ଟା କରିଦେବାପାଇଁ ଜବର ଦାଖଲକାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲେଖାଏଁ ଲାଞ୍ଚ ନେଉଥିବା ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା। ତେଣୁ ଏଥିପାଇଁ ନୂଆପଡ଼ା ଭିଜିଲାନସ୍ ଡିଏସପିଙ୍କ ନେତୃତ୍ୱରେ ନୂଆପଡା ଓ ଭବାନିପାଟଣା ଭିଜିଲାନସ୍ ଟିମ ରେଭିନ୍ୟୁ ସୁପରଭାଇଜରଙ୍କ ଉପରେ ଚଢାଉ କରିଥିଲେ। ଅକ୍ଷୟ କୁମାର ନାଏକଙ୍କ ଉଦ୍ୟାନବନ୍ଧ ଭଡ଼ା ଘର ସହିତ କୋମନା ତହସିଲ ଅଫିସରେ ଚଢାଉ କରିଛି ଭିଜିଲାନ୍ସ I

Tags: