ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ
ମାଲକାନଗିରି : ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ I ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିନ୍ଧ୍ରମାଳ ସର୍କଲର ରାଜସ୍ୱ ନିରୀକ୍ଷକ ସିମାଞ୍ଚଳ ସାହୁ । ରାଜସ୍ବ ନିରୀକ୍ଷକ ସୀମାଞ୍ଚଳ ସାହୁ ଜଣେ ହିତାଧିକାରୀ ସନ୍ଧ୍ୟାରାଣୀ ମଣ୍ଡଳଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏୟାରଷ୍ଟ୍ରିପ ନିର୍ମାଣରେ ହରାଇଥିବା ଜମି କ୍ଷତିପୂରଣ କରାଇଦେବା ପାଇଁ ଜଣେ ହିତାଧିକାରୀଙ୍କ ସହ ୩୫ ହଜାର ଟଙ୍କା […]
ମାଲକାନଗିରି : ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ I ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିନ୍ଧ୍ରମାଳ ସର୍କଲର ରାଜସ୍ୱ ନିରୀକ୍ଷକ ସିମାଞ୍ଚଳ ସାହୁ । ରାଜସ୍ବ ନିରୀକ୍ଷକ ସୀମାଞ୍ଚଳ ସାହୁ ଜଣେ ହିତାଧିକାରୀ ସନ୍ଧ୍ୟାରାଣୀ ମଣ୍ଡଳଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏୟାରଷ୍ଟ୍ରିପ ନିର୍ମାଣରେ ହରାଇଥିବା ଜମି କ୍ଷତିପୂରଣ କରାଇଦେବା ପାଇଁ ଜଣେ ହିତାଧିକାରୀଙ୍କ ସହ ୩୫ ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା। ତେବେ ଏହା ପୂର୍ବରୁ ସେ ୧୦ ହଜାର ଟଙ୍କା ନେଇସାରିଥିଲେ । ପୁଣି ୨୫ ହଜାର ଟଙ୍କା ନେଲା ବେଳେ ଧରିଲା ମାଲକାନଗିରି ଭିଜିଲାନ୍ସ ଟିମ୍ I ଏନେଇ ମାକଲାନାଗିରି ଭିଜିଲାନ୍ସ DSP ସୁଶାନ୍ତ କୁମାର ବିଶ୍ଵାଳ ସୂଚନା ଦେଇଛନ୍ତି I




