ସମ୍ପତ୍ତି ବିବାଦ,ପୁତୁରା ପରିବାରକୁ ନିଶ୍ଚିହ୍ନ କଲା ଦାଦା

ବରଗଡ଼ : ସମ୍ପତ୍ତି ବିବାଦରୁ ନାରକୀୟ କାଣ୍ଡ I ଗୋଟିଏ ପରିବାରର ୪ ଜଣଙ୍କୁ ବୀଭତ୍ସ ହତ୍ୟା I ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗାଁରେ I ମୃତକ ହେଲେ ଗୁରୁଦେବ ବାଗ, ପତ୍ନୀ ଶିବଗ୍ରୀ, ପୁଅ ଚୂଡ଼ାମଣି ଓ ଝିଅ ଶ୍ରାବଣୀ। ଗୁରୁଦେବଙ୍କ ଦାଦା ସଂକୀର୍ତନ ବାଗ ଲୁହା ଶାବଳରେ ସମସ୍ତଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦାଦାକୁ ଭଟଲି ଥାନା ପୁଲିସ ଅଟକ ରଖିଥିବା […]

Samaya Live Picture
Published On

ବରଗଡ଼ : ସମ୍ପତ୍ତି ବିବାଦରୁ ନାରକୀୟ କାଣ୍ଡ I ଗୋଟିଏ ପରିବାରର ୪ ଜଣଙ୍କୁ ବୀଭତ୍ସ ହତ୍ୟା I ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗାଁରେ I ମୃତକ ହେଲେ ଗୁରୁଦେବ ବାଗ, ପତ୍ନୀ ଶିବଗ୍ରୀ, ପୁଅ ଚୂଡ଼ାମଣି ଓ ଝିଅ ଶ୍ରାବଣୀ। ଗୁରୁଦେବଙ୍କ ଦାଦା ସଂକୀର୍ତନ ବାଗ ଲୁହା ଶାବଳରେ ସମସ୍ତଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦାଦାକୁ ଭଟଲି ଥାନା ପୁଲିସ ଅଟକ ରଖିଥିବା ଜଣାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଘଟନାନୁଯାୟୀ,ଜମି ଜମା ବିବାଦକୁ ନେଇ ଭଟଲି ବ୍ଲକ୍ ଝିକିଝିକି ଗାଁରେ ଦୁଇ ପରିବାର ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଚାଲି ଆସୁଥିଲା I ଗତକାଲି ସନ୍ଧ୍ୟାରେ ଜମିଜମାକୁ ନେଇ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା। ରାତିରେ ସମସ୍ତେ ଶୋଇଥିବାବେଳେ ଦାଦା ସଂକୀର୍ତନ ଏକ ଲୁହା ଶାବଳରେ ପୁତୁରା ଗୁରୁଦେବ ବାଗ ଙ୍କ ସହିତ ତାଙ୍କ ପତ୍ନୀ ଏବଂ ୨ ନାବାଳକ ପୁଅ ଏବଂ ଝିଅଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରିଥିବା ଜଣାପଡ଼ିଛି। ପଡୋଶୀଙ୍କ ଠାରୁ ଖବର ପାଇ ଆଜି ସକାଳେ ୪ଜଣଙ୍କର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରିଛି ପୁଲିସ। ଏଣେ ଅଭିଯୁକ୍ତ ସଂକୀର୍ତ୍ତନ ବାଗକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।

Tags: