ଜେଲ ଭିତରୁ କଏଦୀଙ୍କ ହତ୍ୟା ଧମକ
ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଝାରପଡା ଜେଲ । କଏଦୀଙ୍କ ହାତରେ ଚାକୁ । ସେଲ ଭିତରେ ହାତରେ ଚାକୁ ଧରି ଡେମୋ ଦେଖାଉଛନ୍ତି କଏଦୀ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦୃଶ୍ୟ । ଜେଲ ଭିତରୁ ବ୍ୟବସାୟୀଙ୍କୁ କଏଦୀ ଦେଉଛନ୍ତି ହତ୍ୟା ଧମକ । ଏହା ସହ ଦାଦାବଟି ମାଗୁଛନ୍ତି । ନଦେଲେ ଜୀବନରୁ ମାରିଦେବା ନେଇ ଏକ ଭିଡ଼ିଓରେ କହିଛନ୍ତି । ବ୍ୟବସାୟୀ ଓ ସାକ୍ଷୀଙ୍କୁ ଖୋଲା ଧମକ ଦିଆଯାଉଥିବା ଅଭିଯୋଗ ଆସିଛି […]
ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଝାରପଡା ଜେଲ । କଏଦୀଙ୍କ ହାତରେ ଚାକୁ । ସେଲ ଭିତରେ ହାତରେ ଚାକୁ ଧରି ଡେମୋ ଦେଖାଉଛନ୍ତି କଏଦୀ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦୃଶ୍ୟ । ଜେଲ ଭିତରୁ ବ୍ୟବସାୟୀଙ୍କୁ କଏଦୀ ଦେଉଛନ୍ତି ହତ୍ୟା ଧମକ । ଏହା ସହ ଦାଦାବଟି ମାଗୁଛନ୍ତି । ନଦେଲେ ଜୀବନରୁ ମାରିଦେବା ନେଇ ଏକ ଭିଡ଼ିଓରେ କହିଛନ୍ତି । ବ୍ୟବସାୟୀ ଓ ସାକ୍ଷୀଙ୍କୁ ଖୋଲା ଧମକ ଦିଆଯାଉଥିବା ଅଭିଯୋଗ ଆସିଛି । ବିଚାରଧୀନ କଏଦୀଙ୍କ ଏଭଳି ଦାଦାଗିରି ଦେଖି ଲୋକେ ଛାନିଆ । ତେବେ ଏଭଳି ଖୋଲାଖୋଲି ଧମକକୁ ଡରି କିଛି ବ୍ୟବସାୟୀ ଟଙ୍କା ଦେଉଥିବା ବେଳେ ଆଉ କିଛି ଅନେକ ମିଡିଆ ସାମ୍ନାରେ ମୁହଁ ଖୋଲିବାକୁ ଡରୁଛନ୍ତି ।
ବର୍ତ୍ତମାନ ଏହି ଘଟଣା ପରେ ଝାରପଡ଼ା ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜେଲ ଭିତରେ ସ୍ମାର୍ଟ ଫୋନ୍ ଆସିଲା କେମିତି ? ଧମକପୂର୍ଣ୍ଣ ଭିଡିଓ କଲ୍ କିପରି କରାଗଲା ? ଭିଡିଓ ଭାଇରାଲ ହେବା ପରେ ତଦନ୍ତ ଆରମ୍ଭ କରିଛନ୍ତି ଜେଲର ଓ ସୁପରିଟେଣ୍ଡେଣ୍ଟ । ବିଚାରଧୀନ କଏଦୀଙ୍କଠାରୁ ସାମସଙ୍ଗ୍ ସ୍ମାର୍ଟ ଫୋନ ସହ ଏକ ବଡ଼ ଅଟୋମାଟିକ ଚକ୍ରୀ ଛୁରୀ ଜବତ କରାଯାଇଛି । ଏନେଇ ଏକ ମାମଲା ରୁଜୁ କରି, ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଦିନେ କିମ୍ବା ଦୁଇଦିନ ପୂର୍ବରୁ ଏହି ମାରଣାସ୍ତ୍ର ଜେଲ ଭିତରକୁ ଆସିଥାଇ ପାରେ ବୋଲି ଜେଲ କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି । ତେବେ ଏହି ଭିଡିଓକୁ କେବେ ରେକର୍ଡ଼ କରାଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।




