ରାଜୁ ମଣ୍ଡଳ ନିଖୋଜ,ଥାନାରେ ଏତଲା ଦେଲେ ପରିବାର
ଭୁବନେଶ୍ବର: ରାଜୁ ମଣ୍ଡଳ ନିଖୋଜ । ଶେଷ ଲୋକେସନ ଦେଖାଇଥିଲା ଲକ୍ଷ୍ମୀସାଗର ଥାନା । ଏହାପରଠାରୁ ରାଜୁର କୌଣସି ପତ୍ତା ମିଳୁନାହିଁ ବୋଲି ପଶ୍ଚିମବଙ୍ଗ ଥାନାରେ ଏତଲା ଦେଲେ ପରିବାର । ସିମ୍ ବକ୍ସ ମାମଲାରେ ରାଜୁ ମଣ୍ଡଳ କମିଶନରେଟ ପୋଲିସ ହାତରେ ଗିରଫ ହେବାପରେ ପଶ୍ଚିମବଙ୍ଗର ଏକ ଥାନାରେ ରାଜୁର ନିଖୋଜ ରିପୋର୍ଟ ଦେଲେ ଘର ଲୋକ। ମିସିଂ ରିପୋର୍ଟ ପାଇବା ପରେ ରାଜୁ ମଣ୍ଡଳ ମୋବାଇଲ ଫୋନ୍ ଟ୍ରାକ କରିଥିଲା ପଶ୍ଚିମବଙ୍ଗ ପୁଲିସ । […]
ଭୁବନେଶ୍ବର: ରାଜୁ ମଣ୍ଡଳ ନିଖୋଜ । ଶେଷ ଲୋକେସନ ଦେଖାଇଥିଲା ଲକ୍ଷ୍ମୀସାଗର ଥାନା । ଏହାପରଠାରୁ ରାଜୁର କୌଣସି ପତ୍ତା ମିଳୁନାହିଁ ବୋଲି ପଶ୍ଚିମବଙ୍ଗ ଥାନାରେ ଏତଲା ଦେଲେ ପରିବାର । ସିମ୍ ବକ୍ସ ମାମଲାରେ ରାଜୁ ମଣ୍ଡଳ କମିଶନରେଟ ପୋଲିସ ହାତରେ ଗିରଫ ହେବାପରେ ପଶ୍ଚିମବଙ୍ଗର ଏକ ଥାନାରେ ରାଜୁର ନିଖୋଜ ରିପୋର୍ଟ ଦେଲେ ଘର ଲୋକ। ମିସିଂ ରିପୋର୍ଟ ପାଇବା ପରେ ରାଜୁ ମଣ୍ଡଳ ମୋବାଇଲ ଫୋନ୍ ଟ୍ରାକ କରିଥିଲା ପଶ୍ଚିମବଙ୍ଗ ପୁଲିସ ।
ରାଜୁର ଲାଷ୍ଟ ଲୋକେଶନ୍ ଲକ୍ଷ୍ମୀସାଗର ଥାନା ସୋ କରିଥିଲା। ଲକ୍ଷ୍ମୀସାଗର ଥାନା ପୁଲିସ ସହ ପଶ୍ଚିମବଙ୍ଗ ପୁଲିସ କଥା ହେବା ପରେ ପରିବାର ଲୋକ ରାଜୁ ଗିରଫ ହେବା ନେଇ ସୂଚନା ପାଇଥିଲେ। ଗିରଫ ସୂଚନା ପାଇବା ପରେ ରାଜୁ ମଣ୍ଡଳ ପରିବାର ଲୋକ ଓକିଲ ସହ ଲକ୍ଷ୍ମୀସାଗର ଥାନା ଆସିଥିବା ବେଳେ ରାଜୁର ଗିରଫ ସମ୍ପର୍କୀୟ ସବୁ ତଥ୍ୟ ଲକ୍ଷ୍ମୀସାଗର ଥାନା ପୁଲିସକୁ ଦେଇଥିଲା। ଏଥି ସହ ପରିବାର ଲୋକଙ୍କୁ ମଧ୍ୟ ରାଜୁ ସମ୍ପର୍କରେ ଅଧିକ ପଚରଉଚରା କରିଛି ଲକ୍ଷ୍ମୀସାଗର ଥାନା ପୁଲିସ।
ଏହି ଘଟଣାରେ ଏପର୍ଯ୍ୟନ୍ତ ୩ ଟି ଜାଗାରେ ସିମ ବକ୍ସ ଠାବ ହୋଇଛି I ଗତକାଲି ପୁଲିସର ସ୍ପେଶାଲ ସ୍କ୍ୱାଡ୍ ରାଜୁମଣ୍ଡଳକୁ ଝାଡଖଣ୍ଡର ରାଞ୍ଚିକୁ ନେଇ ଖୋଳତାଡ କରିବା ସହ ସେଠାରୁ ୩ରୁ ଅଧିକ ସିମ୍ ବକ୍ସ ଠାବ କରିଛି।




