ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଲେ ପୋଷ୍ଟାଲ ଇଂଜିନିୟର

ସମ୍ବଲପୁର : ଠିକାଦାରଙ୍କଠାରୁ ଲାଞ୍ଚ ନେବାବେଳେ ସିବିଆଇ ହାତରେ ଧରାପଡ଼ିଲେ ପୋଷ୍ଟାଲ ଇଂଜିନିୟର I ସମ୍ବଲପୁର ପିଏମଜି ଅଫିସରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଇଂଜିନିୟର ଶିବାଶିଷ ପାଲଙ୍କୁ ଗିରଫ କରିଛି ଭୁବନେଶ୍ବର ସିବିଆଇ ଟିମ୍। ଦେବେନ୍ଦ୍ର ପୁହାଣ ନାମକ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ସହକାରୀ ଯନ୍ତ୍ରୀ(ସିଭିଲ୍) ଶିବାଶିଷ ପାଲ ଠିକାଦାରଙ୍କଠାରୁ ୧ଲକ୍ଷ ୪୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ସିବିଆଇ ଜାଲରେ ପଡିଛନ୍ତି । ସୂଚନା ଅନୁଯାୟୀ, ଏହି ଲାଞ୍ଚ କାରବାର ସମ୍ପର୍କିତ ପୂର୍ବରୁ ସୂଚନା ପାଇଥିଲା […]

Samaya Live Picture
Published On

ସମ୍ବଲପୁର : ଠିକାଦାରଙ୍କଠାରୁ ଲାଞ୍ଚ ନେବାବେଳେ ସିବିଆଇ ହାତରେ ଧରାପଡ଼ିଲେ ପୋଷ୍ଟାଲ ଇଂଜିନିୟର I ସମ୍ବଲପୁର ପିଏମଜି ଅଫିସରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଇଂଜିନିୟର ଶିବାଶିଷ ପାଲଙ୍କୁ ଗିରଫ କରିଛି ଭୁବନେଶ୍ବର ସିବିଆଇ ଟିମ୍। ଦେବେନ୍ଦ୍ର ପୁହାଣ ନାମକ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ସହକାରୀ ଯନ୍ତ୍ରୀ(ସିଭିଲ୍) ଶିବାଶିଷ ପାଲ ଠିକାଦାରଙ୍କଠାରୁ ୧ଲକ୍ଷ ୪୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ସିବିଆଇ ଜାଲରେ ପଡିଛନ୍ତି ।

ସୂଚନା ଅନୁଯାୟୀ, ଏହି ଲାଞ୍ଚ କାରବାର ସମ୍ପର୍କିତ ପୂର୍ବରୁ ସୂଚନା ପାଇଥିଲା ସିବିଆଇ I ତେଣୁ ଯୋଜନା ମୁତାବକ ଆଜି ସକାଳେ ୩ଟି ଗାଡ଼ିରେ ୭ଜଣ ସିବିଆଇ ଅଧିକାରୀ ସମ୍ବଲପୁର ପିଏମଜି ଅଫିସରେ ପହଞ୍ଚିଥିଲେ I ତେବେ ଆଜି ସରକାରୀ ଛୁଟି ଥିବାରୁ କାର୍ଯ୍ୟାଳୟ ଗେଟରେ ତାଲା ଦେଇ ଭିତରେ ସିବିଆଇ ଟିମ୍ ଚଢ଼ଉ କରିଥିଲା। ଏହି ଚଢ଼ାଉ ସମ୍ପର୍କରେ ସମସ୍ତ ତଥ୍ୟ ହୋଇ ନଥିବାବେଳେ ଶିବାଶିଷଙ୍କୁ ଗିରଫ କରିଛି ଭୁବନେଶ୍ବର ସିବିଆଇ ଟିମ୍।

Tags: