ପୋଲିସ ୫ ଦିନିଆ ରିମାଣ୍ଡରେ ଗଲା ସ୍ପାଇଡର ସତୀ
ଭୁବନେଶ୍ୱର : ୫ ଦିନିଆ ପୋଲିସ ରିମାଣ୍ଡରେ ଗଲା ସ୍ପାଇଡର ସତୀ । ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ହାଇପ୍ରୋଫାଇଲ ଚୋର ସ୍ପାଇଡର ସତୀ ଓରଫ ସତୀଶ ରେଡ୍ଡୀ କୁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ୫ ଦିନିଆ ରିମାଣ୍ଡରେ ନୟାପଲ୍ଲୀ ପୋଲିସ ଆଣିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘର ଚୋରିର ଦେଖାଉଛି ଡେମୋ । ଆଜି ସତୀଶକୁ ନେଇ ନୟାପଲ୍ଲୀ ଭିଆଇପି ଏରିଆରେ କ୍ରାଇମ ସିନ ରିକ୍ରିଏସନ କରିଛି […]
ଭୁବନେଶ୍ୱର : ୫ ଦିନିଆ ପୋଲିସ ରିମାଣ୍ଡରେ ଗଲା ସ୍ପାଇଡର ସତୀ । ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ହାଇପ୍ରୋଫାଇଲ ଚୋର ସ୍ପାଇଡର ସତୀ ଓରଫ ସତୀଶ ରେଡ୍ଡୀ କୁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ୫ ଦିନିଆ ରିମାଣ୍ଡରେ ନୟାପଲ୍ଲୀ ପୋଲିସ ଆଣିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘର ଚୋରିର ଦେଖାଉଛି ଡେମୋ । ଆଜି ସତୀଶକୁ ନେଇ ନୟାପଲ୍ଲୀ ଭିଆଇପି ଏରିଆରେ କ୍ରାଇମ ସିନ ରିକ୍ରିଏସନ କରିଛି ପୋଲିସ । କିପରି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚୋରି କଲା ତା’ର ଡେମୋ ଦେଖାଉଛି ଅଭିଯୁକ୍ତ । କେଉଁପଟେ ଆସିଲା ଏବଂ କିପରି ଘର ଭିତରେ ପ୍ରବେଶ କଲା,କେମିତି କାନ୍ଥ ଚଢୁଥିଲା ଏବଂ ଟଙ୍କା ଓ ସୁନା ଲୁଟ କରି କେମିତି ଘରୁ ବାହାରିଲା ପୋଲିସକୁ ତାର ଡେମୋ ଦେଖାଉଛି ଅଭିଯୁକ୍ତ ।
ସୂଚନାନୁସାରେ ଗତ ଜାନୁଆରୀ ୨୬ ତାରିଖ ରାତିରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ବୋହୁ ବାହାରକୁ ଯାଇଥିବାବେଳେ ଘରେ ତଳ ମହଲାରେ ଏକୁଟିଆ ଶୋଇଥିଲେ ନିରଞ୍ଜନ । ଏହି ସମୟରେ ସ୍ପାଇଡର ସତୀ ପାଚେରୀ ଡେଇଁ ଘର ଭିତରେ ପ୍ରବେଶ କରି ନଗଦ ଅଢେଇ ଲକ୍ଷ ଟଙ୍କା ସହ ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ଗହଣା ନେଇ ଚମ୍ପଟ ମାରିଥିଲା । ୨୦୨୩ ମସିହାରେ ଜଣେ ଠିକାଦାର ସଂସ୍ଥାର ମାଲିକଙ୍କ ଘରୁ ଲୁଟିଥିଲା ସତୀଶ। ପୋଲିସ ତାକୁ ଗିରଫ ପରେ ତା ଠାରୁ ହୀରା, ସୁନା ଗହଣା, ନଗଦ ଟଙ୍କା ଜବତ କରିଥିଲା ।




