ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣା,୧୧୯ ଜଣଙ୍କ ଜାମିନ ଆବେଦନ ଖାରଜ
ଭୁବନେଶ୍ୱର : ପୋଲିସ ସବ୍ଇନସ୍ପେକ୍ଟର ପରୀକ୍ଷା କେଳେଙ୍କାରୀ ଘଟଣା । ଗିରଫ ୧୧୪ ପରୀକ୍ଷାର୍ଥୀ ଓ ୫ ଦଲାଲଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଜାମିନ ଆବେଦନ ଖାରଜ କରିଛନ୍ତି ବ୍ରହ୍ମପୁର ଜେଏମ୍ଏଫସି କୋର୍ଟ । ବ୍ରହ୍ମପୁର ଜିଲା ଓ ସେସନ୍ସ ଜଜ କୋର୍ଟରେ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ବିଚାରପତି ସମସ୍ତ ଅଭିଯୁକ୍ତଙ୍କ ଆବେଦନକୁ ନାମଞ୍ଜୁର କରି ସେମାନଙ୍କୁ ନ୍ୟାୟିକ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ସାଂଘାତିକ ଅପରାଧ ଏବଂ […]
ଭୁବନେଶ୍ୱର : ପୋଲିସ ସବ୍ଇନସ୍ପେକ୍ଟର ପରୀକ୍ଷା କେଳେଙ୍କାରୀ ଘଟଣା । ଗିରଫ ୧୧୪ ପରୀକ୍ଷାର୍ଥୀ ଓ ୫ ଦଲାଲଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଜାମିନ ଆବେଦନ ଖାରଜ କରିଛନ୍ତି ବ୍ରହ୍ମପୁର ଜେଏମ୍ଏଫସି କୋର୍ଟ ।
ବ୍ରହ୍ମପୁର ଜିଲା ଓ ସେସନ୍ସ ଜଜ କୋର୍ଟରେ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ବିଚାରପତି ସମସ୍ତ ଅଭିଯୁକ୍ତଙ୍କ ଆବେଦନକୁ ନାମଞ୍ଜୁର କରି ସେମାନଙ୍କୁ ନ୍ୟାୟିକ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ସାଂଘାତିକ ଅପରାଧ ଏବଂ ମାଷ୍ଟରମାଇଣ୍ଡ ସହ ଅନ୍ୟ ଅଭିଯୁକ୍ତମାନେ ଧରାପଡିନାହାନ୍ତି । ଅଭିଯୁକ୍ତମାନେ ଜାମିନ୍ରେ ଜେଲ୍ରୁ ମୁକୁଳିବା ପରେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା କରି କୋର୍ଟ ଜାମିନ୍ ଖାରଜ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ପବ୍ଲିକ୍ ପ୍ରସିକ୍ୟୁଟର ବିଶ୍ୱଜିତ୍ ବରାଳ । ପରବର୍ତ୍ତୀ ସମୟରେ ଏହି ମାମଲାର ଜାମିନ ଆବେଦନ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ହେବ । ଓଡ଼ିଶା କ୍ରାଇମ୍ବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି ।
ସୂଚନା ଯୋଗ୍ୟ; ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ବ୍ରହ୍ମପୁର ପୋଲିସ ୧୧୪ ପରୀକ୍ଷାର୍ଥୀଙ୍କ ସମେତ ଦୁଇ ଜଣ ଦଲାଲଙ୍କୁ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରୁ ଗିରଫ କରିଥିଲା । ଏହା ସହିତ ପରବର୍ତ୍ତୀ ସମୟରେ ଆହୁରି ୬ ଜଣ ଦଲାଲ ଗିରଫ ହୋଇଥିଲେ । ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ଏବଂ ସହଯୋଗୀ ମୁନା ଏଯାଏ ଫେରାର ଅଛନ୍ତି । କ୍ରାଇମ୍ବ୍ରାଞ୍ଚ ଏହି ମାମଲା ତଦନ୍ତ ଦାୟିତ୍ୱ ନେବା ପରେ ଆଉ ଦୁଇଜଣ ଦଲାଲଙ୍କୁ କୋର୍ଟ ଚାଲାଣ କରିଛି ।
ଅନ୍ୟପଟେ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିବା ପରେ ରାଜ୍ୟରେ ହେବାକୁ ଥିବା ପୋଲିସ ଏସଆଇ ପରୀକ୍ଷା ସ୍ଥଗିତ କରାଯାଇଛି। ପରବର୍ତ୍ତୀ ସମୟରେ ପରୀକ୍ଷା ତାରିଖ ଘୋଷଣା ହେବ। ଏହାକୁ ନେଇ ଦିନକୁ ଦିନ ତେଜିଛି ତେଜିଛି । ଏସଆଇ ପରୀକ୍ଷା ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛନ୍ତି ବିରୋଧୀ ଦଳ। ଏସଆଇ ପରୀକ୍ଷା ଦୁର୍ନୀତିର ସିବିଆଇ କିମ୍ୱା ନ୍ୟାୟିକ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ବିଜେଡି।




