ବାପାଙ୍କୁ ହତ୍ୟା କଲା ପ୍ରଫେସର ପୁଅ
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ବାପାକୁ ଛୁରୀ ଭୁସି ହତ୍ୟା କଲା ପ୍ରଫେସର ପୁଅ । ମଞ୍ଚେଶ୍ବର ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ମୃତକ ହେଲେ ସୁନୀଲ ଚୌଧୁରୀ I ଅଭିଯୁକ୍ତ ପୁଅ ହେଲେ ଅନିରୁଦ୍ଧ ଚୌଧୁରୀ I ବୁଧୁବାର ଭୋର ସମୟରେ ଏହି ହତ୍ୟାକାଣ୍ଡ ଘଟିଛି I ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଅଭିଯୁକ୍ତ ପୁଅକୁ ଅଟକ ରଖି ମୃତଦେହ ଜବତ କରି ଛାନଭିନ୍ ଆରମ୍ଭ କରିଛି […]
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ବାପାକୁ ଛୁରୀ ଭୁସି ହତ୍ୟା କଲା ପ୍ରଫେସର ପୁଅ । ମଞ୍ଚେଶ୍ବର ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ମୃତକ ହେଲେ ସୁନୀଲ ଚୌଧୁରୀ I ଅଭିଯୁକ୍ତ ପୁଅ ହେଲେ ଅନିରୁଦ୍ଧ ଚୌଧୁରୀ I ବୁଧୁବାର ଭୋର ସମୟରେ ଏହି ହତ୍ୟାକାଣ୍ଡ ଘଟିଛି I ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଅଭିଯୁକ୍ତ ପୁଅକୁ ଅଟକ ରଖି ମୃତଦେହ ଜବତ କରି ଛାନଭିନ୍ ଆରମ୍ଭ କରିଛି । ସୁନୀଲ ଚୌଧୁରୀ ପୂର୍ବରୁ ନାଲକୋରେ ଏକ ଉଚ୍ଚ ପଦରେ ଅଧିଷ୍ଠିତ ଥାଇ ନିକଟରେ ଅବସର ନେଇଛନ୍ତି I
ସୂଚନାନୁସାରେ,ଅଭିଯୁକ୍ତ ପୁଅ ଅନିରୁଦ୍ଧ ଚୌଧୁରୀ ଏକ ବେସରକାରୀ କଲେଜରେ ପ୍ରଫେସର ଅଛନ୍ତି । ପାରିବାରିକ କଳହରୁ ବାପାକୁ ପୁଅ ଛୁରୀ ଭୁସି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ଅନିରୁଦ୍ଧ ନିଜ ସ୍ତ୍ରୀ ଙ୍କ ସହିତ ବାପାଙ୍କ ଆପାର୍ଟମେଣ୍ଟ ଠାରୁ ଅଳ୍ପ ଦୂରରେ ଆଉ ଏକ ଆପର୍ଟମେଣ୍ଟରେ ରହୁଥିଲେ I ତେବେ ଗତ ଦୁଇ ଦିନ ପୂର୍ବରୁ ତାଙ୍କ ସ୍ତ୍ରୀ ବାପାଙ୍କ ଘରକୁ ଯାଇଥିବାରୁ ସେ ଆସି ବାପା ସୁନୀଲ ଚୌଧୁରୀଙ୍କ ସହିତ ରହୁଥିଲେ I
ଶେଷ ସୂଚନାନୁସାରେ ପୁଅ ଅନିରୁଦ୍ଧ ୨୫ ଲକ୍ଷ ଟଙ୍କା ଋଣ କରିଥିଲେ I ଏହି କାରଣରୁ ପ୍ରଥମେ ସ୍ତ୍ରୀ ଙ୍କ ସହ ମନାନ୍ତର ହେବାପରେ ସେ ନିଜ ବାପ ଘରକୁ ଚାଲିଯାଇଥିଲେ I ଏହାପରେ ଅନିରୁଦ୍ଧ ୨ ଦିନ ହେଲା ଆସି ବାପାଙ୍କ ନିକଟରେ ରହୁଥିଲେ I ତେବେ ଋଣ ଟଙ୍କା ନେଇ ବାପାଙ୍କ ସହିତ ଗତ ରାତିରେ ତାଙ୍କର କଳହ ହୋଇଥିଲା,ଏହାପରେ ସକାଳେ ସକାଳେ ଘଟିଥିଲା ଏହି ବିଭତ୍ସ ହତ୍ୟାକାଣ୍ଡ I




