ରେଞ୍ଜର ଗିରଫ
ଢେଙ୍କାନାଳ : ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଢେଙ୍କାନାଳ ସଦର ରେଞ୍ଜର । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଗତକାଲି ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଏକକାଳୀନ ୮ ଟି ସ୍ଥାନରେ ଚଢ଼ାଉ ହୋଇଥିଲା । ଏହି ସମୟରେ ତାଙ୍କର ଢେଙ୍କାନାଳ ସ୍ଥିତ ଘର ଟଏଲେଟ୍ ଫ୍ଲସ୍ ଭିତରୁ ବାହାରି ଥିଲା ଦୁଇ ବିଡ଼ା ୫ ଶହ ଟଙ୍କିଆ ନୋଟ୍।, ଏହା ସହ ହୀରା ହାର, ସୁନା ଗହଣା ସହ […]
ଢେଙ୍କାନାଳ : ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଢେଙ୍କାନାଳ ସଦର ରେଞ୍ଜର । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଗତକାଲି ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଏକକାଳୀନ ୮ ଟି ସ୍ଥାନରେ ଚଢ଼ାଉ ହୋଇଥିଲା । ଏହି ସମୟରେ ତାଙ୍କର ଢେଙ୍କାନାଳ ସ୍ଥିତ ଘର ଟଏଲେଟ୍ ଫ୍ଲସ୍ ଭିତରୁ ବାହାରି ଥିଲା ଦୁଇ ବିଡ଼ା ୫ ଶହ ଟଙ୍କିଆ ନୋଟ୍।, ଏହା ସହ ହୀରା ହାର, ସୁନା ଗହଣା ସହ ସୁନା ବିସ୍କୁଟ ଓ ଦୁଇଟି ଦାମୀ କାର, ବିଭିନ୍ନ ବ୍ରାଣ୍ଡର ନାମୀଦାମୀ ଘଣ୍ଟା, ଆଠଗଡ଼ରେ ୮ ଏକର ପରିମିତ ଅଞ୍ଚଳରେ ଏକ ଫାର୍ମ ହାଉସ,ଢେଙ୍କାନାଳ,ଆଠଗଡ଼,ଭୁବନେଶ୍ୱରରେ ୭ଟି ପ୍ଲଟ ସହିତ ହାଇଦ୍ରାବାଦରେ ୨ଟି ଫ୍ଲାଟ ଥିବାର ଜଣାପଡିଥିଲା । ୧ କୋଟିରୁ ଉର୍ଧ୍ଵ ବ୍ୟାଙ୍କ ଜମା ଥିବାବେଳେ ୫.୧୫ ଲକ୍ଷ ଟଙ୍କା ନଗଦ ଜବତ ହୋଇଥିଲା । ସେହିପରି ଘରୁ ୫୫୭ ଗ୍ରାମର ସୁନା ଅଳଙ୍କାର ମିଳିଥିଲା । ଭୁବନେଶ୍ୱରରେ ଥିବା ଦୁଇଟି ପ୍ଲଟର କାଗଜପତ୍ର, ଏବଂ ଏକାଧିକ ବ୍ୟାଙ୍କ ପାସବୁକ୍ ମିଳିଥିଲା । ତେବେ ତାଙ୍କ ଆଠଗଡ଼ ଫାର୍ମ ହାଉସରେ ବେଆଇନ ଭାବରେ ଠେକୁଆ, ୪ ଟି ମୟୂର, ଶୁଆ, ହଂସ ଆଦି ସହ ଅନ୍ୟାନ୍ୟ ବଣ୍ୟ ପ୍ରାଣୀ ରଖିଥିବାରୁ ତାଙ୍କ ଉପରେ ବନ୍ୟପ୍ରାଣୀ ଧାରା ଅନୁସାରେ ମାମଲା ମଧ୍ୟ ରୁଜୁ କରାଯିବ ବୋଲି ସୂଚନା ମିଳିଛି ।




