ଜଳସେଚନ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର : ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ଏକକାଳୀନ ୭ ଟି ଠିକଣା ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ଚଢ଼ାଉ ବେଳେ ତାଙ୍କ ଘରୁ ବିପୁଳ ପରିମାଣରେ ଅର୍ଥ ଜବତ କରିଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ତାଙ୍କ ଆଲମୀରାରୁ […]

Samaya Live Picture
Published On

ବାଲେଶ୍ୱର : ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ଏକକାଳୀନ ୭ ଟି ଠିକଣା ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି ।

ଚଢ଼ାଉ ବେଳେ ତାଙ୍କ ଘରୁ ବିପୁଳ ପରିମାଣରେ ଅର୍ଥ ଜବତ କରିଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ତାଙ୍କ ଆଲମୀରାରୁ ନଗଦ ୧୧ ଲକ୍ଷ ଟଙ୍କାର ୧୦୦,୫୦୦ ଓ ୨ ହଜାର ଟଙ୍କିଆ ନୋଟ ବଣ୍ଡଲ ସହିତ ଏକ ସୁନା ଅଳଙ୍କାର ବ୍ୟାଗ ମିଳିଥିବା ସୂଚନା ମିଳିଛି ।

ଶ୍ରୀ ପ୍ରଧାନଙ୍କ ଘର ଜଳେଶ୍ଵର ହୋଇଥିବା ବେଳେ ସେ ଅଧୀକ୍ଷଣ ଯନ୍ତ୍ରୀ ଭାବେ ୨୦୨୧ ମସିହାରୁ କାର୍ଯ୍ୟରତ ଥିଲେ। ଦୁଇ ଦିନ ତଳେ ସରକାର ତାଙ୍କୁ ସହକାରୀ ମୁଖ୍ୟ ଯନ୍ତ୍ରୀ ଭାବେ ମଧ୍ୟ ପଦୋନ୍ନତି ପାଇଛନ୍ତି । ଆଜି ସକାଳୁ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ବାଲେଶ୍ୱର ଅଫିସ ଓ ଘର ସମେତ ମୋଟ ୭ଟି ସ୍ଥାନରେ ଏକାସାଙ୍ଗେ ଚଢାଉ ଚାଲିଛି । ଜଳେଶ୍ବରରେ ଆଠ ଜଣିଆ ଟିମ ରେଡ଼ କରୁଥିବା ବେଳେ ୧୧ ନମ୍ବର ୱାର୍ଡରେ ଥିବା ପୈତୃକ ଘର, ୧୦ ନମ୍ବର ୱାର୍ଡରେ ସମ୍ପର୍କୀୟଙ୍କ ଘର, ଲକ୍ଷ୍ମଣନାଥ ବାଇପାସ ଫାର୍ମହାଉସ, ବାଲେଶ୍ଵର ଅଫିସ ଓ କ୍ବାର୍ଟର୍ସରେ ଚଢାଉ ହୋଇଛି । ଏଥିରେ ଦୁଇ ଡିଏସପି, ୪ ଇନସ୍ପେକ୍ଟର ଓ ଭିଜିଲାନ୍ସ ଅଧିକାରୀମାନେ ସାମିଲ ହୋଇଛନ୍ତି ।

Tags: