ଜଲନ୍ଧରରୁ ଆସିଲା ଅଭାବନୀୟ ଗଣଦୁଷ୍କର୍ମ ଘଟଣା, ଜଣେ ପୁରୁଷଙ୍କୁ ଦୁଷ୍କର୍ମ କଲେ ଚାରି ଯୁବତୀ

ଦିଲ୍ଲୀ: ଦୁଷ୍କର୍ମ ଘଟଣା ଆସିଲେ, ପ୍ରଥମେ ମନକୁ ଆସେ ଜଣେ ଅସହାୟ ମହିଳାଙ୍କ ସହ ଜଣେ କିମ୍ବା କିଛି ପୁରୁଷମାନେ ଅନ୍ୟାୟ କରିଛନ୍ତି । ହେଲେ ପଞ୍ଜାବର ଜଲନ୍ଧରରୁ ଏମିତି ଏକ ଦୁଷ୍କର୍ମର ଘଟଣା ସାମ୍ନାକୁ ଆସିଛି, ଯାହାକୁ ଜାଣିଲେ ସହଜରେ ବିଶ୍ୱାସ କରି ହେବନି । ଦୁଷ୍କର୍ମ ଜଣେ ପୁରୁଷଙ୍କ ସହିତ ହୋଇଛି । ଜଣେ କି ଦୁଇ ଜଣ ନୁହେଁ ଚାରି ଜଣ ୨୦ରୁ ୨୫ ବର୍ଷ ବୟସର ଯୁବତୀ ଗଣଦୁଷ୍କର୍ମ କରିଛନ୍ତି । […]

Samaya Live Picture
Published On

ଦିଲ୍ଲୀ: ଦୁଷ୍କର୍ମ ଘଟଣା ଆସିଲେ, ପ୍ରଥମେ ମନକୁ ଆସେ ଜଣେ ଅସହାୟ ମହିଳାଙ୍କ ସହ ଜଣେ କିମ୍ବା କିଛି ପୁରୁଷମାନେ ଅନ୍ୟାୟ କରିଛନ୍ତି । ହେଲେ ପଞ୍ଜାବର ଜଲନ୍ଧରରୁ ଏମିତି ଏକ ଦୁଷ୍କର୍ମର ଘଟଣା ସାମ୍ନାକୁ ଆସିଛି, ଯାହାକୁ ଜାଣିଲେ ସହଜରେ ବିଶ୍ୱାସ କରି ହେବନି । ଦୁଷ୍କର୍ମ ଜଣେ ପୁରୁଷଙ୍କ ସହିତ ହୋଇଛି । ଜଣେ କି ଦୁଇ ଜଣ ନୁହେଁ ଚାରି ଜଣ ୨୦ରୁ ୨୫ ବର୍ଷ ବୟସର ଯୁବତୀ ଗଣଦୁଷ୍କର୍ମ କରିଛନ୍ତି ।

ଘଟଣା ଅନୁସାରେ, ଜଲନ୍ଧରର ଏକ ଚମଡା କାରଖାନାରୁ କାମ ସାରି ସନ୍ଧ୍ୟା ସମୟରେ ଘରକୁ ଫେରୁଥିଲେ ଜଣେ ଯୁବକ । ବାଟରେ ହଠାତ୍‌ ଚାରି ଜଣ ଯୁବତୀ ଯୁବକଙ୍କ ଗାଡ଼ି ଅଟକାଇଥିଲେ । କାଗଜରେ ଲେଖାଥିବା ଠିକଣା ଯୁବକଙ୍କୁ ଦେଖାଇଥିଲେ । କାଗଜ ଦେଖୁଥିବା ସମୟରେ ଜଣେ ଯୁବତୀ ହଠାତ୍‌ ଯୁବକଙ୍କ ଆଖିରେ ରସାୟନିକ ପଦାର୍ଥ ସ୍ପ୍ରେ କରିଥିଲେ ଓ ତାଙ୍କୁ ଆଖିରେ ପଟି ବାନ୍ଧି ସମସ୍ତେ ମିଶି ଏକ କାର ମଧ୍ୟକୁ ଟାଣି ନେଇ ଯାଇଥିଲେ । ପରେ ଜଙ୍ଗଲ ଭିତରକୁ ନେଇ ତାଙ୍କୁ ବାନ୍ଧି ଦେଇଥିଲେ । ଏହାପରେ ଆରମ୍ଭ କରିଥିଲେ ଅତ୍ୟାଚାର ।

୪ ଜଣ ମିଶି ମଦ ପିଇବା ସହ ଯୁବକଙ୍କୁ ଜୋର ଜବରଦସ୍ତ ମଦ ପିଆଇଥିଲେ । ଆଉ ତା ପରେ ଅତି ଦୟନିୟ ଭାବରେ ଗୋଟିଏ ପରେ ଗୋଟିଏ ଝିଅ ତାଙ୍କୁ ଆସି ଦୁଷ୍କର୍ମ କରିଥିଲେ । ରାତି ପ୍ରାୟ ୩ଟା ବେଳେ ରାସ୍ତାର ଗୋଟିଏ ପାଶ୍ୱର୍ରେ ଯୁବକଙ୍କୁ ଫୋପାଡି ଦେଇ ଚାଲିଯାଇଥିଲେ ।

ଯୁବକଙ୍କ ସୂଚନା ଅନୁସାରେ, ଚାରି ଜଣ ଝିଅ ସମ୍ଭ୍ରାନ୍ତ ଶ୍ରେଣୀର ଲାଗୁଥିଲେ । ସେମାନେ ସମସ୍ତେ ଦାମୀ ପୋଷାକ ପିନ୍ଧିଥିବା ସହିତ ଇଂରାଜୀରେ କଥା ହେଉଥିଲେ । ଏହିପରି ଘଟଣା ସାମ୍ନାକୁ ଆସିବା ପରେ ଜଳନ୍ଧରରେ ଥିବା ପୁରୁଷ କମିଶନ ଜାଗ୍ରତ ହୋଇଉଠିଛନ୍ତି ଏବଂ ପୁରୁଷ ବି ରାତିରେ ସୁରକ୍ଷିତ ନୁହଁନ୍ତି ବୋଲି ନାରା ଦେଉଛନ୍ତି ।