ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା
ସମୟ ଲାଇଭ,୪/୫(ସୁବାସ ସାମଲ) : ଭାରତ ଲକଡାଉନ୍ ସ୍ଥିତିରେ ଥିବା ବେଳେ ସରକାର ଏବେ ଅସହାୟଙ୍କୁ ଦିନକୁ ଦୁଇ ଓଳି ଖାଦ୍ୟ ଯୋଗାଇ ଦେବା ପାଇଁ ରାସନ ବଣ୍ଟନ ବ୍ୟବସ୍ଥା କରିଛନ୍ତି । ତେବେ ଯୋଗାଣ ବିଭାଗ ଏବଂ ଡିଲର ଏହି ସୁଯୋଗରେ ଗରିବଶ୍ରେଣୀର ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକରୁ ଏପରି ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି । ହିତାଧୀକାରୀଙ୍କ ରାସନ ଲୂଟ ହେଉଥିବା ଖୋଦ ହିତାଧିକାରୀ ଅଭିଯୋଗ କରିଛନ୍ତି […]
ସମୟ ଲାଇଭ,୪/୫(ସୁବାସ ସାମଲ) : ଭାରତ ଲକଡାଉନ୍ ସ୍ଥିତିରେ ଥିବା ବେଳେ ସରକାର ଏବେ ଅସହାୟଙ୍କୁ ଦିନକୁ ଦୁଇ ଓଳି ଖାଦ୍ୟ ଯୋଗାଇ ଦେବା ପାଇଁ ରାସନ ବଣ୍ଟନ ବ୍ୟବସ୍ଥା କରିଛନ୍ତି । ତେବେ ଯୋଗାଣ ବିଭାଗ ଏବଂ ଡିଲର ଏହି ସୁଯୋଗରେ ଗରିବଶ୍ରେଣୀର ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକରୁ ଏପରି ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି ।
ହିତାଧୀକାରୀଙ୍କ ରାସନ ଲୂଟ ହେଉଥିବା ଖୋଦ ହିତାଧିକାରୀ ଅଭିଯୋଗ କରିଛନ୍ତି | ବସ୍ତାରେ କମ୍ ଚାଉଳ ଆସୁଛି , ଆମକୁ ସରକାର ଲୋଡ ଅନ ଲୋଡ କରିବା କୁ ଟଙ୍କା ଦେଉ ନାହାନ୍ତି ,କହି ହିତାଧୀକାରୀଙ୍କ ୧କିଲୋରୁ ୩କିଲୋ ଚାଉଳ ରିଟେଲର ନେଇଯାଉଥିବା କୁହାଯାଉଛି । ଲକଡାଉନରେ ସରକାରୀ ଖର୍ଚ୍ଚରେ ଗାଡିରେ ଗାଁ ଗାଁରେ ବୁଲି ଚାଉଳ ବାଣ୍ଟିବାକୁ ବ୍ୟବସ୍ଥା ଥିଲେ ମଧ୍ୟ ସେଣ୍ଟର ପଏଣ୍ଟରେ ରାସନ ସାମଗ୍ରୀ ବାଣ୍ଟି ଗାଡି ଭଡା ଲୁଟ୍ କରିବାରେ ଲାଗି ପଡିଛନ୍ତି ଯୋଗାଣ ବିଭାଗ ଅଧିକାରୀ ଓ ରିଟେଲର । ଗରଦପୁର ବ୍ଲକରେ ୧୮ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ସାମାଜିକ ଦୂରତ୍ବ ରକ୍ଷା କରି ଜନସାଧାରଣଙ୍କୁ ରାସନ ସାମଗ୍ରୀ ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ହେଲେ ଏବ୍ଲକର କେତେକ ପଞ୍ଚାୟତରେ ସାମାଜିକ ଦୂରତ୍ବ ବ୍ୟତିକ୍ରମ ସହିତ କମ୍ ପରିମାଣ ସାମଗ୍ରୀ ବଣ୍ଟନ କରି ହିତାଧିକାରୀଙ୍କ ରାସନ ଲୁଟ୍ କରାଯାଉଥିବା ଜଣାପଡିଛି । ବ୍ଳକ ଯୋଗଣ ବିଭାଗ ଅଧିକାରୀଙ୍କୁ କହିଲେ କୌଣସି ସୁଫଳ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି ହିତାଧୀକାରୀ ।
କରୋନା ମୁକାବିଲା ସୁଯୋଗରେ ଗରଦପୁର ବ୍ଲକ ଯୋଗାଣ ବିଭାଗ ଅଧିକାରୀ ଆଉ ରିଟେଲରମାନଙ୍କ ମଧ୍ୟରେ ଚାଲିଛି ମଧୁଚନ୍ଦ୍ରିକା । ହିତାଧିକାରୀଙ୍କ ଅଭିଯୋଗ ସମ୍ପର୍କରେ ଯୋଗାଣ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ଅଭିଯୋଗକୁ ଭିତ୍ତି କରି ତଦନ୍ତ କରାଯିବ ବୋଲି କହିଥିଲେ । ବହୁ ସମୟରେ ଯୋଗାଣ ଅଧିକାରୀ ଅନୁପସ୍ଥିତ ଥିବାରୁ ଡାଟା ଏଣ୍ଟ୍ରି ଅପରେଟର ଯୋଗାଣ ଅଧିକାରୀ କାର୍ଯ୍ୟ ତୁଲାଇଥାନ୍ତି। ମାତ୍ର ଲକଡାଉନ୍ ସମୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରତି ରିଟେଲର ହିତାଧିକାରୀଙ୍କ ପାଖରେ ରାସନ୍ ପହଞ୍ଚାଇବା ନେଇ ସେଭଳି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ ଯୋଗାଣ ବିଭାଗ ଅଧିକାରୀ ।
ତେବେ ବ୍ଲକ ଯୋଗାଣ ବିଭାଗ ଅଧିକାରୀଙ୍କ ଏଭଳି ମନ୍ତବ୍ଯ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି ଜୋର ଧରିଛି ।
Tags:




