ଡ଼ିଏଫଓ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ରାୟଗଡା: ଡ଼ିଏଫଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ I ଆୟାବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରାୟଗଡା ବନଖଣ୍ଡ (ଡ଼ିଏଫଓ)ଅଧିକାରୀ ବିଜୟ କୁମାର ପରିଡାଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ଚଢ଼ାଉ କରିଛି I ଡିଏଫଓ ରହୁଥିବା ଗାନ୍ଧୀନଗର ସ୍ଥିତ ସରକାରୀ ବାସଭବନ,ରାୟଗଡ଼ା ଓ ଭୁବନେଶ୍ୱର ଭାସ୍ୱଭାବନ ସମେତ ରାଜ୍ୟର ୭ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ସୂଚନାଥାଉକି ରାୟଗଡ଼ା ଜିଲ୍ଲାର ଚନ୍ଦାପାହାଡରେ ୩ କୋଟି ଟଙ୍କାର ବୃକ୍ଷ ରୋପଣ ବେଳେ ହୋଇଥିବା ଦୁର୍ନୀତି ପଦାକୁ ଆସିବା ପରେ […]
ରାୟଗଡା: ଡ଼ିଏଫଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ I ଆୟାବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରାୟଗଡା ବନଖଣ୍ଡ (ଡ଼ିଏଫଓ)ଅଧିକାରୀ ବିଜୟ କୁମାର ପରିଡାଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ଚଢ଼ାଉ କରିଛି I ଡିଏଫଓ ରହୁଥିବା ଗାନ୍ଧୀନଗର ସ୍ଥିତ ସରକାରୀ ବାସଭବନ,ରାୟଗଡ଼ା ଓ ଭୁବନେଶ୍ୱର ଭାସ୍ୱଭାବନ ସମେତ ରାଜ୍ୟର ୭ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ସୂଚନାଥାଉକି ରାୟଗଡ଼ା ଜିଲ୍ଲାର ଚନ୍ଦାପାହାଡରେ ୩ କୋଟି ଟଙ୍କାର ବୃକ୍ଷ ରୋପଣ ବେଳେ ହୋଇଥିବା ଦୁର୍ନୀତି ପଦାକୁ ଆସିବା ପରେ ଏହି ଛାଡ଼ୁ କରାଯାଇଛି I ଭିଜିଲାନ୍ସ ତରଫରୁ ୫ ଜଣିଆ ଟିମ୍ ଚଢାଉ କରୁଛନ୍ତି। ଭିଜିଲାନ୍ସ ଡିଏସପି ସନ୍ଧ୍ୟା ରାଣୀ ସାହୁଙ୍କ ନେତୃତ୍ୱରେ ଏହି ଚଢାଉ ଆଜି ସକାଳୁ ଆରମ୍ଭ ହୋଇଛି। ଚଢ଼ାଉ ସମୟରେ ବୀମା ରସିଦ ଓ ବଣ୍ଡ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ କରିଥିଲେ ଭିଜିଲାନ୍ସ ଟିମ୍। ବର୍ତ୍ତମାନ ଚଢ଼ାଉ ଚାଲିଥିବା କାରଣରୁ ଅଧିକ ସୂଚନା ଦେଇନାହିଁ ଭିଜିଲାନ୍ସ।




