ଋଣ ଦେଇନପାରିବାରୁ ଗର୍ଭବତୀଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଲେ ଫାଇନାନ୍ସ ଏଜେଣ୍ଟ
ରାଞ୍ଚି: ଋଣଧାରୀଙ୍କଠାରୁ ଋଣ ଆଦାୟ କରିବା ପାଇଁ କମ୍ପାନୀର ଏଜେଣ୍ଟମାନେ ବିଭିନ୍ନ ଉପାୟ ବାହାର କରିଥାନ୍ତି । କେବେ ସର୍ବସମ୍ମୁଖଙ୍କ ଆଗରେ ଋଣଧାରୀଙ୍କୁ ଗାଳି କରୁଥିଲା ବେଳେ ଆଉ କେତେ ସେମାନଙ୍କୁ ହାତ ଉଠାଇ ମାରିଥାନ୍ତି । ହେଲେ ଋଣ ଦେଇନପାରିବାରୁ ଜୀବନରୁ ମାରିଦେବା ଘଟଣା ସମସ୍ତଙ୍କୁ ଅବାକ୍ କରିଦେଇଛି । ଏହିପରି ଲୋମହର୍ଷକାରୀ ଘଟଣା ଝାଡ଼ଖଣ୍ଡ ହଜାରିବାଗ ଜିଲ୍ଲା ଇଚାକ୍ ଅଞ୍ଚଳରେ ଘଟିଛି । ଘଟଣା ଅନୁସାରେ, ହଜାରିବାଗ୍ ଇଚାକର ଦିବ୍ୟାଙ୍ଗ ଚାଷୀ ମିଥିଲେଶ ଠାକୁର […]
ରାଞ୍ଚି: ଋଣଧାରୀଙ୍କଠାରୁ ଋଣ ଆଦାୟ କରିବା ପାଇଁ କମ୍ପାନୀର ଏଜେଣ୍ଟମାନେ ବିଭିନ୍ନ ଉପାୟ ବାହାର କରିଥାନ୍ତି । କେବେ ସର୍ବସମ୍ମୁଖଙ୍କ ଆଗରେ ଋଣଧାରୀଙ୍କୁ ଗାଳି କରୁଥିଲା ବେଳେ ଆଉ କେତେ ସେମାନଙ୍କୁ ହାତ ଉଠାଇ ମାରିଥାନ୍ତି । ହେଲେ ଋଣ ଦେଇନପାରିବାରୁ ଜୀବନରୁ ମାରିଦେବା ଘଟଣା ସମସ୍ତଙ୍କୁ ଅବାକ୍ କରିଦେଇଛି । ଏହିପରି ଲୋମହର୍ଷକାରୀ ଘଟଣା ଝାଡ଼ଖଣ୍ଡ ହଜାରିବାଗ ଜିଲ୍ଲା ଇଚାକ୍ ଅଞ୍ଚଳରେ ଘଟିଛି ।

ଘଟଣା ଅନୁସାରେ, ହଜାରିବାଗ୍ ଇଚାକର ଦିବ୍ୟାଙ୍ଗ ଚାଷୀ ମିଥିଲେଶ ଠାକୁର ମହିନ୍ଦ୍ରା ଫାଇନାନ୍ସ କମ୍ପାନୀଠାରୁ ଋଣ ନେଇ ଟ୍ରାକ୍ଟର କିଣିଥିଲେ । ନିଜ ଜମିରେ ଟ୍ରାକ୍ଟର ବ୍ୟବହାର କରିବା ସହ ଭଡାରେ ଦେଇ କିଛି ଅର୍ଥ ରୋଜଗାର କରି ବୋଲି ଭାବିଥିଲେ । ହେଲେ ସେମିତି କିଛି ହୋଇ ନଥିଲା ବରଂ ଲାଭ ବଦଳରେ କ୍ଷତି ହୋଇଥିଲା । ଚାଷୀ ମିଥିଲେଶଙ୍କ ସୂଚନା ଅନୁସାରେ, ସେ ୧.୩ ଲକ୍ଷ ଟଙ୍କାରେ ଟ୍ରାକ୍ଟର କିଣିଥିଲେ ।

ଋଣ କିସ୍ତି ପଇସା ଦେଇ ନପାରିବାରୁ ଟ୍ରାକ୍ଟରକୁ ଫାଇନାନ୍ସ ଏଜେନ୍ସ ଜବତ କରିବାକୁ ଆସିଥିଲେ । ଯାହାକୁ ବିରୋଧ କରିଥିଲେ ମିଥିଲେଶଙ୍କ ଗର୍ଭବତୀ ଝିଅ ମୋନିକା ଠାକୁର । କମ୍ପାନୀ ନୋଟିସ୍ ବିନା ଟ୍ରାକ୍ଟର ଜବତ ହୋଇପାରିବ ନାହିଁ ବୋଲି ୨୭ ବର୍ଷିୟା ମୋନିକା ଏଜେଣ୍ଟଙ୍କୁ କହିଥିଲେ । କଥା ଯୁକ୍ତିତର୍କ ଯାଏଁ ଗଲା । ଶେଷରେ ଏଜେଣ୍ଟ ଟ୍ରାକ୍ଟରରେ ବସି ମୋନିକାଙ୍କ ଉପରେ ଚଢ଼ାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ମୋନିକାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘୋଷଣା କରାଯାଇଥିଲେ । ମୋନିକା ୩ ମାସର ଗର୍ଭବତୀ ଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଣ୍ଡଗୋଳ ହୋଇଥିଲା । ହଜାରିବାଗ୍ ଏସପି ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରି ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ଏବେ ସ୍ଥାନୀୟ ଅଞ୍ଚଳ ଦିବ୍ୟାଙ୍ଗ ଚାଷୀ ମିଥିଲେଶଙ୍କୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଦାବି କରୁଛନ୍ତି ।




