ରସୁଲଗଡ଼ ହତ୍ୟା ମାମଲା ,ଖସି ପାରିବେ ନାହିଁ ଅପରାଧୀ – ଆଇନମନ୍ତ୍ରୀ
ଭୁବନେଶ୍ୱର : ରସୁଲଗଡ଼ ଓଭରବ୍ରିଜ୍ରେ ଯୁବକଙ୍କୁ ହତ୍ୟା ଘଟଣା । ଏହି ହତ୍ୟାକାଣ୍ଡ ନେଇ ପୋଲିସ ତଦନ୍ତ କରୁଛି । ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୋଷୀକୁ ନିଶ୍ଚିତ ଧରାଯିବ । କେବଳ ଆଜିର ଘଟଣା ନୁହେଁ, କିଛି ଦିନ ହେବ ଏଭଳି ଘଟଣା ବିଭିନ୍ନ ଅଞ୍ଚଳରୁ ନଜରକୁ ଆସୁଛି । ଗତ ୨୪ ବର୍ଷ ସରକାରରେ ଅପରାଧ ଘଟାଇ ଦୋଷୀ […]
ଭୁବନେଶ୍ୱର : ରସୁଲଗଡ଼ ଓଭରବ୍ରିଜ୍ରେ ଯୁବକଙ୍କୁ ହତ୍ୟା ଘଟଣା । ଏହି ହତ୍ୟାକାଣ୍ଡ ନେଇ ପୋଲିସ ତଦନ୍ତ କରୁଛି । ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୋଷୀକୁ ନିଶ୍ଚିତ ଧରାଯିବ । କେବଳ ଆଜିର ଘଟଣା ନୁହେଁ, କିଛି ଦିନ ହେବ ଏଭଳି ଘଟଣା ବିଭିନ୍ନ ଅଞ୍ଚଳରୁ ନଜରକୁ ଆସୁଛି । ଗତ ୨୪ ବର୍ଷ ସରକାରରେ ଅପରାଧ ଘଟାଇ ଦୋଷୀ ପଳାଉଥିଲେ । ପୋଲିସ ଧରି ପାରୁନଥିଲା । କିନ୍ତୁ ଆମ ସରକାରର ନିଷ୍ପତ୍ତି କୌଣସି ବି ଅପରାଧି ଖସି ଯାଇପାରିବ ନାହିଁ । ସେଇ ସମାନ ପୋଲିସ ଏବେ ଅପରାଧୀକୁ ଧରୁଛି । କିନ୍ତୁ ପୂର୍ବ ସରକାରରେ ଏହା ହେଉନଥିଲା ।
ଅନ୍ୟପଟେ ରାଜଧାନୀର ରସୁଲଗଡ଼ ଓଭରବ୍ରିଜ୍ରେ ଯୁବକଙ୍କ ମୁଣ୍ଡ କାଟି ହତ୍ୟା ଘଟଣା,ଆକ୍ସନ ମୋଡ୍ରେ କମିଶନରେଟ୍ ପୋଲିସ । ହତ୍ୟାକାଣ୍ଡରେ ସାମିଲ ଥିବା ସନ୍ଦେହରେ ତିନି ଜଣ ଯୁବକଙ୍କୁ ଏକ ଅଜ୍ଞାତ ସ୍ଥାନରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ୩ ଅଭିଯୁକ୍ତ ସେହି କେଦାର ପଲ୍ଲୀ ଅଞ୍ଚଳର । ୨ ମୁଖ୍ୟ ଅଭିଯୁକ୍ତଙ୍କ ସହ ସହଯୋଗୀଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ଏନେଇ ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ପୂର୍ବରୁ ସହଦେଵଙ୍କ ସହିତ ଅଭିଯୁକ୍ତଙ୍କ ବ୍ୟକ୍ତିଗତ ରାଗ ଥିଲା । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛନ୍ତି । ଘଟଣାର ଅଧିକ ଖୋଳତାଡ଼ ଜାରି ରହିଛି ।
ସୂଚନା ଯୋଗ୍ୟ, ସହଦେବ ପୁଲିସ ମିତ୍ର ଭାବରେ କାମ କରୁଥିଲେ। ଧଳା ଜହର ଆଦି ମାମଲା ବିଷୟରେ ସୂଚନା ଦେଉ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । କେଦାରପଲ୍ଲୀ ବସ୍ତିର ବିଏମ୍ସି ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକ ସ୍କୁଟିରେ ଯାଉଥିବା ବେଳେ ଦୁର୍ବୃତ୍ତ ବାଇକରେ ଆସି ଗୋଡାଇ ଗୋଡାଇ ତାଙ୍କୁ ବୀଭତ୍ସ ଭାବରେ ହତ୍ୟା କରିଛନ୍ତି । ତାଙ୍କ ବେକ ଓ ଗୋଡରେ ଗଭୀର ଆଘାତ ଲାଗିିଛି । ଏହା ପ୍ରତିବାଦରେ ୨୪ ଘଣ୍ଟା ମଧ୍ୟରେ ଅପରାଧୀ ଧରା ନପଡିଲେ ରାଜଧାନୀରେ ସଫେଇକାମ ବନ୍ଦ ରହିବ ବୋଲି ଉତ୍ତ୍ୟକ୍ତ କର୍ମୀ ମାନେ ଚେତାବନୀ ଦେଇଛନ୍ତି।




