ଫେକ କଲ ସେଣ୍ଟର ଉପରେ ଚଢ଼ାଉ

ଭୁବନେଶ୍ୱର : ରାଜଧାନୀରେ ବଡ଼ ଧରଣର ସାଇବର ଠକେଇକୁ ରୋକିଲା କମିଶନରେଟ ପୋଲିସ । ପୁଣି ଏକ ଆପାର୍ଟମେଣ୍ଟରୁ ଠାବ ହେଲା ଅନେକ ଡିଜିଟାଲ ଡିଭାଇସ। ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟ ଦ୍ୱିତୀୟ ମହଲ ରେ ଥିବା A-205 ନମ୍ବର ଫ୍ଲାଟରେ ଚାଲିଛି ଚଢ଼ାଉ । ଚଢାଉ ବେଳେ ଅନେକ ଡିଜିଟାଲ ଡିଭାଇସ୍‌‌ ଠାବ ହେବା ସହ କିଛି ଲାପଟପ୍‌‌ ଓ ମୋବାଇଲ ଜବତ ହୋଇଛି । ଏହା ସହିତ ୬ଜଣଙ୍କୁ ଅଟକ ରଖିଛି ପୁଲିସ। ଘଟଣାରେ […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ବଡ଼ ଧରଣର ସାଇବର ଠକେଇକୁ ରୋକିଲା କମିଶନରେଟ ପୋଲିସ । ପୁଣି ଏକ ଆପାର୍ଟମେଣ୍ଟରୁ ଠାବ ହେଲା ଅନେକ ଡିଜିଟାଲ ଡିଭାଇସ। ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟ ଦ୍ୱିତୀୟ ମହଲ ରେ ଥିବା A-205 ନମ୍ବର ଫ୍ଲାଟରେ ଚାଲିଛି ଚଢ଼ାଉ । ଚଢାଉ ବେଳେ ଅନେକ ଡିଜିଟାଲ ଡିଭାଇସ୍‌‌ ଠାବ ହେବା ସହ କିଛି ଲାପଟପ୍‌‌ ଓ ମୋବାଇଲ ଜବତ ହୋଇଛି । ଏହା ସହିତ ୬ଜଣଙ୍କୁ ଅଟକ ରଖିଛି ପୁଲିସ। ଘଟଣାରେ ଏହି ୬ଜଣଙ୍କୁ ରିମାଣ୍ଡରେ ନିଆଯାଇ ପଚରାଉଚରା କରାଯିବ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି। ଏହି ୬ଜଣ କଲକାତା ଅଞ୍ଚଳର ହୋଇଥିବା ବେଳେ ଆଉ କିଏ ତାଙ୍କ ସହିତ ଅଛନ୍ତି ସେନେଇ ଜେରା କରାଯିବ। ଅଧିକ ତଦନ୍ତ ପାଇଁ ଟେକ୍ନିକାଲ ଟିମର ସାହାଯ୍ୟ ନିଆଯାଉଛି। ରାଜ୍ୟ ଓ ରାଜ୍ୟ ବାହାରର ଲୋକଙ୍କୁ ଲିଙ୍କ୍‌‌ ପଠାଇ ଏମାନେ ଠକେଇ କରୁଥିଲେ ବୋଲି ଡିସିପି କହିଛନ୍ତି।

Tags: