ସମ୍ପତି ବିବାଦ,ଶାଳୀର ଜୀବନ ନେଲା ଭିଣୋଇ

ଗଞ୍ଜାମ : ଗାଁ ଦାଣ୍ଡରେ ଶାଳୀକୁ ହତ୍ୟା କଲା ଭିଣୋଇ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଚଢେୟାପଲ୍ଲୀ ଗାଁରେ । ମୃତକ ହେଲେ ଗାଁର ଆଶା କର୍ମୀ ବିଜୟଲକ୍ଷ୍ମୀ ତ୍ରିପାଠୀ । ଅଭିଯୁକ୍ତ ଭିଣୋଇ ହେଉଛି ରାମଚନ୍ଦ୍ର ତ୍ରିପାଠୀ । ଉଭୟଙ୍କ ମଧ୍ୟରେ ଅନେକ ଦିନରୁ ଜମି ଜମା ବିବାଦ ରହିଥିବା ସୂଚନା ମିଳିଛି । ଖବର ପାଇ ଜଗନ୍ନାଥପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି […]

ସମ୍ପତି ବିବାଦ,ଶାଳୀର ଜୀବନ ନେଲା ଭିଣୋଇ
Samaya Live Picture
Published On

ଗଞ୍ଜାମ : ଗାଁ ଦାଣ୍ଡରେ ଶାଳୀକୁ ହତ୍ୟା କଲା ଭିଣୋଇ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଚଢେୟାପଲ୍ଲୀ ଗାଁରେ । ମୃତକ ହେଲେ ଗାଁର ଆଶା କର୍ମୀ ବିଜୟଲକ୍ଷ୍ମୀ ତ୍ରିପାଠୀ । ଅଭିଯୁକ୍ତ ଭିଣୋଇ ହେଉଛି ରାମଚନ୍ଦ୍ର ତ୍ରିପାଠୀ । ଉଭୟଙ୍କ ମଧ୍ୟରେ ଅନେକ ଦିନରୁ ଜମି ଜମା ବିବାଦ ରହିଥିବା ସୂଚନା ମିଳିଛି । ଖବର ପାଇ ଜଗନ୍ନାଥପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଛି।

ଘଟନାନୁସାରେ ,ବିଜୟଲକ୍ଷ୍ମୀ ଏବଂ ତାଙ୍କ ଭିଣୋଇଙ୍କ ଘର ହେଉଛି ଚଢ଼େୟାପଲ୍ଲୀ ଗ୍ରାମରେ। ଏକ ଜମିକୁ ନେଇ ଶାଳୀ ଓ ଭିଣୋଇଙ୍କ ମଧ୍ୟରେ ବହୁଦିନ ହେବ ବିବାଦ ଥିଲା । ଆଜି ସକାଳେ ବିଜୟଲକ୍ଷ୍ମୀ ଘରେ ଥିବାବେଳେ ରାମଚନ୍ଦ୍ର ସେଠାରେ ପହଞ୍ଚିଥିଲେ । ଏହାପରେ ଜମି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇ କ୍ରମେ ଉଗ୍ର ରୂପ ନେଇ ଥିଲା । ଏହି ସମୟରେ ରାମଚନ୍ଦ୍ର ହଠାତ ବିଜୟଲକ୍ଷ୍ମୀଙ୍କୁ ଗାଁ ମଝିକୁ ଟାଣିଆଣି ଏକ ଟାଙ୍ଗିଆରେ ହତ୍ୟା କରି ଫେରାର ହୋଇଯାଇଥିଲେ । ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର ସଠିକ କାରଣ ଜଣାପଡିନଥିବା ବେଳେ ଜମିଜମା ବିବାଦରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ସେପଟେ ଜଗନ୍ନାଥପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ମେଡିକାଲକୁ ପଠାଇଛି ।

Tags: