ନକଲି ନଡ଼ିଆ ତେଲ ଫାକ୍ଟ୍ରୀ ଉପରେ ଚଢ଼ାଉ

ବ୍ରହ୍ମପୁର: ଅସଲି ବ୍ରାଣ୍ଡ ତେଲ ବୋତଲରେ ନକଲି ଅପମିଶ୍ରଣ ତେଲ । ଅବିକଳ ‘ଶାଲିମାର’ ନଡ଼ିଆ ତେଲ ବୋତଲ ଭଳି ଦେଖାଯାଉଥିବା ତେଲ ବୋତଲରେ ନାଁ ଲେଖା ହୋଇଛି ‘ଶିବାନୀ’। ଶାଲିମାର ନଡ଼ିଆ ତେଲର ଭ୍ରମ ସୃଷ୍ଟି କରି ଗ୍ରାହକଙ୍କୁ ଦିଆଯାଉଥିଲା ପୋଡା ତେଲ । ଏପରି ଅପମିଶ୍ରିତ ନକଲି ନଡ଼ିଆ ତେଲ କାରଖାନା ଉପରେ ଚଢ଼ାଉ କରିଛି ବ୍ରହ୍ମପୁର ପୋଲିସ । ଏହାସହିତ ଏହି ଫାକ୍ଟ୍ରିକୁ ସିଜ୍‌ କରି ବାପା ପୁଅଙ୍କୁ ଗିରଫ କରାଯାଇଛି । […]

Samaya Live Picture
Published On

ବ୍ରହ୍ମପୁର: ଅସଲି ବ୍ରାଣ୍ଡ ତେଲ ବୋତଲରେ ନକଲି ଅପମିଶ୍ରଣ ତେଲ । ଅବିକଳ ‘ଶାଲିମାର’ ନଡ଼ିଆ ତେଲ ବୋତଲ ଭଳି ଦେଖାଯାଉଥିବା ତେଲ ବୋତଲରେ ନାଁ ଲେଖା ହୋଇଛି ‘ଶିବାନୀ’। ଶାଲିମାର ନଡ଼ିଆ ତେଲର ଭ୍ରମ ସୃଷ୍ଟି କରି ଗ୍ରାହକଙ୍କୁ ଦିଆଯାଉଥିଲା ପୋଡା ତେଲ । ଏପରି ଅପମିଶ୍ରିତ ନକଲି ନଡ଼ିଆ ତେଲ କାରଖାନା ଉପରେ ଚଢ଼ାଉ କରିଛି ବ୍ରହ୍ମପୁର ପୋଲିସ । ଏହାସହିତ ଏହି ଫାକ୍ଟ୍ରିକୁ ସିଜ୍‌ କରି ବାପା ପୁଅଙ୍କୁ ଗିରଫ କରାଯାଇଛି । ବ୍ରହ୍ମପୁର ବଡ଼ବଜାରରେ ଏକ ଛୋଟ ଘରେ ପ୍ରସ୍ତୁତ ହେଉଥିଲା ଏହି ଅପମିଶ୍ରିତ ତେଲ ।

ଏହି ନଡିଆ ତେଲ ପ୍ରସ୍ତୁତ କର୍ତ୍ତା ଶାଲିମର ନଡ଼ିଆ ତେଲ ଆଣି ସେଥିରେ ଲିକ୍ୱିଡ ପାରାଫିନ ଓ ଅନ୍ୟାନ୍ୟ ପୋଡା ତେଲ ମିଶାଇ ବାସ୍ନା ପାଇଁ ନଡ଼ିଆ ତେଲର ଏସେନ୍ସ ମିଶାଇ ବଜାରକୁ ଛାଡୁଥିଲେ ଅପମିଶ୍ରିତ ତେଲ । ଏହି ତେଲ ଅସଲି ନଡିଆ ତେଲ ଭଳି ବାସ୍ନା ହେଉଥିଲା । ବ୍ରହ୍ମପୁର ବଡ଼ବଜାରରେ ଏକ ଛୋଟ ଘର ଭିତରେ ଦୀର୍ଘ ବର୍ଷ ଧରି ଚାଲିଥିଲା ଏହି ନକଲି ତେଲ କାରଖାନା । କମ୍ପାନୀ ଏହାର ସୁରାକ ପାଇବା ପରେ ଲିଗାଲ ଟିମ୍ ପକ୍ଷରୁ ବଡ ବଜାର ଥାନାରେ କରାଯାଇଥିଲା ଅଭିଯୋଗ ।

ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ କରି ଶାସ୍ତ୍ରୀନଗର ଚତୁର୍ଥ ଲାଇନରୁ ଏହି ନକଲି ନଡ଼ିଆ ତେଲ କମ୍ପାନୀ ଠାବ କରିଛି । ବ୍ରାଣ୍ଡ, ଟ୍ରେଡମାର୍କ, ଅକ୍ଷର ଓ ଅନ୍ୟାନ୍ୟ ବିକ୍ରି ସମ୍ବନ୍ଧିତ ତଥ୍ୟ ଲୁଚାଇବା ଅଭିଯୋଗରେ ଚଢ଼ାଉ ହୋଇଥିଲା । ଚଢ଼ାଉ ସମୟରେ ତେଲ ପ୍ରସ୍ତୁତ ନିମନ୍ତେ ରଖାଯାଇଥିବା ଲିକ୍ୱିଡ ପାରାଫିନ, ଅନ୍ୟାନ୍ୟ ପୋଡା ତେଲ, ଯନ୍ତ୍ରପାତି, କାଗଜପତ୍ର ଆଦି ଜିନିଷ ଜବତ ହୋଇଛି। ତେଲ ଅପମିଶ୍ରଣ ଅଭିଯୋଗରେ ବାପପୁଅଙ୍କୁ ଗିରଫ କରିଛି ପୋଲିସ ।

Tags: