ଆକ୍ରମଣର ଶିକାର ହେଲେ ପୋଲିସ ଏସଆଇ , ୪ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ନିଶା ମାଫିଆ l ଅଭିଯୁକ୍ତକୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଧଉଳି ଥାନା ଏସଆଇ ସନ୍ତୋଷ ବଳ l ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ l ତଥ୍ୟାନୁଯାୟୀ, ଧଉଳି ଥାନା ଏସବିଆଇ ସମ୍ମୁଖରେ ଥିବା ଏକ ଘରେ ଚାଲିଥିଲା ନିଶା କରିବାର l ଖବର ପାଇ ଏସଆଇ ସନ୍ତୋଷ ବଳ ନିଶା ମାଫିଆଙ୍କୁ ଧରିବା ପାଇଁ ଚଢାଉ କରିଥିଲେ l ଏହି ସମୟରେ ମାଫିଆ ମାନେ ଏସଆଇଙ୍କ […]
ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ନିଶା ମାଫିଆ l ଅଭିଯୁକ୍ତକୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଧଉଳି ଥାନା ଏସଆଇ ସନ୍ତୋଷ ବଳ l ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ l
ତଥ୍ୟାନୁଯାୟୀ, ଧଉଳି ଥାନା ଏସବିଆଇ ସମ୍ମୁଖରେ ଥିବା ଏକ ଘରେ ଚାଲିଥିଲା ନିଶା କରିବାର l ଖବର ପାଇ ଏସଆଇ ସନ୍ତୋଷ ବଳ ନିଶା ମାଫିଆଙ୍କୁ ଧରିବା ପାଇଁ ଚଢାଉ କରିଥିଲେ l ଏହି ସମୟରେ ମାଫିଆ ମାନେ ଏସଆଇଙ୍କ ମୁଣ୍ଡକୁ ହାତୁଡ଼ିରେ ବାଡେଇଥିଲେ l ଫଳରେ ଆକ୍ରମଣରେ ଶିକାର ହୋଇଥିଲେ ପୋଲିସ କର୍ମଚାରୀ l ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ସେପଟେ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ l




