ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ

ଭଞ୍ଜନଗର : ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ତହସିଲ ରାଜସ୍ୱ ନିରୀକ୍ଷକ । ଲାଞ୍ଚ ଟଙ୍କା ସହ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ ପ୍ରଦୀପ କୁମାର ଗୌଡ଼ । ଜମିର ଭାଲ୍ୟୁଏସନ କମାଇବାକୁ ସେ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି । ସୂଚନାନୁସାରେ, ଗାଙ୍ଗପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଜମି ବିକ୍ରି ପାଇଁ ଆବଶ୍ୟକୀୟ କରାଇବାକୁ ବେଲଗୁଣ୍ଠା ତହସିଲ ଯାଇଥିଲେ । ସେଠାରେ ଉକ୍ତ ବ୍ୟକ୍ତିଙ୍କର ଜମିର ଭାଲ୍ୟୁଏସନ କମ ନେଇ ଆରଆଇ ପ୍ରଦୀପ […]

Samaya Live Picture
Published On

ଭଞ୍ଜନଗର : ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ତହସିଲ ରାଜସ୍ୱ ନିରୀକ୍ଷକ । ଲାଞ୍ଚ ଟଙ୍କା ସହ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ ପ୍ରଦୀପ କୁମାର ଗୌଡ଼ । ଜମିର ଭାଲ୍ୟୁଏସନ କମାଇବାକୁ ସେ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ।

ସୂଚନାନୁସାରେ, ଗାଙ୍ଗପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଜମି ବିକ୍ରି ପାଇଁ ଆବଶ୍ୟକୀୟ କରାଇବାକୁ ବେଲଗୁଣ୍ଠା ତହସିଲ ଯାଇଥିଲେ । ସେଠାରେ ଉକ୍ତ ବ୍ୟକ୍ତିଙ୍କର ଜମିର ଭାଲ୍ୟୁଏସନ କମ ନେଇ ଆରଆଇ ପ୍ରଦୀପ କୁମାର ଗୌଡ଼ ୭ ହଜାର ଲାଞ୍ଚ ମାଗିଥିଲେ। ଏନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ତେବେ ଆଜି ଆରଆଇ ପ୍ରଦୀପ କୁମାର ଗୌଡ଼ ଲାଞ୍ଚ ନେବା ସୟମରେ ତାଙ୍କୁ ଧରିଛି ଭିଜିଲାନ୍ସ। ଏଥି ସହିତ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଆରଆଇ ପ୍ରଦୀପ କୁମାର ଗୌଡ଼ଙ୍କର ଦୁଇଟି ସ୍ଥାନରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢଉ କରିଛି।

Tags: