କୁକୁଡ଼ା ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା
ଝାରସୁଗୁଡା : କୁକୁଡ଼ା ଫାର୍ମରେ ଗୁଳିକାଣ୍ଡ । କୁକୁଡା ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା ପରେ ମୃତଦେହ କୁ ନଦୀରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବେହେରାପାଟରେ। ମୃତକ ହେଲେ ମଙ୍ଗଳ ବଜାରର ଶାହାଯାହାଁ ଖାନ (୨୬) । ପୋଲିସ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମିଳିଥିବା […]
ଝାରସୁଗୁଡା : କୁକୁଡ଼ା ଫାର୍ମରେ ଗୁଳିକାଣ୍ଡ । କୁକୁଡା ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା ପରେ ମୃତଦେହ କୁ ନଦୀରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବେହେରାପାଟରେ। ମୃତକ ହେଲେ ମଙ୍ଗଳ ବଜାରର ଶାହାଯାହାଁ ଖାନ (୨୬) । ପୋଲିସ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ମିଳିଥିବା ସୂଚନା ମୁତାବକ, ବେହେରାପାଟ ନିକଟ ଏକ କୁକୁଡ଼ା ଫାର୍ମ ନିକଟକୁ କେତେଜଣ ଯୁବକ ବାଇକ୍ରେ ଆସି ପହଞ୍ଚି ଥିଲେ। ପରେ ସେମାନେ କୁକୁଡ଼ା ଫାର୍ମ ମାଲିକ ଶାହାଯାହାଁ ଖାନଙ୍କ ସହ କଥାବର୍ତ୍ତା କରିଥିଲେ। ସେତିକି ବେଳେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଜଣେ ଯୁବକ ଉତ୍କ୍ଷିପ୍ତ ହୋଇ ପୂର୍ବରୁ ଧରିଥିବା ବନ୍ଧୁକ ବାହାର କରି ଗୁଳି ମାଡ଼ କରିଥିଲେ । ଘଟଣାସ୍ଥଳରେ ଶାହାଯାହାଁର ମୃତ୍ୟୁ ଘଟିଥିଲା । ଅଭିଯୁକ୍ତମାନେ ମୃତଦେହକୁ ନେଇ ସମ୍ବଲପୁର ବର୍ଡର ଅଞ୍ଚଳରେ ଥିବା ନଦୀରେ ଫିଙ୍ଗି ଫେରାର ହୋଇଯାଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ୨ଜଣଙ୍କୁ ଅଟକ ରଖିଛି । ବ୍ୟବସାୟିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।




