ସମ୍ପତ୍ତି ବିବାଦ,ଭାଇ କୁ ହତ୍ୟା କଲା ଭାଇ

କଟକ : କଟକ ବକ୍ସି ବଜାର ସିଡିଏ ମାର୍କେଟ କମ୍ପ୍ଲେକ୍ସ ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ୍ । ପୈତୃକ ସମ୍ପତ୍ତି ବିବାଦକୁ ନେଇ ଭାଇକୁ ହତ୍ୟା କରିଛି ଭାଇ । ଏଥିରେ ସହଯୋଗ କରିଛନ୍ତି ବଡ଼ ଭାଉଜ ଏବଂ ପୁତୁରା । ଏହି ଜଘନ୍ୟ ହତ୍ୟା ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ଏହି ଘଟଣାରେ ଉମେଶ ବାରିକ, ସରସ୍ଵତୀ ସ୍ଵାଇଁ ଓ ସ୍ବୟଂପ୍ରଭୁ ଶ୍ରୀଚରଣଙ୍କୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । […]

ସମ୍ପତ୍ତି ବିବାଦ,ଭାଇ କୁ ହତ୍ୟା କଲା ଭାଇ
Samaya Live Picture
Published On

କଟକ : କଟକ ବକ୍ସି ବଜାର ସିଡିଏ ମାର୍କେଟ କମ୍ପ୍ଲେକ୍ସ ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ୍ । ପୈତୃକ ସମ୍ପତ୍ତି ବିବାଦକୁ ନେଇ ଭାଇକୁ ହତ୍ୟା କରିଛି ଭାଇ । ଏଥିରେ ସହଯୋଗ କରିଛନ୍ତି ବଡ଼ ଭାଉଜ ଏବଂ ପୁତୁରା । ଏହି ଜଘନ୍ୟ ହତ୍ୟା ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ଏହି ଘଟଣାରେ ଉମେଶ ବାରିକ, ସରସ୍ଵତୀ ସ୍ଵାଇଁ ଓ ସ୍ବୟଂପ୍ରଭୁ ଶ୍ରୀଚରଣଙ୍କୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ଅନ୍ୟ ଜଣେ ଭାଇର ମଧ୍ୟ ହତ୍ୟାକାଣ୍ଡରେ ସଂପୃକ୍ତି ରହିଛି । ତାକୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛି କମିଶନରେଟ ପୋଲିସ । ଏନେଇ ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି କଟକ ଡିସିପି ରିଷିକେଶ ଖିଲାରି ।

ସୂଚନା ଅନୁସାରେ, ପୈତୃକ ସମ୍ପତ୍ତି ଭାଗ ଏବଂ ବିକ୍ରିବଟାକୁ ନେଇ ପୂର୍ବରୁ ଭାଇ ଭାଇ ଭିତରେ ମତଭେଦ ଓ ବିବାଦ ଥିଲା । କଟକ ସଦର ଥାନା ଅନ୍ତର୍ଗତ ଉରାଳି ଏବଂ ସାଲେପୁର ତଥା ଅନ୍ୟାନ୍ୟ ଅଞ୍ଚଳରେ ଥିବା କିଛି ଜମି ବିକ୍ରି କରିବା ପାଇଁ ଚାହୁଁ ଥିଲେ ଅନ୍ୟ ଦୁଇ ଭାଇ ଉମେଶ ବାରିକ ଓ ପ୍ରକାଶ ବାରିକ। ଏହାକୁ ବିରୋଧ କରି ଆସୁ ଥିଲେ ଅଶୋକ ବାରିକ । ଏଥିପାଇଁ ଅଶୋକଙ୍କୁ ହତ୍ୟା କରିଥିଲେ ଅନ୍ୟ ଦୁଇ ଭାଇ । ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ଏବଂ ଦୁଇଟି ଫୋନ ଓ ଗୋଟିଏ ବାଇକ୍ ଜବତ କରିଛି ପୋଲିସ । ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ପୁଲିସ । ୨ ଦିନ ତଳେ କଟକ ବକ୍ସି ବଜାର ସିଡିଏ ମାର୍କେଟ କମ୍ପ୍ଲେକ୍ସର ପାୟଲ ହୋଟେଲରେ ଘଟିଥିଲା ହତ୍ୟାକାଣ୍ଡ ।

Tags: