ଦିନିକିଆ ରିମାଣ୍ଡରେ ଯିବ ପ୍ରଦ୍ୟୁମ୍ନ

ଭୁବନେଶ୍ୱର : ପତ୍ନୀଙ୍କୁ ଆନେସ୍ଥେସିଆ ଇଞ୍ଜେକସନ ଦେଇ ହତ୍ୟା ମାମଲା । ଦିନିକିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ପ୍ରଦ୍ୟୁମ୍ନ କୁମର । ପ୍ରଦ୍ୟୁମ୍ନକୁ ରିମାଣ୍ଡରେ ଆଣି ସିନ୍‌ ରିକ୍ରିଏସନ କରିବ କମିଶନରେଟ ପୋଲିସ । ଅଭିଯୁକ୍ତକୁ ୩ ଦିନ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଥିବା ବେଳେ କେବଳ ଗୋଟିଏ ଦିନ ପାଇଁ ଅନୁମତି ମିଳିଛି । ଭୁବନେଶ୍ବର ଏସଡିଜେଏମ କୋର୍ଟ ଗୋଟିଏ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି । ସ୍ତ୍ରୀକୁ ଆନେସ୍ଥେସିଆ […]

Samaya Live Picture
Published On

ଭୁବନେଶ୍ୱର : ପତ୍ନୀଙ୍କୁ ଆନେସ୍ଥେସିଆ ଇଞ୍ଜେକସନ ଦେଇ ହତ୍ୟା ମାମଲା । ଦିନିକିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ପ୍ରଦ୍ୟୁମ୍ନ କୁମର । ପ୍ରଦ୍ୟୁମ୍ନକୁ ରିମାଣ୍ଡରେ ଆଣି ସିନ୍‌ ରିକ୍ରିଏସନ କରିବ କମିଶନରେଟ ପୋଲିସ । ଅଭିଯୁକ୍ତକୁ ୩ ଦିନ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଥିବା ବେଳେ କେବଳ ଗୋଟିଏ ଦିନ ପାଇଁ ଅନୁମତି ମିଳିଛି । ଭୁବନେଶ୍ବର ଏସଡିଜେଏମ କୋର୍ଟ ଗୋଟିଏ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି ।

ସ୍ତ୍ରୀକୁ ଆନେସ୍ଥେସିଆ ଦେଇ ହତ୍ୟା ଘଟଣାରେ ରାଜ୍ୟ ଫରେନସିକ ଲ୍ୟାବ୍‌କୁ ବ୍ୟବହୃତ ଇଞ୍ଜେକସନ, ଆନେସ୍ଥେସିଆ ମେଡିସିନି ଓ ଅଭିଯୁକ୍ତଙ୍କ ମୋବାଇଲ ଫୋନ ଯାଞ୍ଚ କରିବା ପାଇଁ ପଠାଯାଇଥିଲା । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କ ଦୁଇ ପ୍ରେମିକାଙ୍କୁ ରିମାଣ୍ଡ ଆଣିବାକୁ କୋର୍ଟରେ ଆବେଦନ କରିଥିଲା ପୋଲିସ ।

ସୂଚନାନୁସାରେ,ଗତ ୪ ବର୍ଷ ପୂର୍ବରୁ ଖୋର୍ଦ୍ଧାର ଶୁଭଶ୍ରୀ ନାଏକଙ୍କୁ ପ୍ରେମ ବିବାହ କରିଥିଲା କେନ୍ଦ୍ରାପଡ଼ାର ପ୍ରଦ୍ୟୁମ୍ନ କୁମର । ବିବାହ ପରେ ପ୍ରଦ୍ୟୁମ୍ନ ଭୁବନେଶ୍ୱର ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗ ବିହାର ଅଂଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଫାର୍ମାସିଷ୍ଟ ଭାବରେ କାମ କରୁଥିବାବେଳେ ସେଠାରେ ୨ ଜଣ ନର୍ସିଂ ଷ୍ଟାଫଙ୍କ ପ୍ରେମରେ ପଡିଥିଲା । ଏହି ଘଟଣାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା । ପରେ ଶୁଭଶ୍ରୀ ବାପା ଘର ଖୋର୍ଦ୍ଧାକୁ ଚାଲିଯାଇଥିଲେ । ତେବେ ତାଙ୍କୁ ଅକ୍ଟୋବର ୨୭ ତାରିଖରେ ଶ୍ୱଶୁର ଘରୁ ଯାଇ ଭୁବନେଶ୍ୱର ନିଜ ଭଡା ଘରକୁ ଆଣିଥିଲା ସ୍ୱାମୀ ପ୍ରଦ୍ୟୁମ୍ନ । ଏବଂ ୨୮ ତାରିଖ ଦିନ ଶୁଭଶ୍ରୀଙ୍କର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଶୁଭଶ୍ରୀଙ୍କ ପରିବାର ଲୋକେ ଭରତପୁର ଥାନାରେ ଏତଲା ଦେଇଥିଲେ । ପୋଲିସର ତଦନ୍ତ ପରେ ଶୁଭଶ୍ରୀଙ୍କୁ ଆନେସ୍ଥେସିଆ ଓଭର ଡୋଜ ଦେଇ ହତ୍ୟା କରିଥିବା ପ୍ରଦ୍ୟୁମ୍ନ ସ୍ୱୀକାର କରିଥିଲା ।

Tags: