ଅଭିନେତ୍ରୀ ରଶ୍ମୀରେଖାଙ୍କ ମୃତ୍ୟୁ ମାମଲା: ବୟଫ୍ରେଣ୍ଡଙ୍କୁ ନୋଟିସ୍‌

ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲା । ଘଟଣାରେ ବୟଫ୍ରେଣ୍ଡ୍‌ ସନ୍ତୋଷ ପାତ୍ରଙ୍କୁ ନୋଟିସ୍‌ ଜାରି କରାଯାଇଛି । ଲିଭ୍‌ ଇନ୍‌ ରିଲେସନସିପରେ ଥିବା ବୟଫ୍ରେଣ୍ଡ୍‌ ସନ୍ତୋଷଙ୍କୁ ହାଜର ପାଇଁ ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ ନୋଟିସ୍‌ ଜାରି କରିଛି । ଏହି ନୋଟିସକୁ ସନ୍ତୋଷଙ୍କ ପରିବାର ଲୋକଙ୍କୁ ଦିଆଯାଇଛି । ତୁରନ୍ତ ଥାନାରେ ପହଞ୍ଚି ତଦନ୍ତରେ ସହଯୋଗ କରିବାକୁ ନୋଟିସରେ ଉଲ୍ଲେଖ ରହିଛି । ରଶ୍ମିରେଖାଙ୍କ ମୃତ୍ୟୁ ପରଠୁ ତାଙ୍କ ସହ ଲିଭ […]

Samaya Live Picture
Published On

ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲା । ଘଟଣାରେ ବୟଫ୍ରେଣ୍ଡ୍‌ ସନ୍ତୋଷ ପାତ୍ରଙ୍କୁ ନୋଟିସ୍‌ ଜାରି କରାଯାଇଛି । ଲିଭ୍‌ ଇନ୍‌ ରିଲେସନସିପରେ ଥିବା ବୟଫ୍ରେଣ୍ଡ୍‌ ସନ୍ତୋଷଙ୍କୁ ହାଜର ପାଇଁ ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ ନୋଟିସ୍‌ ଜାରି କରିଛି । ଏହି ନୋଟିସକୁ ସନ୍ତୋଷଙ୍କ ପରିବାର ଲୋକଙ୍କୁ ଦିଆଯାଇଛି । ତୁରନ୍ତ ଥାନାରେ ପହଞ୍ଚି ତଦନ୍ତରେ ସହଯୋଗ କରିବାକୁ ନୋଟିସରେ ଉଲ୍ଲେଖ ରହିଛି । ରଶ୍ମିରେଖାଙ୍କ ମୃତ୍ୟୁ ପରଠୁ ତାଙ୍କ ସହ ଲିଭ ଇନ୍‌ ରିଲେସନସିପରେ ରହୁଥିବା ବୟଫ୍ରେଣ୍ଡ୍‌ ସନ୍ତୋଷ ପାତ୍ରଙ୍କ ପତ୍ତା ମିଳୁନି । ଏପରିକି ତାଙ୍କ ଫୋନ୍‌ ମଧ୍ୟ ଅଫ । ଝିଅର ମୃତ୍ୟୁ ନେଇ ରଶ୍ମିରେଖାଙ୍କ ପରିବାର ଲୋକ ମଧ୍ୟ ସନ୍ତୋଷ ପାତ୍ରଙ୍କୁ ଦାୟୀ କରିଆସୁଛନ୍ତି । ରଶ୍ମିରେଖାଙ୍କ ପୂର୍ବତନ ବୟଫ୍ରେଣ୍ଡ୍‌ ରାଜା ମଧ୍ୟ ତଦନ୍ତ ପରିସର ଭିତରେ ରହିବେ ବୋଲି ପୋଲିସ ସ୍ପଷ୍ଟ କରିଛି । ସନ୍ତୋଷ ଯଦି ନିର୍ଦ୍ଦୋଷ, ତେବେ ଘଟଣା ପରଠୁ ସେ କାହିଁକି ସାମ୍ନାକୁ ଆସୁ ନାହାନ୍ତି ବୋଲି ରଶ୍ମିରେଖାଙ୍କ ମା ଓ ଭାଇ ପ୍ରଶ୍ନ କରିଛନ୍ତି । ସେହିପରି ରଶ୍ମିରେଖାଙ୍କ ସହ କାମ କରୁଥିବା କିଛି ସହ କଳାକାର ମଧ୍ୟ ସମାନ ପ୍ରଶ୍ନ ଉଠାଇ ସନ୍ତୋଷଙ୍କ ଭୂମିକାକୁ ସନ୍ଦେହଜନକ ବୋଲି କହିଛନ୍ତି । ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା । ସେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ଲୁଚି ରହିଛି, ସେନେଇ ସସପେନ୍ସ ଲାଗି ରହିରଥିଲା । ଝିଅର ମୃତ୍ୟକୁ ନେଇ ରଶ୍ମିରେଖାଙ୍କ ପରିବାର ଲୋକ ସନ୍ଦେହ ପ୍ରକାଶ କରିଥିଲେ । ହେଲେ ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଛି । ରଶ୍ମିରେଖାଙ୍କ ମୃତ୍ୟୁ ସୁଇସାଇଡାଲ୍‌ ହ୍ୟାଙ୍ଗିଙ୍ଗ ଜନିତ ବୋଲି ପୋଷ୍ଟମର୍ଟମ ରିପୋର୍ଟରୁ ସୂଚନା ମିଳିଛି ।