ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ, ବାଲେଶ୍ଵର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଶୁଣାଇଲେ ଦଣ୍ଡ
ବାଲେଶ୍ଵର: ନାବାଳିକା ଦୁଷ୍କର୍ମକାରୀକୁ କୋଡିଏ ବର୍ଷ ଜେଲ।ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି। ଏହା ସହ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୨ ବର୍ଷ କାରାଦଣ୍ଡ , U/A376 (AB) IPC ଓ 6 ପୋସ୍କୋ ଆକ୍ଟ ଦ୍ଵାରା ଦଣ୍ଡିତ ହୋଇଛି ଦୋଷୀ କାର୍ତ୍ତିକ ଦଳେଇ । ବାଲେଶ୍ୱର ବସ୍ତା ଥାନା ଅଂଚଳରେ ଏହି ଦୁଷ୍କର୍ମ ହୋଇଥିବା ବେଳେ କେସ ନମ୍ବର ୯୦/ ୨୪ ରେ ଏହି ମାମଲା […]
ବାଲେଶ୍ଵର: ନାବାଳିକା ଦୁଷ୍କର୍ମକାରୀକୁ କୋଡିଏ ବର୍ଷ ଜେଲ।ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି। ଏହା ସହ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୨ ବର୍ଷ କାରାଦଣ୍ଡ , U/A376 (AB) IPC ଓ 6 ପୋସ୍କୋ ଆକ୍ଟ ଦ୍ଵାରା ଦଣ୍ଡିତ ହୋଇଛି ଦୋଷୀ କାର୍ତ୍ତିକ ଦଳେଇ । ବାଲେଶ୍ୱର ବସ୍ତା ଥାନା ଅଂଚଳରେ ଏହି ଦୁଷ୍କର୍ମ ହୋଇଥିବା ବେଳେ କେସ ନମ୍ବର ୯୦/ ୨୪ ରେ ଏହି ମାମଲା ରୁଜୁ ହୋଇଥିଲା ।
୧୨ ଜଣ ସାକ୍ଷୀ ଓ ୨୧ ଟି ଦଲିଲ ଓ ଦସ୍ତାବିଜ କୁ ଆଧାର କରି ରାୟ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ଜିଲ୍ଲା ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଜର୍ଜ ରଞ୍ଜନ କୁମାର ସୁତାର । ଏହାସହ ନାବାଳିକାକୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ କୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ । ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।




